Governors Appointment:  ୧୨ଟି ରାଜ୍ୟରେ ନୂଆ ରାଜ୍ୟପାଳ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ନିଯୁକ୍ତି କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Draupadi Murmu) । ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ,ଝାରଖଣ୍ତ, ଆସାମ୍, ହିମାଚଳ ପ୍ରଦେଶ,ଅରୁଣାଚଳ ପ୍ରଦେଶ,ଆନ୍ଧ୍ର ପ୍ରଦେଶ, ଛତିଶଗଡ, ନାଗାଲାଣ୍ତ, ମେଘାଳୟ, ବିହାର ଓ ମଣିପୁର ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି  କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରି ଏବଂ ଲଦାଖ ଉପରାଜ୍ୟପାଳ ରାଧା କୃଷ୍ଣ ମାଥୁରଙ୍କ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। କୋଶ୍ୟାରିଙ୍କ ସ୍ଥାନରେ ଝାଡଖଣ୍ଡର ରାଜ୍ୟପାଳ ରମେଶ ବୈସଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ କରାଯାଇଛି। ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ବି.ଡି ମିଶ୍ରାଙ୍କୁ ଲଦାଖର ଉପରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଥିବା ବିଶ୍ୱ ଭୂଷଣ ହରିଚନ୍ଦନ (Biswabhusan Harichandan)ଙ୍କୁ ଛତିଶଗଡର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି।


Also Read : Weird News: ଅଜବ ପରମ୍ପରା, ଏଠି ହାତରେ ନୁହେଁ ଗୋଡ଼ରେ ପୁରୁଷଙ୍କୁ ଖାଦ୍ୟ ପରଷନ୍ତି ମହିଳା


Also Read : Shocking News: ଅଜବ ପରମ୍ପରା, ଘରେ କାହାର ମୃତ୍ୟୁ ହେଲେ ଏଠାରେ କଟାଯାଏ ମହିଳାଙ୍କ ଆଙ୍ଗୁଳି


ଏହାଛଡ଼ା ଅନ୍ୟ କିଛି ରାଜ୍ୟର ରାଜ୍ୟପାଳ ମଧ୍ୟ ବଦଳିଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ଶିବ ପ୍ରତାପ ଶୁକ୍ଲାଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ, ରାଜସ୍ଥାନର ପ୍ରଭାବଶାଳୀ ନେତା ଗୁଲାବ ଚାନ୍ଦ କଟାରିଆଙ୍କୁ ଆସାମର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।ପୂର୍ବତନ ଜଷ୍ଟିସ ଏସ ଅବଦୁଲ ନାଜିର ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବାବେଳେ ବିହାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ହିମାଚଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ବିହାରର ରାଜ୍ୟପାଳ ଦାୟିତ୍ୱ ଦିଆଯାଇଛି।


ଛତିଶଗଡର ରାଜ୍ୟପାଳ ଶ୍ରୀମତୀ ଅନୁସୁୟା ଉଇକେଙ୍କୁ ମଣିପୁରର ରାଜ୍ୟପାଳ କରାଯାଇଛି । ମଣିପୁରର ରାଜ୍ୟପାଳ ଲା ଗଣେଶ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଫାଗୁ ଚୌହାନ ମେଘାଳୟ ରାଜ୍ୟପାଳ ହୋଇଛନ୍ତି । ହିମାଚଳ ପ୍ରଦେଶର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ବିହାରର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ବ୍ରିଗେଡିୟର (ଅବସରପ୍ରାପ୍ତ) ବିଡି ମିଶ୍ରା ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବରେ ନିଯୁକ୍ତ ହୋଇଛନ୍ତି । ନବ ନିଯୁକ୍ତ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ କାର୍ଯ୍ୟକାଳ ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ଲାଗୁ ହେବ ।


Also Read : Vastu Tips: ଘରେ ରହୁନାହିଁ କି ଟଙ୍କା? ନିଶ୍ଚୟ କରନ୍ତୁ ଏହି ୬ଟି କାମ


Also Read : Hug Day 2023: ସାଥୀଙ୍କୁ ଆଲିଙ୍ଗନ କରି କୁହନ୍ତୁ ଖୋଲା ହୃଦୟରେ ମନର କଥା


Also Read : Shocking News: ସ୍ମାର୍ଟଫୋନ୍ ପାଇଁ ଆଖି ହରାଇଲେ ମହିଳା, ଜାଣନ୍ତୁ କ’ଣ ରହିଛି ପୁରା ଘଟଣାକ୍ରମ?


Also Read : Health Tips: ରାତିରେ ଆପଣଙ୍କୁ ଠିକରେ ନିଦ ହେଉନି କି? କରନ୍ତୁ ଏସବୁ କାମ