ଏଠାରେ ନିବେଶ କରନ୍ତୁ, ମିଳିବ ପ୍ରଚୁର ଲାଭ
Advertisement

ଏଠାରେ ନିବେଶ କରନ୍ତୁ, ମିଳିବ ପ୍ରଚୁର ଲାଭ

ବର୍ତ୍ତମାନ ସମୟରେ ଆପଣ ନିବେଶ କରିବା ଦିଗରେ ଅଳ୍ପବହୁତେ ଚିନ୍ତା କରୁଥିବେ। କେଉଁଠାରେ ନିବେଶ କଲେ ଆପଣଙ୍କୁ ଅଧିକ ଲାଭ ମିଳିପାରିବ। ଯଦି କୌଣସି ଯୋଜନାରେ ଆପଣ ନିବେଶ କରିଛନ୍ତି ତେବେ ଏଥିରେ କୌଣସି କ୍ଷତି ନାହିଁ। କାରଣ ଆପଣ ଅଧିକ ସୁଧ ହାରର ଲାଭ ପାଇପାରିବେ। ଆଉ ଯଦି ଆପଣ ବ୍ୟାଙ୍କରେ ନିବେଶ କରିବାକୁ ଚିନ୍ତା କରୁଛନ୍ତି, ତେବେ ଟଙ୍କା ବିନିଯୋଗ କର

 ଏଠାରେ ନିବେଶ କରନ୍ତୁ, ମିଳିବ ପ୍ରଚୁର ଲାଭ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆପଣ ନିବେଶ କରିବା ଦିଗରେ ଅଳ୍ପବହୁତେ ଚିନ୍ତା କରୁଥିବେ। କେଉଁଠାରେ ନିବେଶ କଲେ ଆପଣଙ୍କୁ ଅଧିକ ଲାଭ ମିଳିପାରିବ। ଯଦି କୌଣସି ଯୋଜନାରେ ଆପଣ ନିବେଶ କରିଛନ୍ତି ତେବେ ଏଥିରେ କୌଣସି କ୍ଷତି ନାହିଁ। କାରଣ ଆପଣ ଅଧିକ ସୁଧ ହାରର ଲାଭ ପାଇପାରିବେ। ଆଉ ଯଦି ଆପଣ ବ୍ୟାଙ୍କରେ ନିବେଶ କରିବାକୁ ଚିନ୍ତା କରୁଛନ୍ତି, ତେବେ ଟଙ୍କା ବିନିଯୋଗ କରିବା ପୂର୍ବରୁ ସର୍ବପ୍ରଥମେ ଆପଣ ସମସ୍ତ ବ୍ୟାଙ୍କର ସୁଧ ହାର ଜାଣିବା ଉଚିତ୍। ଯଦିଓ ତୁମେ ତୁମର ଟଙ୍କା ଜମା କରୁଛ, ଜମା ହୋଇଥିବା ଟଙ୍କା ପ୍ରତ୍ୟାହାର ସମୟରେ ଯଦି ତୁମେ ଅଧିକ ଟଙ୍କା ପାଇବ ତେବେ ଏଥିରେ କ୍ଷତି କଣ ହେବ? ତେଣୁ, ଯଦି ଆପଣ ଏକ ସେଭିଂ ଆକାଉଣ୍ଟ ଖୋଲିବାକୁ ଚାହାଁନ୍ତି, ତେବେ ପ୍ରଥମେ ଜାଣନ୍ତୁ କେଉଁ ବ୍ୟାଙ୍କ ସର୍ବାଧିକ ସୁଧ ହାର ଦେଉଛି ଏବଂ ଯଦି ଆପଣ ଡାକଘରେ ଏକ ସେଭିଂ ଆକାଉଣ୍ଟ ଖୋଲନ୍ତି, ତେବେ ଅତି କମରେ କେତେ ଟଙ୍କା ଜମା କରିବା ଉପରେ ଆପଣ ଅଧିକ ସୁଧର ଲାଭ ପାଇପାରିବେ? ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା।

ସେଭିଂ ଖାତାରେ ମିଳିଥାଏ ସୁଧର ପ୍ରଚୁର ଲାଭ
ବ୍ୟାଙ୍କରେ ସେଭିଂ ଆକାଉଣ୍ଟରେ ସାଧାରଣତଃ ପ୍ରାୟ ୨.୭୦ ରୁ ୩ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଲିଥାଏ। ଏହା ପ୍ରାୟତଃ ବାର୍ଷିକ ଆକାରରେ ସୁଧ ପ୍ରଦାନ କରିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କର ସେଭିଂ ଆକାଉଣ୍ଟରେ କେତେ ଟଙ୍କା ସୁଧ ମିଳିଥାଏ। 

