Shocking News: ଚର୍ଚ୍ଚାରେ ନେତାଙ୍କ କାରନାମା, ଶୁଣିଲେ ଉଡ଼ିଯିବ ହୋସ
Advertisement
Article Detail0/zeeodisha/odisha1371921

Shocking News: ଚର୍ଚ୍ଚାରେ ନେତାଙ୍କ କାରନାମା, ଶୁଣିଲେ ଉଡ଼ିଯିବ ହୋସ

Jail News:  ଜେଲ ଯିବାରୁ ବର୍ତ୍ତିବା ରାଜନେତା ଜଣଙ୍କ କରିଥିବା କରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

 Shocking News: ଚର୍ଚ୍ଚାରେ ନେତାଙ୍କ କାରନାମା, ଶୁଣିଲେ ଉଡ଼ିଯିବ ହୋସ

Uttar Pradesh: ଉତ୍ତର ପ୍ରଦେଶ ସାହାରନପୁର ଜିଲ୍ଲାରୁ ଆସିଛି ଏକ ଚମକାଇବା ଭଳି ଖବର। ଯାହାକୁ ପଢିଲେ ଆପଣ ସହଜେ ବିଶ୍ୱାସ କରିବେ ନାହିଁ।  ଏଠାରେ ଜଣେ ରାଜନେତା କରିଥିବା କାରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାକାର ଜଣେ ରାଜନେତାଙ୍କୁ ଜଣେ ଜ୍ୟୋତିଷ କହିଥିଲେ ଯେ ତାଙ୍କ ରାଶିରେ ଜେଲ ଯିବାର ସମ୍ଭାବନା ରହିଛି। ଏହାକୁ ଏଡାଇବା ପାଇଁ ରାଜନେଜା ଜଣଙ୍କ ଜ୍ୟୋତିଷଙ୍କ ଏହାର ପ୍ରତିକାର ମାଗିଥିଲେ। ଏହା ପରେ ଜ୍ୟୋତିଷ ଜଣଙ୍କୁ ରାଜନେତାଙ୍କୁ କହିଥିଲେ ଯେ ଏହାର ସମାଧାନ ହେଉଛି ଆପଣ ଜେଲ ରୁ ଖାଦ୍ୟ ମଗାଇ ଖାଆନ୍ତୁ।

ଜେଲ ଯିବାରୁ ବର୍ତ୍ତିବା ପାଇଁ ଜ୍ୟୋତିଷ (Astrologer) ଦେଇଥିବା ପରାମର୍ଶକୁ ଗ୍ରହଣ କରି ନେଇଛନ୍ତି ରାଜନେତା (Politician of Uttar Pradesh) ଜଣଙ୍କ। ଏନେଇ ସେ ଜେଲ ପାଖରୁ ରୋଟି ଏବଂ ଡାଲି (Roti and Dal) ଆଣିବାର ବ୍ୟବସ୍ଥା କରିବା ସହ ଏହି ଖାଦ୍ୟକୁ ଘରକୁ ମଗାଇ ଏହାକୁ ଖାଉଛନ୍ତି। ହେଲେ କିଛି ଦିନ ପରେ ସମ୍ପୃକ୍ତ  ରାଜନେତାଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି। ଏଭଳି ପରିସ୍ଥିତିରେ ତାଙ୍କର ଭୟ ଆହୁରି ବଢିଯାଇଛି। କାରଣ ତାଙ୍କୁ ଲାଗୁଛି ତାଙ୍କୁ ଜ୍ୟୋତିଷ କହିଥିବା କଥା ସତ ହୋଇପାରେ। ଅର୍ଥାତ ତାଙ୍କୁ ଜେଲ ଯିବାକୁ ପଡି଼ପାରେ। 

ଭୟଭୀତ ହୋଇ ଉଠିଥିବା ଏହି ରାଜନେତା ଜଣଙ୍କ ଜେଲ ଯିବାରୁ ବର୍ତ୍ତିବା ପାଇଁ ଜ୍ୟୋତିଷଙ୍କ ଦ୍ୱାରା କୁହାଯାଇଥିବା କୌଶଳ ପୂରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କୁ ଜେଲ ପରିସରରେ ତିଆରି ହେଉଥିବା ରୁଟି ଏବଂ ଡାଲି ଯୋଗାଇବାକୁ ସେ ଜେଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।

ହେଲେ ଅନେକ ଜ୍ୟୋତିଷ ମଧ୍ୟ ଏହି କୌଶଳ ସତ୍ୟ ବୋଲି ବିଶ୍ୱାସ କରନ୍ତି ଯେ, ଯଦି ରାଶିଫଳରେ (Horror Scope) ଜେଲ ଯିବାର ଲେଖା ଯାଇଥାଏ, ତାହେଲେ ଏଠାକାର ଖାଦ୍ୟ ଖାଇବା କିମ୍ବା ପାଣି ପିଇବା ଅଥବା ଏଠାରେ ଗୋଟିଏ ଦିନ ରହିବା ଦ୍ୱାରା ଜେଲ ତ୍ରୁଟି କମିଯାଏ। ଏହା ବ୍ୟତୀତ ଜେଲ ଏଣ୍ଟ୍ରି ରେଜିଷ୍ଟର (Jail Entry Register) ରେ ନାମ ଲେଖିବା ଜେଲ ଯିବାର ସମ୍ଭାବନା କମି ଯାଇଥାଏ।

ଯେତେବେଳେ ଏହି ଘଟଣା ବାବଦରେ ବରିଷ୍ଠ ଜେଲ ଅଧୀକ୍ଷକ ଅମିତା ଦୁବେଙ୍କୁ (Jail Superintendent Amita Dubey) ପଚରା ଯାଇଥିଲା, ସେତେବେଳେ ଏହାର ଜବାବ ରଖି ସେ କହିଥିଲେ ଯେ ରାଶିଫଳରେ ଜେଲ ଯିବାର ସମ୍ଭାବନା ରହିଥିବା ଦର୍ଶାଇ କିଛି ଲୋକ ଜେଲ ଖାଦ୍ୟ ଖାଇବାକୁ ଅନୁରୋଧ କରିଥାନ୍ତି। ଏଥିପାଇଁ ଜେଲ ପରିସରରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସେମାନଙ୍କୁ ଯୋଗାଇ ଦିଆଯାଏ। କିଛି ଦିନ ପୂର୍ବରୁ ଅନ୍ୟ ଜଣେ ନେତା ଡାଲି ଏବଂ ରୋଟି ଯୋଗାଇ ଦେବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ ଜଣାଇଥିଲେ।