Cuttack News: ବାବାଜୀ ବେଶରେ ଲୁଚିଥିଲା ହତ୍ୟା ଅଭିଯୁକ୍ତ, ତିନି ବର୍ଷ ଧରି ପୋଲିସକୁ ଦେଇ ଆସୁଥିଲା ଚକମା
Advertisement
Article Detail0/zeeodisha/odisha1645185

Cuttack News: ବାବାଜୀ ବେଶରେ ଲୁଚିଥିଲା ହତ୍ୟା ଅଭିଯୁକ୍ତ, ତିନି ବର୍ଷ ଧରି ପୋଲିସକୁ ଦେଇ ଆସୁଥିଲା ଚକମା

Cuttack News: ଧଳସାମନ୍ତ (D-brothers) ସହଯୋଗୀ କୁଖ୍ୟାତ ଅପରାଧୀ ହାଡ଼ିଆ ଓରଫ ପ୍ରକାଶ ବେହେରା ହତ୍ୟା ମାମଲା (Prakash Behera murder case) । ଏ-ହି ହତ୍ୟାକାଣ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତକୁ କାବୁ କରିଛି ପୋଲିସ୍ । ଅଭିଯୁକ୍ତ ଜଣକ ହେଉଛି ଦୀପକ ମଲ୍ଲିକ (deepak mallick) । ଦିର୍ଘ ଦିନ ବର୍ଷ ଧରି ପୋଲିସ୍ ଆଖିରେ ଧୂଳି ଦେଇ ଆସୁଥିଲା ଅଭିଯୁକ୍ତ। ବାବାଜୀ ବେଶରେ ୩ ବର୍ଷ ଧରି ଲୁଚିଥିଲା

ସୌଜନ୍ୟ- ସୋସିଆଲ ମିଡ଼ିଆ

Cuttack News: ଧଳସାମନ୍ତ (D-brothers) ସହଯୋଗୀ କୁଖ୍ୟାତ ଅପରାଧୀ ହାଡ଼ିଆ ଓରଫ ପ୍ରକାଶ ବେହେରା ହତ୍ୟା ମାମଲା (Prakash Behera murder case) । ଏ-ହି ହତ୍ୟାକାଣ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତକୁ କାବୁ କରିଛି ପୋଲିସ୍ । ଅଭିଯୁକ୍ତ ଜଣକ ହେଉଛି ଦୀପକ ମଲ୍ଲିକ (deepak mallick) ।  ଦିର୍ଘ ଦିନ ବର୍ଷ ଧରି ପୋଲିସ୍ ଆଖିରେ ଧୂଳି ଦେଇ ଆସୁଥିଲା ଅଭିଯୁକ୍ତ। ବାବାଜୀ ବେଶରେ ୩ ବର୍ଷ ଧରି ଲୁଚିଥିଲା ସୈତାନ।  ବିଡ଼ାନାସୀ ଥାନା(bidanasi police) ପୋଲିସ ତାକୁ ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ସାତମାଇଲି ଅଞ୍ଚଳରୁ ଗିରଫ କରିଛି । 

ସେ ସେଠାରେ ବାବାଜୀ ବେଶରେ ବୁଲୁଥିଲା। ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଆଧାରରେ ତାକୁ ପୋଲିସ କାବୁ କରିଛି। ପୋଲିସ ସୂତ୍ର ମୁତାବକ, କୁଖ୍ୟାତ ଅପରାଧୀ ଡି-ବ୍ରଦର୍ସର (D-brothers) ସହଯୋଗୀ ହାଡ଼ିଆ ସହିତ ଗତ ୨୦୨୦ ମସିହାରେ ଦୀପକ ଓ ତା’ର ସାନ ଭାଇର କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଦୁଇ ଭାଇ ମିଶି ଗୋଡ଼ାଇ ଗୋଡ଼ାଇ ତାକୁ ହାଣିଥିଲେ। ଏ-ହି ଘଟଣାରେ ୨୦୨୧ ଫେବ୍ରୁଆରି ୨୫ ତାରିଖରେ ସାନଭାଇ ଶାନ୍ତନୁ ଗିରଫ ହୋଇଥିଲା। ଗତ ୩ ବର୍ଷ ଭିତରେ ଦୀପକ ନିଜକୁ ବାବାଜୀ ସଜାଇ ରାସୋଳ ଥାନା କୁନୁଆ ଅଞ୍ଚଳରେ ନିଜକୁ ଭିନ୍ନ ପରିଚୟ ଦେଇ ରହିଥିଲା। ବିଭିନ୍ନ ଗାଁରେ ବୁଲି ଲୋକଙ୍କ ହାତ ଦେଖୁଥିଲା, ସମ୍ମାନ ପାଉଥିଲା। 

fallback

Also Read : Keonjhar News: ଘଟଗାଁ ତାରିଣୀ ପୀଠରେ ଆଜିଠୁ ଆରମ୍ଭ ହେଲା ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଉଛନ୍ତି କରୁଣାମୟୀ

Also Read : Salman Khan Net Worth: କୋଟି କୋଟି ଟଙ୍କାରେ ଖେଳନ୍ତି ଭାଇଜାନ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ହେଉଛନ୍ତି ସଲମାନ?