ଡାକ ବିଭାଗ ସେଭିଂ ଆକାଉଣ୍ଟରେ ୪.୦ ପ୍ରତିଶତ ସୁଧ ପ୍ରଦାନ କରୁଛି।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସେଭିଂ ଆକାଉଣ୍ଟରେ  ୨.୭୦ ପ୍ରତିଶତ ସୁଧ ପ୍ରଦାନ କରୁଛି।
ବ୍ୟାଙ୍କ ଅଫ ବରୋଦା ସେଭିଂ ଆକାଉଣ୍ଟରେ   ୨.୭୫ ପ୍ରତିଶତ ସୁଧର ଲାଭ ପ୍ରଦାନ କରୁଛି।
ଆଇସିଆଇସିଆଇ ସେଭିଂ ଆକାଉଣ୍ଟରେ  ୩.୦୦ ପ୍ରତିଶତରୁ ୩.୫୦ ପ୍ରତିଶତ ସୁଧ ପ୍ରଦାନ କରୁଛି।
ସେଭିଂ ଆକାଉଣ୍ଟରେ  HDFC ୩.୦୦ ପ୍ରତିଶତରୁ ୩.୫୦ ପ୍ରତିଶତ ସୁଧ ପ୍ରଦାନ କରୁଛି।
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସେଭିଂ ଆକାଉଣ୍ଟରେ ୨.୭୦ ପ୍ରତିଶତ ସୁଧ ପ୍ରଦାନ କରୁଛି।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସେଭିଂ ଆକାଉଣ୍ଟରେ ୨.୭୦ ପ୍ରତିଶତ ସୁଧ ପ୍ରଦାନ କରୁଛି।
ବ୍ୟାଙ୍କ ଅଫ ଇଣ୍ଡିଆ ସେଭିଂ ଆକାଉଣ୍ଟରେ ୨.୯୦ ପ୍ରତିଶତ ସୁଧର ଲାଭ ପ୍ରଦାନ କରୁଛି।

ପୋଷ୍ଟ ଅଫିସରେ ସଞ୍ଚିତ ଖାତାରେ ସର୍ବାଧିକ ୪ ପ୍ରତିଶତ ସୁଧ ପ୍ରଦାନ କରୁଛି। ଆପଣ ଏଠାରେ ଅଥି କମରେ ୫୦୦ ଟଙ୍କା ରଖିକି ଖାତା ଖୋଲିପାରିବେ। ଏହା ବ୍ୟତୀତ ଖାତାରେ ସର୍ବନିମ୍ନ ୫୦୦ ଟଙ୍କା ରହିବା ଜରୁରୀ। ଯଦି ସର୍ବନିମ୍ନ ୫୦୦ ଟଙ୍କାରୁ କମ ଅର୍ଥ ରୁହେ ତେବେ ଆପଣଙ୍କ ଉପରେ ଜୋରିମନା ଲାଗିପାରେ। ସେହିପରି ଅନ୍ୟ ବ୍ୟାଙ୍କ କଥା ଯଦି ବିଚାର କରାଯାଏ ତେବେ ଅତି କମରେ ୧୦୦୦ ଟଙ୍କା ରଖି ସେଭିଂ ଖାତା ଖୋଲିପାରିବେ। 

ପୋଷ୍ଟ ଅଫିସରେ ବ୍ୟାଙ୍କ ଖାତା ସହିତ ମିଳିର ଏହି ସବୁ ସୁବିଧା
ଡାକଘର ଗ୍ରାହକଙ୍କୁ ବ୍ୟାଙ୍କ ଆକାଉଣ୍ଟ ସହିତ ଚେକ୍ ବୁକ୍, ଏଟିଏମ୍ କାର୍ଡ, ଇ-ବ୍ୟାଙ୍କିଙ୍ଗ୍ ଏବଂ ଆଧାର ଲିଙ୍କ୍ ଭଳି ସୁବିଧା ଯୋଗାଇଥାଏ। ଏହା ବ୍ୟତୀତ ଉପଭୋକ୍ତାମାନଙ୍କୁ ପ୍ରଧାନ ମନ୍ତ୍ରୀ ସୁରକ୍ଷ ବୀମା ଯୋଜନା ଏବଂ ଅଟଳ ପେନସନ ଯୋଜନାର ସୁବିଧା ଦିଆଯାଉଛି।

ପୋଷ୍ଟ ଅଫିସରେ କିପରି ଖାତା ଖୋଲିବ
ଯଦି ଆପଣ ମଧ୍ୟ ଏକ ପୋଷ୍ଟ ଅଫିସ୍ ସେଭିଂ ଆକାଉଣ୍ଟ ଖୋଲିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣ ନିକଟସ୍ଥ ଡାକଘରକୁ ଯାଇ ଏକ ସେଭିଂ ଆକାଉଣ୍ଟ ଖୋଲିପାରିବେ। ଏଠାକୁ ଯାଇ ଆପଣଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡିବ ଏବଂ ତା’ପରେ ଅତି କମରେ ୫୦୦ ଟଙ୍କା ଦେଇ ଆପଣ ଏକ ସେଭିଂ ଆକାଉଣ୍ଟ ଖୋଲିପାରିବେ।