Basant Panchami 2024: ବସନ୍ତ ପଞ୍ଚମୀରେ ଘରକୁ ଆଣନ୍ତୁ ଏହି ଜିନିଷ, ଫିଟିବ ଭାଗ୍ୟର ଦ୍ୱାର
Advertisement
Article Detail0/zeeodisha/odisha2091870

Basant Panchami 2024: ବସନ୍ତ ପଞ୍ଚମୀରେ ଘରକୁ ଆଣନ୍ତୁ ଏହି ଜିନିଷ, ଫିଟିବ ଭାଗ୍ୟର ଦ୍ୱାର

Basant Panchami: ହିନ୍ଦୁ ଧର୍ମରେ ବସନ୍ତ ପଞ୍ଚମୀକୁ ଅତ୍ୟନ୍ତ ଶୁଭ ଦିନ ବୋଲି ବିବେଚନା କରାଯାଏ। କାରଣ ଏହି ଦିନଟି ମାତା ସତସ୍ୱତୀଙ୍କ ଜନ୍ମ ଦିବସ । ଏହି ଶୁଭ ଦିନରେ କିଛି ବିଶେଷ ଜିନିଷ କିଣିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ତେବେ କେଉଁ ଜିନିଷ କିଣିବା ଅତ୍ୟନ୍ତ ଶୁଭ ଆସନ୍ତୁ ଜାଣିବା ।

Basant Panchami 2024: ବସନ୍ତ ପଞ୍ଚମୀରେ ଘରକୁ ଆଣନ୍ତୁ ଏହି ଜିନିଷ, ଫିଟିବ ଭାଗ୍ୟର ଦ୍ୱାର

Basant Panchami: ମାଆ ସରସ୍ୱତୀଙ୍କୁ ଜ୍ଞାନ ଏବଂ ସଙ୍ଗୀତର ଦେବୀ ଭାବରେ ଆମେ ପୂଜା କରିଥାଉ । ଚଳିତ ବର୍ଷ ଫେବୃଆରୀ ୧୪ ତାରିଖ ଦିନ ବସନ୍ତ ପଞ୍ଚମୀ ପାଳନ କରାଯିବ । ବସନ୍ତ ପଞ୍ଚମୀ ଦିନ ମାଆ ସରସ୍ୱତୀଙ୍କ ପୂଜାର ବିଶେଷ ମହତ୍ୱ ରହିଛି। ତେବେ ବାସ୍ତୁ ଦୃଷ୍ଟିକୋଣରୁ ଏହି ଦିନଟିର ସ୍ୱତନ୍ତ୍ରତା ଅନେକ । ବିଶ୍ୱାସ କରାଯାଏ ଯେ, ଯଦି ଏହି ଦିନ ମାଆ ସରସ୍ୱତୀଙ୍କ ସହ ଜଡିତ କିଛି ଜିନିଷ ଆପଣ ଘରକୁ ଆଣନ୍ତି ତେବେ ଜୀବନରେ ଆପଣ ଅନେକ ଶୁଭ ଫଳ ପାଇବେ । ମାଆ ସରସ୍ୱତୀଙ୍କ ପ୍ରିୟ ଜିନିଷ କିଣିବା ଦ୍ୱାରା ମାଆଙ୍କ ବିଶେଷ ଆଶୀର୍ବାଦ ମିଳିଥାଏ ବୋଲି କୁହାଯାଏ ।

ପବିତ୍ର ବସନ୍ତ ପଞ୍ଚମୀ ଦିନ ସକାଳୁ ଗାଧୋଇବା ପରେ ପ୍ରଥମେ ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତୁ । ତାପରେ ମାଆ ସରସ୍ୱତୀଙ୍କ ପୂଜା ପାଇଁ ସମସ୍ତ ଆୟୋଜନ କରନ୍ତୁ । ଏହି ଦିନ ମାଆ ସରସ୍ୱତୀଙ୍କୁ ଖୁସି କରିବାକୁ ହଳଦିଆ ଫୁଲ ଏବଂ ଫଳ ଅର୍ପଣ କରାଯାଏ । ବିଶ୍ୱାସ ରହିଛି ଯେ, ଏହି ଦିନ ଦେବୀ ସରସ୍ୱତୀଙ୍କ ପୂଜା କରିବା ଦ୍ୱାରା ଶିକ୍ଷା ଏବଂ ସଂଗୀତ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ । 

