PM Kisan Yojana: ଏହି ଦିନ ଆସିବ ୧୪ତମ କିସ୍ତି, ଦେଖି ନିଅନ୍ତୁ ତାଲିକା
Advertisement
Article Detail0/zeeodisha/odisha1694143

PM Kisan Yojana: ଏହି ଦିନ ଆସିବ ୧୪ତମ କିସ୍ତି, ଦେଖି ନିଅନ୍ତୁ ତାଲିକା

PM Kisan Yojana News In Odia: କୃଷକଙ୍କ ପାଇଁ ଖୁସି ଖବର। ଏହି ଦିନ ପ୍ରଧାନମନ୍ତ୍ରୀ କିଷାନ ଯୋଜନା (Pardhan Mantri Kisan Samman Nidhi)ରେ ଆପଣଙ୍କ ଆକାଉଣ୍ଟକୁ ଆସିବ ଟଙ୍କା। କୃଷକମାନ ୧୩ ତମ କିସ୍ତି ଟଙ୍କା ପାଇସାରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୪ ତମ କିସ୍ତି ଟଙ୍କାକୁ ବର୍ତ୍ତମାନ ଅପେକ୍ଷା କରିଛନ୍ତି (pm kisan yojna 14 th installment) । ପଢନ୍ତୁ ପୁରା ରିପୋର୍ଟ।...

ସୌଜନ୍ୟ- ସୋସିଆଲ ମିଡ଼ିଆ

PM Kisan Yojana News In Odia: ମୋଦି ସରକାରଙ୍କ(Prime Minister Narendra Modi) ପ୍ରଧାନମନ୍ତ୍ରୀ କିଷାନ ଯୋଜନା (Pardhan Mantri Kisan Samman Nidhi)ରେ କୃଷକମାନ ୧୩ ତମ କିସ୍ତି ଟଙ୍କା ପାଇସାରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୪ ତମ କିସ୍ତି ଟଙ୍କାକୁ ବର୍ତ୍ତମାନ ଅପେକ୍ଷା କରିଛନ୍ତି (pm kisan yojna 14 th installment) । ଏହି ମାସ ଶେଷ ସୁଦ୍ଧା ଅର୍ଥାତ୍ ମେ ଶେଷ ସପ୍ତାହ ସୁଧା ଏହି ଯୋଜନାର କିସ୍ତିରେ ୨୦୦୦ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚିବ ବୋଲି ଆଶା କରାଯାଉଛି ।  ତେବେ, ୧୪ତମର ପରବର୍ତ୍ତୀ କିସ୍ତି କେବେ ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିବ ସେନେଇ କେନ୍ଦ୍ର ସରକାର ଏ-ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାଁନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର (Belagavi) ବେଲଗାବି ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଚଳିତ ବର୍ଷ  ଫେବୃଆରୀ ୨୮ରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୬,୮୦୦ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ। ତେବେ, (PM Kisan Yojana) ଏହି ୧୩ ତମ କିସ୍ତିରେ ମୋଟ ୮ କୋଟି ୨ ଲକ୍ଷ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିଲା। ଗୋଟିଏ ବର୍ଷରେ ତିନୋଟି କିସ୍ତିରେ କେନ୍ଦ୍ର ସରକାର ଚାଷୀଙ୍କୁ ୬୦୦୦ ଟଙ୍କା ଦିଅନ୍ତି। ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଥାଏ ।  ସରକାର ପଠାଇଥିବା ଟଙ୍କାକୁ କୃଷକଙ୍କ ଛଡା କେହି ହଡପ କରିପାରିବେ ନାହିଁ। ଏହି ଯୋଜନାରେ ପଞ୍ଜୀକରଣ ଏବେବି ମଧ୍ୟ କରାଯାଉଛି। 

Also Read: Surya Gochar 2023: ଏହି ୫ଟି ରାଶିରେ ସୁନା କଳସ ଢାଳିବେ ମାଆ ଲକ୍ଷ୍ମୀ, ପଦୋନ୍ନତି ସାଙ୍ଗକୁ ହେବ ଟଙ୍କାର ବର୍ଷା!