ଲୋକେ ତାକୁ ବାବାଜୀ ଓ ସନ୍ଥ ଭାବି ସେବା କରୁଥିଲେ। କିନ୍ତୁ, ସେ ବ୍ୟବହାର କରୁଥିବା ମୋବାଇଲ୍‌ରୁ ଅଭିଯୁକ୍ତର ଅସଲ ମୁଖା ପଦାକୁ ଆସିଛି। ପୋଲିସ, ଅଭିଯୁକ୍ତର ମୋବାଇଲ୍‌ ନମ୍ବରକୁ ଟ୍ରାକ୍‌ କରି କୁନୁଆଁ ଅଞ୍ଚଳରେ ରହୁଥିବା ଜାଣିବାକୁ ପାଇଥିଲା। ପରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ମିଳିତ ଚଢ଼ଉ କରି ଅଭିଯୁକ୍ତକୁ ସାତମାଇଲି ଅଞ୍ଚଳରୁ ଗିରଫ କରିଛନ୍ତି। ଅଭିଯୁକ୍ତର କୌପୁନି ଓ ଦାଢ଼ିକୁ ନେଇ ପୋଲିସ ବି ଦ୍ୱନ୍ଦ୍ବରେ ପଡ଼ିଥିଲା। କିନ୍ତୁ ଅଭିଯୁକ୍ତର ପୁରୁଣା ଫଟୋକୁ ବର୍ତ୍ତମାନର ଚେହେରା ସହ ମିଶାଇଲା ପରେ ଇଏ ସେହି ଅଭିଯୁକ୍ତ ବୋଲି ପୋଲିସ ସ୍ପଷ୍ଟ କରିଛି। ଏହାସହ ଘଟଣାର ଅଧିତ ତଦନ୍ତ ଆରମ୍ଭ ହୋଇଛି । 

ନିକଟରେ, ଅର୍ଥାତ ମାର୍ଚ୍ଚ ୨୧ରେ ଦୀପୁ-ଓମ୍‌ ହତ୍ୟାକାଣ୍ତ ଓ ଦାଦାବଟି ମାଗିବା ମାମଲାରେ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତଙ୍କୁ (D-brothers) ଅଦାଲତରେ ହାଜର କରାଯାଇଛି। ଜିଲ୍ଲା ଓ ଦୌରା ଜଜ୍ ଅଦାଲତରେ ଦାଦାବଟି ମାଗିବା ଅଭିଯୋଗ ନେଇ ଚାଉଳିଆଗଞ୍ଜ ଥାନାରେ ରୁଜୁ ମାମଲାରେ ଡିଏସ୍‌ପି ଅଜୟ ଦାସଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ଚାଉଳିଆଗଞ୍ଜ ଥାନା ଆଇଆଇସି ଥିବା ବେଳେ ଶ୍ରୀ ଦାସ ଦେଇଥିବା ଏତଲା ଆଧାରରେ ଏହି ମାମଲା ରୁଜୁ ହୋଇଥିଲା। ଶ୍ରୀ ଦାସଙ୍କ ସାକ୍ଷ୍ୟ ଗ୍ରହଣ ଅଧା ରହିଛି। ଏହି ମାମଲାରେ ତ୍ରିଲୋଚନ ସେଠୀଙ୍କର ଅଦାଲତରେ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ସେ ମାମଲାରେ ଜବତ ସାମଗ୍ରୀ ସଂକ୍ରାନ୍ତୀୟ ତାଲିକାରେ ସେତେବେଳେ ସାକ୍ଷୀ ଥିଲେ। ଏଥି ସହିତ ତାନ୍ତିଆ-ଭୋଲଟାସ୍‌ ସଂସ୍ଥାକୁ ଦାଦାବଟି ମାଗିବା ଅଭିଯୋଗ ମାମଲାରେ ଦୌରା ଅଦାଲତରେ  ବାପି କାହାଳୀ ହାଜର ହୋଇ ସାକ୍ଷୀ ଦେଇଥିଲେ। ମାମଲାଗୁଡ଼ିକର ପରବର୍ତ୍ତୀ ଶୁଣାଣି ପରଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଆଜି ଅସ୍ଥାୟୀ ଭାବେ ସୁଶୀଲକୁ ଝାରପଡ଼ା ଜେଲ୍‌ରେ ଓ ସୁଶାନ୍ତକୁ ଚୌଦ୍ବାର ଜେଲରେ ରଖାଯାଇଛି।