Shocking News: ସ୍ମାର୍ଟଫୋନ୍ ପାଇଁ ଆଖି ହରାଇଲେ ମହିଳା, ଜାଣନ୍ତୁ କ’ଣ ରହିଛି ପୁରା ଘଟଣାକ୍ରମ?
Advertisement
Article Detail0/zeeodisha/odisha1565564

Shocking News: ସ୍ମାର୍ଟଫୋନ୍ ପାଇଁ ଆଖି ହରାଇଲେ ମହିଳା, ଜାଣନ୍ତୁ କ’ଣ ରହିଛି ପୁରା ଘଟଣାକ୍ରମ?

Woman Loses Eyesight Due To Smartphone: ଆଜିକାଲି ସମସ୍ତେ ସ୍ମାର୍ଟଫୋନର ବ୍ୟବହାର କରୁଛନ୍ତି । କିନ୍ତୁ ଆପଣ କଣ ଜାଣିଛନ୍ତି ଏହାର ଅଧିକ ମାତ୍ରାରେ ବ୍ୟବହାର ଆମ ଶରୀର ପାଇଁ କେତେ ମାରାତ୍ମକ ହୋଇପାରେ ବୋଲି । ଆମେ ଯେତେବେଳେ ବି ଫୋନ କିମ୍ବା କମ୍ପ୍ୟୁଟର ବ୍ୟବହାର କରୁ ଆମକୁ ପରାମର୍ଶ ଦିଆଯାଏ ଏହି ସବୁକୁ ଯେତିକି ଦରକାର ସେତିକି ମାତ୍ରାରେ ବ୍ୟବହାର କରିବା ପାଇଁ । କାରଣ ଏହାର ରଶ୍ମି ହିଁ ଆମ ଆଖି ଓ ଶରୀର ଉପରେ ଅଧିକ ପ୍ରଭାବ ପକାଇଥାଏ । ଏପରିକି ଅଧିକାଂଶ ଲୋକଙ୍କର ଏପରି ବଦଭ୍ୟାସ ମଧ୍ୟ ଅଛି ଯେ, ରାତିରେ ଖାସ୍ କରି ଅନ୍ଧାର ରୁମରେ ସ୍ମାର୍ଟ ଫୋନ୍ ଚଳାଇବାର । ଯଦି ଆପଣଙ୍କର ଏପରି ଅଭ୍ୟାସ ରହିଛି ତେବେ ଆପଣ ଏହାକୁ ଆଜିହିଁ ବଦଳାନ୍ତୁ । ନଚେତ ଆପଣଙ୍କ ଦୃଷ୍ଟିଶକ୍ତିକୁ ଆପଣ ଖୁବଶିଘ୍ର ହରାଇବେ।

ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରିଛି । ଯଦି ଆପଣ ମଧ୍ୟ ଏ ଖବର ଜାଣିବେ ଏହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ । ହାଇଦ୍ରାବାଦର ଜଣେ ମହିଳା ସ୍ମାର୍ଟଫୋନ୍ ବ୍ୟବହାର କରି ନିଜ ଆଖି ହରାଇଛନ୍ତି । ହାଇଦ୍ରାବାଦ ଜଣେ ଡାକ୍ତର (Dr Sudhir Kumar MD DM) ନିଜ ଟ୍ବିଟର ହ୍ୟାଣ୍ତେଲରେ ଏ ଖବର ସେୟାର କରିଛନ୍ତି। ସେ ଟ୍ବିଟର ରେ କହିଛନ୍ତି ଯେ, ଜଣେ ୩୦ ବର୍ଷିୟ ମହିଳା ଅତ୍ୟାଧିକ ସ୍ମାର୍ଟଫୋନର ବ୍ୟବହାର ଯୋଗୁଁ ନିଜ ଦୁଇ ଆଖିକୁ ହରାଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମଞ୍ଜୁ ନାମକ ତାଙ୍କର ଜଣେ ରୋଗୀ ତାଙ୍କର ଦୃଷ୍ଟି ଶକ୍ତି ସମସ୍ୟା ନେଇ ତାଙ୍କ ନିକଟକୁ ଆସିଥିଲେ । ଯେତେବେଳେ ଡାକ୍ତରୀ ତାଙ୍କର ଚକ୍ଷୁ ପରୀକ୍ଷା କରିଥିଲେ, ସେତେବେଳେ ଜଣାପଡିଥିଲା ​​ଯେ ସେ ସ୍ମାର୍ଟଫୋନ୍ ଭିଜନ ସିଣ୍ଡ୍ରୋମ (Smartphone Vision Syndrome)ରେ ରୋଗୀରେ ପୀଡିତ । ଯାହା ଦ୍ବାରା ସେ ତାଙ୍କର ଦୃଷ୍ଟିଶକ୍ତିକୁ ସବୁଦିନ ପାଇଁ ହରାଇଛନ୍ତି। 

Also Read : Health Tips: ଆପଣ ଅଧିକ ଥଣ୍ତା ଅନୁଭବ କରୁଛନ୍ତି କି ? ହୋଇପାରେ ଏହି ଘାତକ ରୋଗର ଲକ୍ଷଣ

