PM Modi Oath Ceremony: ଉତ୍ସବମୁଖର ରାଷ୍ଟ୍ରପତି ଭବନ, ପହଞ୍ଚିଲେ ସମସ୍ତ ଅତିଥି
Advertisement
Article Detail0/zeeodisha/odisha2286126

PM Modi Oath Ceremony: ଉତ୍ସବମୁଖର ରାଷ୍ଟ୍ରପତି ଭବନ, ପହଞ୍ଚିଲେ ସମସ୍ତ ଅତିଥି

PM Modi Oath Ceremony: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଧାନମନ୍ତ୍ରୀଙ୍କୁ ଶପଥପାଠ କରାଇବେ । ସମଗ୍ର ଦେଶ ଆଜି ପାଇଁ ଆଜି ଏହି ଉତ୍ସବ ଏକ ପର୍ବ ପରି ମନେ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରାଜନାଥ ସିଂ, ଅମିତ ଶାହା, ନିତିନ ଗଡକରୀ, ଜେପି ନଡା, ନିର୍ମଳା ସୀତାରମଣ ମଧ୍ୟ ଶପଥ ଗ୍ରହଣ କରିବେ।

PM Modi Oath Ceremony: ଉତ୍ସବମୁଖର ରାଷ୍ଟ୍ରପତି ଭବନ, ପହଞ୍ଚିଲେ ସମସ୍ତ ଅତିଥି

PM Modi Oath Ceremony: ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ହୋଇଛି ଉତ୍ସବ ମୁଖର । ଦେଶ ତଥା ବିଦେଶର ସମସ୍ତ ନିମନ୍ତ୍ରିତ ଅତିଥି ପହଞ୍ଚିଛନ୍ତି ରାଷ୍ଟ୍ରପତି ଭବନରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତୃତୀୟ ଥର ପାଇଁ ଶପଥ ଗ୍ରହଣ କରୁଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଧାନମନ୍ତ୍ରୀଙ୍କୁ ଶପଥପାଠ କରାଇବେ । ସମଗ୍ର ଦେଶ ଆଜି ପାଇଁ ଆଜି ଏହି ଉତ୍ସବ ଏକ ପର୍ବ ପରି ମନେ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରାଜନାଥ ସିଂ, ଅମିତ ଶାହା, ନିତିନ ଗଡକରୀ, ଜେପି ନଡା, ନିର୍ମଳା ସୀତାରମଣ ମଧ୍ୟ ଶପଥ ଗ୍ରହଣ କରିବେ।

ଆଜି ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ୮ ହଜାରରୁ ଅଧିକ ଅତିଥି ଯୋଗ ଦେଇଛନ୍ତି । ବିଶେଷ ଅତିଥି ଭାବେ ବିଦେଶରୁ ଅନେକ ଅତିଥି ଆସିଛନ୍ତି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା, ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ, ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେ, ଗିରିରାଜ ସିଂ, ନିର୍ମଳା ସୀତାରମଣ, ହାର୍ଦ୍ଦିକ ସିଂ ପୁରୀ, ଗୌତମ ଆଦାନୀ, କଙ୍ଗନା ରାନାୱତ, ସ୍ମୃତି ଇରାନି, ନିତୀଶ କୁମାର, ଅଶ୍ୱିନୀ ଚୌବେ, ମୁକେଶ ଅମ୍ବାନୀ, ଶାହାରୁଖ ଖାନ, ଅକ୍ଷୟ କୁମାର, ପହଞ୍ଚିଛନ୍ତି। ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି । କେରଳର ଏକମାତ୍ର ବିଜେପି ସାଂସଦ ସୁରେଶ ଗୋପୀ ମଧ୍ୟ ପହଞ୍ଚିଛନ୍ତି।

Also Read- Rahu Gochar 2024: ଏହି ରାଶି ଉପରେ ୨୦୨୫ ପର୍ଯ୍ୟନ୍ତ ରାହୁଙ୍କ ବିଶେଷ ଆଶୀର୍ବାଦ, କ୍ୟାରିୟରରେ ମିଳିବ ସଫଳତା