ବୀଣା
ମାଆ ସରସ୍ୱତୀଙ୍କ ସବୁଠାରୁ ପ୍ରିୟ ଜିନିଷ ମଧ୍ୟରେ ରହିଛି ବୀଣା । ଏହାକୁ ଘରେ ରଖିଲେ ସୁଖ ଏବଂ ଶାନ୍ତିର ପରିବେଶ ସୃଷ୍ଟି ହୁଏ ବୋଲି ବିଶ୍ୱାସ ରହିଛି । ବସନ୍ତ ପଞ୍ଚମୀ ଅବସରରେ ଆପଣ ଦେବୀ ସରସ୍ୱତୀଙ୍କ ଆଶୀର୍ବାଦ ପ୍ରାପ୍ତ ପାଇଁ ଯେକୌଣସି ବାଦ୍ୟଯନ୍ତ୍ର କିଣି ଘରକୁ ଆଣିପାରିବେ ।

ବିବାହ ସମ୍ବନ୍ଧୀୟ ଜିନିଷ
ଏହିଦିନ ଦେବୀ ପାର୍ବତୀ ଏବଂ ମହାଦେବଙ୍କ ବିବାହ ରୀତିନୀତି ଆରମ୍ଭ ହୋଇଥିଲା । ତେଣୁ ବିବାହ ଜିନିଷ ତଥା ଅଳଙ୍କାର, ପୋଷାକ ସମେତ ବିବାହ କାର୍ଯ୍ୟରେ ଲାଗୁଥିବା ଜିନିଷ କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।

ହଳଦିଆ ଫୁଲ
ମାଆ ପାର୍ବତୀଙ୍କର ଅତ୍ୟନ୍ତ ପ୍ରିୟ ହଳଦିଆ ଫୁଲ । ଦେବୀ ସରସ୍ୱତୀଙ୍କୁ ହଳଦିଆ ଫୁଲ ଅର୍ପଣ କରିବା ଦ୍ୱାରା ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ହଳଦିଆ ଫୁଲ କିମ୍ୱା ପତାକାରେ ଘରର ପ୍ରବେଶ ପଥ ସଜାଇବା ଦ୍ୱାରା ମାଆ ସରସ୍ୱତୀ ଖୁସି ହୁଅନ୍ତି ବୋଲି ବିଶ୍ୱାସ କରାଯାଏ ।

ମୟୂର ପର
ବସନ୍ତ ପଞ୍ଚମୀ ଅବସରରେ ମୟୁର ପର କିଣିବା ଅତ୍ୟନ୍ତ ଶୁଭ ବୋଲି ଧାରଣା ରହିଛି । ଏହାକୁ ଘରେ ତଥା ପାଠ ପଢୁଥିବା ସ୍ଥାନରେ ରଖିଲେ ମାଆ ସରସ୍ୱତୀଙ୍କ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଆପଣ ଶୁଭ ଫଳ ପାଇବା ପାଇଁ ଘରର ପ୍ରବେଶ ପଥରେ ମୟୁର ଚୁଳ ରଖିପାରିବେ ।

ମାଆ ସରସ୍ୱତୀ ମୂର୍ତ୍ତି କିମ୍ବା ଫଟୋ
ମାଆ ସରସ୍ୱତୀ ହେଉଛନ୍ତି ବିଦ୍ୟାର ଦେବୀ । ତେଣୁ ଯେଉଁମାନେ ବିଦ୍ୟା କ୍ଷେତ୍ରରେ ଦୁର୍ବଳ ସେମାନେ ମାଆ ସରସ୍ୱତୀଙ୍କ ଏକ ମୂର୍ତ୍ତୀ କିମ୍ୱା ଫଟୋଟିଏ କିଣି ପୂଜାର୍ଚ୍ଚନା କରନ୍ତୁ । ଏହା କରିବା ଦ୍ୱାରା ମାଆଙ୍କ ଆଶୀର୍ବାଦରୁ ପାଠରେ ମନ ଲାଗେ ବୋଲି ଧାର୍ମିକ ବିଶ୍ୱାସ ରହିଛି । ଏଥିସହ ନୂଆ ଘର କିମ୍ୱା ନୂଆ ଯାନବାହନ କିଣିବା ଶୁଭ ବୋଲି ଧରାଯାଏ ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ତଥା ବିଶ୍ୱାସ ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ଘରେ କ୍ରାଇମ ବ୍ରାଞ୍ଚ, ଏହି ମାମଲାରେ ନୋଟିସ ଦେବାକୁ ପହଞ୍ଚିଛି

Also Read- ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ମହାରାଜ ଅସୁସ୍ଥ, ଆଗ୍ରା ଡାକ୍ତରଖାନାରେ ଭର୍ତ୍ତି