'ମହିଳା ଅନ୍ଧାରରେ ଘଣ୍ଟା ଘଣ୍ଟା ଧରି ଫୋନ୍ ବ୍ୟବହାର କରୁଥିଲେ': ଡାକ୍ତରଙ୍କ କହିବାନୁସାରେ, ମହିଳା ଜଣକ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ଫୋନର ବ୍ୟବହାର କରୁଥିଲେ। ସେ ପ୍ରାୟ ଦେଢ ବର୍ଷ ଧରି ଏପରି ନିୟମିତ ଫୋନ ଚଲାଉଥିଲେ। ଡାକ୍ତର ସୁଧୀର ଟ୍ୱିଟରରେ ଲେଖିଛନ୍ତି,'ସେ ନିଜ ସ୍ମାର୍ଟଫୋନରେ ଦୈନିକ ଅନେକ ଘଣ୍ଟା ବ୍ରାଉଜ୍ କରୁଥିଲେ ଏବଂ ଏହା ତାଙ୍କର ନୂଆ ଅଭ୍ୟାସରେ ପରିଣତ ହୋଇଥିଲା,ସେ ଖାସ୍ କରି ଅନ୍ଧାରରେ ମଧ୍ୟ ଫୋନ୍ ବ୍ୟବହାର କରୁଥିଲେ।'

ସ୍ମାର୍ଟ ଫୋନ ବ୍ୟବହାର ସମୟରେ ଫୋନର ବ୍ରାଇଟନେସକୁ କମ୍ କରନ୍ତୁ : ଡାକ୍ତର ତାଙ୍କୁ ପୂର୍ବରୁ ଏହା ମଧ୍ୟ ପରାମର୍ଶ ଦେଇଥିଲେ ଯେ, ଫୋନର ବ୍ୟବହାର କମ୍ କରିବା ସହ ମହିଳାଙ୍କୁ ମଧ୍ୟ ଔଷଧ ସେବନ କରିବାକୁ । କିନ୍ତୁ ଦିର୍ଘ ମାସେ ଯାଏଁ ମହିଳା ଡାକ୍ତରଙ୍କ ପରାମର୍ଶ ମାନିବା ସହ ଔଷଧ ସେବନ ମଧ୍ୟ କରିଥିଲେ। କିନ୍ତୁ ପରେ ସେ ତାଙ୍କ ଏହି ଅଭ୍ୟାସକୁ ବଦଳାଇ ଥିଲେ।  ଏବଂ ବର୍ତ୍ତମାନ ତାଙ୍କର ଦୃଷ୍ଟିଶକ୍ତି ଚାଲି ଯାଇଥିବା କହିଛନ୍ତି ଡାକ୍ତର । 

ଭାରତରେ ସ୍କ୍ରିନିଂ ଟାଇମ୍ ଦିନକୁ ଦିନ ବୃଦ୍ଧି ହେଉଛି :  ମୋବାଇଲ୍ ଆନାଲିଟିକ୍ ଫାର୍ମ ଡାଟା (mobile analytics firm Data) ଅନୁସାରେ, ଭାରତରେ ମୋବାଇଲ୍ ସ୍କ୍ରିନିଂ ଟାଇମ୍ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ଭାରତରେ ହାରାହାରି ସ୍କ୍ରିନ ସମୟ ୨୦୨୧ ରେ ଦିନକୁ ୪.୭ ଘଣ୍ଟା ଥିବା ବେଳେ ୨୦୨୦ ରେ ୪.୫ ଘଣ୍ଟା ଥିଲା । ଏବଂ ୨୦୧୯ ରେ ଏହା  ୩.୭ ଘଣ୍ଟାରେ ସୀମିତ ଥିଲା । ଅନ୍ଧାର କୋଠରୀରେ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହି ଜିନିଷଗୁଡ଼ିକ କେବଳ ମାନସିକ ସ୍ତରରେ ପ୍ରଭାବ ପକାଇବ ନାହିଁ ବରଂ ଦୃଷ୍ଟି ଶକ୍ତି ହରାଇବାର ସମ୍ଭାବନାକୁ ମଧ୍ୟ ବଢାଇଥାଏ । 

ଆଖିର ଯତ୍ନ ନେବା କିପରି ?: ସ୍ମାର୍ଟଫୋନର ବ୍ୟବହାର ଠିକ୍ । କିନ୍ତୁ ଏହାର ବ୍ୟବହାର ଆବଶ୍ୟକତା ଅନୁସାରେ ହେବା ଉଚିତ । ଯଦି ଆପଣ ଏହାର ବ୍ୟବହାର ସ୍ମାର୍ଟଫୋନର ବ୍ୟବହାର ଅଧିକ କରୁଛନ୍ତି । ତେବେ ଆପଣ (Zen Mode) ଜେନ ମୋଡ ଫୋନରେ ଅନ୍ କରନ୍ତୁ । ନୀଳ ଲାଇଟ୍ ଫିଲ୍ଟର୍ ଟର୍ନ୍ କରିବା ଦ୍ବାରା ଆପଣଙ୍କ ଆଖିରେ ଥିବା ଷ୍ଟ୍ରେନ୍ କମିବାରେ ସାହାଯ୍ୟ କରିବ। ଏକ ଟାଇମର୍ ସେଟ୍ କରନ୍ତୁ ଏବଂ ପ୍ରତି ୨୦ ରୁ ୩୦ ମିନିଟରେ ସ୍କ୍ରିନ୍ ଟିକେ  ବ୍ରେକ୍ ନିଅନ୍ତୁ ।