Supreme Court: ସୀମା ପୁନର୍ଗଠନ କମିଟି ତୁରନ୍ତ ଗଢ଼ିବାକୁ ସୁପ୍ରିମ୍‍ କୋର୍ଟଙ୍କ ନିର୍ଦ୍ଦେଶ
Advertisement
Article Detail0/zeeodisha/odisha1975660

Supreme Court: ସୀମା ପୁନର୍ଗଠନ କମିଟି ତୁରନ୍ତ ଗଢ଼ିବାକୁ ସୁପ୍ରିମ୍‍ କୋର୍ଟଙ୍କ ନିର୍ଦ୍ଦେଶ

(Supreme Court): ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଜନଜାତି (Scheduled Castes and Scheduled Tribes) ତାଲିକାରେ ଦିନକୁ ଦିନ ଅଧିକରୁ ଅଧିକ ବର୍ଗର ଲୋକଙ୍କୁ ଅନ୍ତର୍ଭୁକ୍ତ କରିବା ପରେ ସେମାନଙ୍କ ପ୍ରତିନିଧିତ୍ୱକୁ ନିରନ୍ତର କରିବା ଲାଗି ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

Supreme Court: ସୀମା ପୁନର୍ଗଠନ କମିଟି ତୁରନ୍ତ ଗଢ଼ିବାକୁ ସୁପ୍ରିମ୍‍ କୋର୍ଟଙ୍କ ନିର୍ଦ୍ଦେଶ

(Supreme Court): ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଜନଜାତି (Scheduled Castes and Scheduled Tribes) ତାଲିକାରେ ଦିନକୁ ଦିନ ଅଧିକରୁ ଅଧିକ ବର୍ଗର ଲୋକଙ୍କୁ ଅନ୍ତର୍ଭୁକ୍ତ କରିବା ପରେ ସେମାନଙ୍କ ପ୍ରତିନିଧିତ୍ୱକୁ ନିରନ୍ତର କରିବା ଲାଗି ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବିଧାନର ଧାରା ୩୩୦ ଏବଂ ୩୩୨ କୁ ସମ୍ମାନ ଦେଇ ରାଜ୍ୟ ବିଧାନସଭା ଏବଂ ସଂସଦର ଉଭୟ ଗୃହରେ କିପରି ଏହି ସମ୍ପ୍ରଦାୟଙ୍କ ସମାନୁପାତିକ ପ୍ରତିନିଧିତ୍ୱ ରହିବ ତାହାକୁ ବିଚାର କରିବା ଲାଗି ତୁରନ୍ତ ସୀମା ପୁନଃ ନିର୍ଦ୍ଧାରଣ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‍ କୋର୍ଟ। 

Also Read :  Today Horoscope: ଏହିସବୁ ରାଶିରେ ରହିଛି ଘାତଚନ୍ଦ୍ର ଯୋଗ, ବିଗିଡି଼ ପାରେ ହେବାକୁ ଥିବା କାମ

୨୦୦୧ ମସିହାର ଜନଗଣନାକୁ ଆଧାର କରି ସଂସଦରେ ଆସନ ସଂରକ୍ଷଣ କରାଯାଇଛି। ହେଲେ ଏହା ପରେ ଅନୁସୂଚିତ ଜନଜାତି ତାଲିକାରେ ୫୧ଟି ନୂଆ ସମ୍ପ୍ରଦାୟଙ୍କୁ ଯୋଗ କରାଯାଇଥିବାବେଳେ ଅନୁସୂଚିତ ଜାତି ତାଲିକାରେ ମଧ୍ୟ ଅନେକ ନୂଆ ସମ୍ପ୍ରଦାୟଙ୍କୁ ସଂଯୋଗ କରାଯାଇଛି। ଏହିକ୍ରମରେ କିପରି ସୋମାନଙ୍କ ବର୍ଦ୍ଧିତ ସଂଖ୍ୟାକୁ ସମାନୁପାତିକ ପ୍ରତିନିଧିତ୍ୱ ଦିଆଯାଇପାରିବ ସେଥିଲାଗି ଏହି କମିଟିର ଆବଶ୍ୟକତା ରହିଛି। ଯେଉଁ କମିଟି ବାସ୍ତବ ସ୍ଥିତି ସମୀକ୍ଷା କରି ସରକାରଙ୍କୁ (govt) ପ୍ରସ୍ତାବ ଦେବେ। 

ନୂଆକରି ଆଦିବାସୀ ମାନ୍ୟତା ପାଇଥିବା ଲିମ୍ବୁ ଓ ତମାଙ୍ଗ ଜାତିଙ୍କୁ ସିକ୍କିମ ବିଧାନସଭାରେ ପ୍ରତିନିଧିତ୍ୱ ପାଇଁ ଥିବା ଆବେଦନକୁ ବିକାର କରିବା ବେଳେ ସୁପ୍ରିମ୍ କୋର୍ଟ ଏହି ଆଦେଶ ଦେଇଛନ୍ତି। ସମୁଦାୟ ୩୨ ଆସନ ବିଶିଷ୍ଟ ଏହି ବିଧାନସଭାରେ ଏବେ ୩୮ ପ୍ରତିଶତ ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଛି। ଏଣୁ କିପରି ଭାବେ ସାମ୍ବିଧାନିକ ବ୍ୟବସ୍ଥାରକୁ ଲାଗୁ କରାଯାଇପାରିବ ସେଥିନେଇ ଆବଶ୍ୟକ ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାରଙଘ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।