Advertisement
photoDetails0hindi

Health Tips: ରାତିରେ ଆପଣଙ୍କୁ ଠିକରେ ନିଦ ହେଉନି କି? କରନ୍ତୁ ଏସବୁ କାମ

Health Tips: ରାତିରେ ଭଲ ନିଦ ହେବା ନିତ୍ୟାନ୍ତ ଆବଶ୍ୟକ। ଅତିକମରେ ଦୈନିକ 8 ଘଣ୍ଟା ଶୋଇଲେ ଶରୀର ସୁସ୍ଥ ରହେ। ଏହାସହ ଆପଣଙ୍କ ମନ ବି ସୁସ୍ଥ ରହେ। କିନ୍ତୁ ମୁଣ୍ଡରେ ଚିନ୍ତା, ଡିପ୍ରେସନରେ ରହିଲେ ଆପଣ ଶୋଇବାକୁ ଯେତେ ଚେଷ୍ଟା କଲେ ବି ନିଦ ଠିକରେ ହୁଏ ନାହିଁ । ତେବେ, ଏଭଳି କିଛି ଖାଦ୍ୟ ରହିଛି । ଯାହାକୁ ସେବନ କରିବା ଦ୍ବାରା ଆପଣ ଗଭୀର ନିଦ୍ରାରେ ଶୋଇ ପାରିବେ ।

1/7

ପୋଟାସିୟମ ଓ ମେଗ୍ନିସିୟମରେ ଭରପୁର ଥିବା କଦଳୀ ମାଂସପେଶୀକୁ ଆରାମ ଦେବାରେ ସହାଯ୍ୟ କରିଥାଏ। ଏହାସହ ଆପଣଙ୍କୁ ଅଧିକ ଆରାମ ଅନୁଭବ ମଧ୍ୟ କରାଯାଇଥାଏ। ତେଣୁ ଉତ୍ତମ ନିଦ ହୋଇଥାଏ। ମାତ୍ର ସବୁଜ ଚୋପା ଥିବା ପାଚିଲା କଦଳୀ ଖାଇବା ଅଧିକ ଲାଭଦାୟକ।

2/7

ଅନେକ ସ୍ୱାସ୍ଥ୍ୟକର ଖାଦ୍ୟ ମଧ୍ୟରୁ ବାଦାମ ଗୋଟିଏ। ଏହା ଉତ୍ତମ ନିଦ ହେବାରେ ବେଶ ସହାୟକ ହୋଇଥାଏ। ବାଦାମରେ କ୍ୟାଲସିୟମ ଭରପୁର ମାତ୍ରାରେ ରହିଛି। ଯାହା ଶରୀରକୁ ଶାନ୍ତ କରିବା ସହ ମାଂସପେଶୀକୁ ଆରାମ ପ୍ରଦାନ କରିବାରେ ସହାୟକ ହୋଇଥାଏ।

3/7

 ଡ୍ରାଏ ଫ୍ଲଟସ୍ ମଧ୍ୟ ଶରୀର ପାଇଁ ବେଶ ଲାଭଦାୟକ । ଭଲ ନିଦ ପାଇଁ ଆପଣ ଅଖରୋଟର ମଧ୍ୟ ସେବନ କରିପାରିବେ।

 

4/7

ଦହିରେ ମଧ୍ୟ ପ୍ରଚୁର ମାତ୍ରାରେ ଭିଟାମିନ ଡି ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। ତେଣୁ ଅଳ୍ପ ପରିମାଣରେ ଦହିର ମଧ୍ୟ ସେବନ କରନ୍ତୁ। ଏହାଦ୍ୱାରା ମଧ୍ୟ ଭଲ ନିଦ ହୋଇଥାଏ।

 

5/7

ପାଳଙ୍ଗ ଶାଗରେ ବିଭିନ୍ନ ଭିଟାମିନ ସହ ବହୁ ପୋଷକ ତତ୍ତ୍ୱ ରହିଛି। ଏହାର ସେବନ ଦ୍ୱାରା ମଧ୍ୟ ଭଲ ନିଦ ହୋଇଥାଏ।

 

6/7

ଜାଇଫଳ ଶିରାପ୍ରଶିରାକୁ ଆରାମ ପ୍ରଦାନ କରିବା ସହ ଏହା ସେରୋଟୋନିନ ପ୍ରସ୍ତୁତ କରି ଆରାମ ଦାୟକ ନିଦ ହେବାରେ ସହାୟକ ହୋଇଥାଏ। ଏହାକୁ ଅଳ୍ପ ମାତ୍ରାରେ ଉଷୁମ କ୍ଷୀରରେ ମିଶାଇ ପିଇ ପାରିବେ।

7/7

କନ୍ଦମୂଳ ରାତ୍ରି ଭୋଜନରେ ସାମିଲ କରିବା ଖୁବ ଉପକାରୀ। ଏଥିରେ ପୋଟାସିୟମ,ମେଗ୍ନିସିୟମ, କ୍ୟାଲସିୟମ ଆଦି ଭରପୁର ମାତ୍ରାରେ ରହିଛି। ଏଥିରେ ଥିବା ଖଣିଜ ଶିରାପ୍ରଶିରାକୁ ଶାନ୍ତ ରଖିବା ସହ ଉତ୍ତମ ନିଦ ହେବାରେ ବେଶ ସହାୟକ ହୋଇଥାଏ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)