PM Modi Odisha Visit: ‘ମୋଦୀ ଗ୍ୟାରେଣ୍ଟି ସମାବେଶ’ କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାମମନ୍ତ୍ରୀ; ରାଜ୍ୟକୁ ଦେଲେ ୨୦ ହଜାର କୋଟିର ଭେଟି
Advertisement
Article Detail0/zeeodisha/odisha2142451

PM Modi Odisha Visit: ‘ମୋଦୀ ଗ୍ୟାରେଣ୍ଟି ସମାବେଶ’ କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାମମନ୍ତ୍ରୀ; ରାଜ୍ୟକୁ ଦେଲେ ୨୦ ହଜାର କୋଟିର ଭେଟି

PM Modi Odisha Visit Today: ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରାୟ ୨୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ, ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ।

PM Modi Odisha Visit: ‘ମୋଦୀ ଗ୍ୟାରେଣ୍ଟି ସମାବେଶ’ କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାମମନ୍ତ୍ରୀ; ରାଜ୍ୟକୁ ଦେଲେ ୨୦ ହଜାର କୋଟିର ଭେଟି

Modi Guarantee for Odisha: ମାର୍ଚ୍ଚ ୫ ତାରିଖ ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଯାଜପୁର ଠାରେ ଆୟୋଜିତ ହୋଇଥିବା "ମୋଦୀ ଗ୍ୟାରେଣ୍ଟି ସମାବେଶ" କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ପ୍ରାୟ ୨୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ, ଉଦଘାଟନ କରିଛନ୍ତି। ଯାହା ମଧ୍ୟରେ ରହିଛି ତୈଳ ଏବଂ ଗ୍ୟାସ, ରେଳବାଇ, ସଡକ, ପରିବହନ, ରାଜପଥ ଏବଂ ଆଣବିକ ଶକ୍ତିର ପ୍ରକଳ୍ପ। 

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ପିଏମ୍ ସୂର୍ଯ୍ୟଘର-ମାଗଣା ବିଜୁଳି ଯୋଜନା କରାଯାଇଛି। ଯାହା ଅଧିନରେ ଲୋକଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦିଆଯିବ। ହେଲେ ବିଜୁଳି ପାଇଁ ଲୋକଙ୍କୁ ଘରେ ସୋଲାର ପ୍ୟାନେଲ ଲଗାଇବାକୁ ହେବ। ଘରର ଛାତରେ ସୋଲାର ପ୍ୟାନେଲ ଲଗାଇ ବିଜୁଳି ଉତ୍ପାଦନ କରିପାରିବେ ଲୋକେ। ଅନ୍ୟପଟେ ଯଦି ଏହି ସୋଲାର ପ୍ୟାନେଲ ଦ୍ୱାରା ବିଜୁଳି ଉତ୍ପାଦନ ଅଧିକ ହୁଏ ତାହେଲେ ଏହାକୁ ସରକାରଙ୍କୁ ବିକ୍ରି କରିପାରିବେ ଲୋକେ। 

ସେହିପରି ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ଯୋଜନାର ଅବଧି ବୃଦ୍ଧି କରାଯାଇଛି। ବିରୋଧି ଇଣ୍ଡିଆ ମେଣ୍ଟ ଉଦ୍ଦେଶ୍ୟରେ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, "ମୋ ଭାରତ ହେଉଛି ମୋ ପରିବାର। ପରିବାରବାଦୀ ଦଳ ମୋ ପରିବାର ଦେଖି ଇର୍ଷା ପରାୟଣ ହୋଇ ଉଠିଛନ୍ତି। ଗରିବ ଲୋକର ଗ୍ୟାରେଣ୍ଟି ହେଉଛି ମୋଦି। ପୂର୍ବରୁ ବ୍ୟାଙ୍କ ଖାତା ଖୋଲିବାକୁ, ବ୍ୟାଙ୍କ ଋଣ ପାଇବା ପାଇଁ କଂଗ୍ରେସ କହୁଥିଲା ଗ୍ୟାରେଣ୍ଟି ଆଣ। ହେଲେ ଗତ ୨୦୧୪ ପର ଠାରୁ ଗୋଟିଏ ଗରିବ ପୁଅ କେନ୍ଦ୍ରରେ ସରକାର ଗଢିବା ସହ ପ୍ରଧାନମନ୍ତ୍ରୀ ହେଲା। ଆଉ ସେତେବେଳେ ସେ କହିଲା ଗରିବ ଲୋକଙ୍କ ସବୁଠୁ ବଡ ଗ୍ୟାରେଣ୍ଟି ମୋଦି ହେବ। ଯେଉଁ ଗରିବ ପାଖରେ ଗ୍ୟାରେଣ୍ଟି ଦେବାକୁ କିଛି ନଥିଲା, ତାହାର ଗ୍ୟାରେଣ୍ଟି ମୋଦୀ ହେଇଯାଇଛି।

ଗୁରୁବାର ଯାଜପୁର ଠାରେ ଆୟୋଜିତ ହୋଇଥିବା ‘ମୋଦୀ ଗ୍ୟାରେଣ୍ଟି ସମାବେଶ’ କାର୍ଯ୍ୟକ୍ରମରେ ଯୋଗେ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଚଣ୍ଡିଖୋଲ ଠାରେ ଆସି ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। ତେଲେଙ୍ଗାନ ଠାରୁ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ଠାରେ ପହଞ୍ଚିବା ପରେ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଚଣ୍ଡିଖୋଲ ଠାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। 

ରାଜ୍ୟକୁ କେଉଁ ଭେଟି ଦେଲେ ଦେଲେ ପ୍ରଧାନମନ୍ତ୍ର?

  • ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ୮ ଥାକିଆ ରାସ୍ତାର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ
  • ତୈଳ-ଗ୍ୟାସ, ରେଳବାଇ, ସଡ଼କ, ପରିବହନ, ରାଜପଥ ଏବଂ ଆଣବିକ ଶକ୍ତି କ୍ଷେତ୍ରରେ ଅନେକ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
  • ପାରାଦୀପ ତୈଳ ବିଶୋଧନାଗାର ଠାରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ମନୋଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
  • ପାରାଦୀପ ଠାରୁ ପଶ୍ଚିମବଙ୍ଗ ହଳଦିଆ ପର୍ଯ୍ୟନ୍ତ ୩୪୪ କିମି ପାଇପ୍ ଲାଇନ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
  • ୧୬୨ କିମି ବାଂଶପାଣି-ଦୈତାରୀ-ଟମକା-ଯଖପୁରା ରେଳ ଲାଇନ୍ ଦୋହରୀକରଣ କାର୍ଯ୍ୟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
  • କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ-ଆନନ୍ଦ ବିହାର ମଧ୍ୟରେ ନୂଆ ଟ୍ରେନ୍ କେନ୍ଦୁଝରଗଡ଼ ରେଳ ଷ୍ଟେସନ ଠାରୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ
  • କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ
  • ଏହି ମାର୍ଗରେ ପ୍ରଥମ ଥର ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାରାଦୀପ-କେନ୍ଦୁଝରଗଡ଼ ମଧ୍ୟରେ କରିବ
  • ଯାଜପୁର ଠାରୁ ଉତ୍ତର ପ୍ରଦେଶର ଦାଦ୍ରି ପର୍ଯ୍ୟନ୍ତ କଣ୍ଟେନର ଟ୍ରେନ୍ ସେବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