Advertisement
Article Detail0/zeeodisha/odisha2208940
Zee OdishaOdisha TrendingPopulation of India: ଦେଶରେ ବଢିଛି ନାଁ କମିଛି ଜନସଂଖ୍ୟା? ତଥ୍ୟ ଜାରି କଲା ଜଣାଇଦେଲା ଜାତିସଂଘ

Population of India: ଦେଶରେ ବଢିଛି ନାଁ କମିଛି ଜନସଂଖ୍ୟା? ତଥ୍ୟ ଜାରି କଲା ଜଣାଇଦେଲା ଜାତିସଂଘ

UN Population Data: ଦେଶର ଜନସଂଖ୍ୟା ବଢିଛି ନାଁ କମିଛି ତାହାର ତଥ୍ୟ ଜାତିସଂଘ ପକ୍ଷରୁ ଉପସ୍ଥାପନ କରାଯାଇଛି।

Population of India: ଦେଶରେ ବଢିଛି ନାଁ କମିଛି ଜନସଂଖ୍ୟା? ତଥ୍ୟ ଜାରି କଲା ଜଣାଇଦେଲା ଜାତିସଂଘ

UN Data on Population of India: ଭାରତ ବର୍ଷର ସଦ୍ୟତମ ଜନସଂଖ୍ୟାକୁ ନେଇ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍ଏଫପିଏ) ରିପୋର୍ଟ ଆସିଯାଇଛି। ୟୁଏନ୍ଏଫପିଏ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତ ବର୍ଷର ଜନସଂଖ୍ୟା ୧୪୪ କୋଟିରେ ପହଞ୍ଚିଛି। ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠିର ରିପୋର୍ଟ ଭାରତର ଜନସଂଖ୍ୟା ସମ୍ପର୍କରେ ଏପରି ଆକଳନ କରାଯାଇଛି। ଜାତିସଂଘ ଦ୍ୱାରା ଏନେଇ ହୋଇଥିବା ଆକଳନ ଅନୁସାରେ ଭାରତର ମୋଟ ଜନସଂଖ୍ୟା ୨୪ ପ୍ରତିଶତ ଲୋକ ୦-୧୪ ବର୍ଷ ବୟସ ବର୍ଗରେ ଆସୁଛନ୍ତି। 

ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠିର ବିଶ୍ୱ ଜନସଂଖ୍ୟା ସ୍ଥିତି-୨୦୨୪ ରିପୋର୍ଟ ଦର୍ଶାଇଛି ଯେ ୭୭ ବର୍ଷ ମଧ୍ୟରେ ଭାରତର ଜନସଂଖ୍ୟା ଦ୍ୱିଗୁଣିତ ହେବ। ୟୁଏନ୍ଏଫପିଏ ରିପୋର୍ଟ-୨୦୨୪ ଅନୁସାରେ ଆନୁମାନିକ ଜନସଂଖ୍ୟା ୧୪୪.୧୭ କୋଟି ସହିତ ଭାରତ ଜନବହୁଳ ଦେଶ ତାଲିକାରେ ସମଗ୍ର ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି। ଏହା ପରେ ଚୀନ ୧୪୨.୫ କୋଟି ସହ ଦ୍ୱିତୀୟ ସ୍ଥାନରେ ରହିଛି। ଗତ ୨୦୧୧ ବର୍ଷରେ ହୋଇଥିବା ଶେଷ ଜନଗଣନା ଅନୁସାରେ ଭାରତର ଜନସଂଖ୍ୟା ୧୨୧ କୋଟି ରେକର୍ଡ କରାଯାଇଥିଲା।

ଚଳିତ ବର୍ଷ ପ୍ରକାଶିତ ହୋଇଥିବା ୟୁଏନ୍ଏଫପିଏ ରିପୋର୍ଟ ଅନୁସାରେ  ୨୪ ପ୍ରତିଶତ ଲୋକ ୦-୧୪ ବର୍ଷ ବୟସର ହୋଇଥିବା ବେଳେ ୧୭ ପ୍ରତିଶତ ଜନସଂଖ୍ୟା ୧୦-୧୯ ବର୍ଷ ବୟସ ବର୍ଗରେ ଅଛନ୍ତି। କେବଳ ସେତିକି ନୁହେଁ ୨୬ ପ୍ରତିଶତ ଲୋକ ୧୦ ବର୍ଷରୁ ୨୪ ବର୍ଷ ବୟସ ବର୍ଗର ହୋଇଥିବାବେଳେ, ୬୮ ପ୍ରତିଶତ ଲୋକ ୧୫ ବର୍ଷରୁ ୬୪ ବର୍ଷ ବୟସ ବର୍ଗରେ ଅଛନ୍ତି। ଏହା ସହିତ ଜନସଂଖ୍ୟାର ୭ ପ୍ରତିଶତ ୬୫ ବର୍ଷରୁ ଅଧିକ ବୋଲି ଜଣାପଡ଼ିଛି। ଭାରତରେ ପୁରୁଷଙ୍କ ହାରାହାରି ଆୟୁ ୭୧ ବର୍ଷ ଏବଂ ମହିଳାଙ୍କ ୭୪ ବର୍ଷ ରହିଛି। 

Add Zee News as a Preferred Source
About the Author