Also Read: Raghav Chaddha Net Worth: ଜାଣନ୍ତୁ କେତେ କୋଟିର ମାଲିକ ହେଉଛନ୍ତି ପରିଣିତିଙ୍କ ଭାବି ସ୍ବାମୀ ରାଘବ!

ଏହି ପରି ହିତାଧିକାରୀଙ୍କ ତାଲିକା ଯାଞ୍ଚ କରନ୍ତୁ : 

ଯେଉଁ କୃଷକମାନେ ୧୩ ତମ କିସ୍ତି ପରେ ପଞ୍ଜୀକୃତ ହୋଇଛନ୍ତି ଏବଂ ଏହି ଯୋଜନା ସହିତ ଜଡିତ ଅଛନ୍ତି,ସେମାନେ ପରବର୍ତ୍ତୀ କିସ୍ତି ପାଇବେ କି ନାହିଁ ତାହା ସହଜରେ ଜାଣିପାରିବେ । ପିଏମ କିଷାନର ଅଫିସିଆଲ୍ ୱେବସାଇଟରେ ଉପଲବ୍ଧ ହିତାଧିକାରୀଙ୍କ ତାଲିକା (PM Kisan Veneficiary List) କୁ ଦେଖି ଆପଣ ଜାଣିପାରିବେ ଯେ, ଆପଣ ୧୪ ତମ କିସ୍ତି ପାଇଁ ୨୦୦୦ ଟଙ୍କା ପାଇବେ କି ନାହିଁ ?

ଏହି ପରି ଚେକ୍ କରନ୍ତୁ ଆପଣଙ୍କ ନାଁ:

ଯଦି ଆପଣଙ୍କର ସ୍ମାର୍ଟଫୋନ୍ ଅଛି ଏବଂ ଏ-ଥିରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ଅଛି। ତେବେ ଆପଣ ଘରେ ବସିଥିବା ( PM Kisan 2023 ) ପିଏମ କିଷାନ ୨୦୨୩ର ନୂତନ ତାଲିକାରେ ନିଜ ନାମ ଯାଞ୍ଚ କରିପାରିବେ। ହିତାଧିକାରୀ ତାଲିକା ଦେଖିବା ବହୁତ ସହଜ ଅଟେ।

-ସର୍ବପ୍ରଥମେ ପ୍ରଧାନ ମନ୍ତ୍ର କିଷାନ୍ ସାମନ୍ ନିଧି ଯୋଜନାର ଅଫିସିଆଲ୍ ୱେବସାଇଟ୍ https://pmkisan.gov.in/ କୁ ଯାଆନ୍ତୁ ।
-ଏଠାରେ ପର ଏହି ସ୍କ୍ରିନର ଏକ ସାଇଟରେ ଅର୍ଥାତ୍ କୋଣରେ ହିତାଧିକାରୀ ତାଲିକା ବିକଳ୍ପ ରହିଛି। 
-ହିତାଧିକାରୀ ତାଲିକା ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
-ନୂତନ ପୃଷ୍ଠା ଖୋଲିବ । ଏଥିରେ ପ୍ରଥମେ ରାଜ୍ୟ, ତା’ପରେ ଜିଲ୍ଲା, ବ୍ଲକ ଏବଂ ଗାଁର ନାମ ଚୟନ କରନ୍ତୁ ।
-ଖୋଜାଯାଇଥିବା ସମସ୍ତ ତଥ୍ୟ ପୁରଣ କରିବା ପରେ, ରିପୋର୍ଟ ପାଇବା ଉପରେ କ୍ଲିକ୍ କରନ୍ତୁ ।
-ଏହା କରି ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ହିତାଧିକାରୀଙ୍କ ତାଲିକା ଆପଣଙ୍କ ସାମ୍ନାରେ ଖୋଲିବ ।
-ଏହି ତାଲିକାକୁ ଦେଖି ଆପଣ ଜାଣିପାରିବେ ଯେ ଆପଣଙ୍କ ନାମ ହିତାଧିକାରୀ କୃଷକମାନଙ୍କ ମଧ୍ୟରେ ଅଛି କି ନାହିଁ ।