Vastu Tips: ଘରେ ରହୁନାହିଁ କି ଟଙ୍କା? ନିଶ୍ଚୟ କରନ୍ତୁ ଏହି ୬ଟି କାମ
Advertisement
Article Detail0/zeeodisha/odisha1568224

Vastu Tips: ଘରେ ରହୁନାହିଁ କି ଟଙ୍କା? ନିଶ୍ଚୟ କରନ୍ତୁ ଏହି ୬ଟି କାମ

Vastu Tips: ଜ୍ୟୋତିଷ ଶାସ୍ତ୍ରରେ କିଛି ଏଭଳି କଥା ବର୍ଣ୍ଣନା କରାଯାଇଛି। ଯାହା ଜାଣିବା ନିତାନ୍ତ ଆବଶ୍ୟକ। ନଚେତ୍‌‌ ଜାଣତରେ ଅଜାଣତରେ କରୁଥିବା ସେହି ଭୁଲ୍‌‌ ପାଇଁ ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି। ଯାହାଫଳରେ ଆପଣଙ୍କ ଘରେ ଅଧିକାଂଶ ସମୟରେ ଅଶାନ୍ତି ଲାଗି ରହିବା ସହ ଦାରିଦ୍ରତା ମଧ୍ୟ ମାଡି ଆସେ। ତେବେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏସବୁ କାର୍ଯ୍ୟ କରିବା ଉଚିତ୍ ନୁହେଁ । ଶାସ୍ତ୍ର ଅନୁଯାୟୀ(vastu tips),ଝାଡୁକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ। ତେଣୁ ସନ୍ଧ୍ୟା ସମୟରେ ଘରେ ଝାଡୁ ଲଗାଇବା ଅଶୁଭ ବୋଲି ମାନ୍ୟତା ରହିଛି।ଅନ୍ନ ଓ ଅଗ୍ନି ଉଭୟଙ୍କୁ ପୂଜନୀୟ କୁହାଯାଏ। 

ସୌଜନ୍ୟ- ସୋସିଆଲ ମିଡିଆ

Vastu Tips​: ଜ୍ୟୋତିଷ ଶାସ୍ତ୍ରରେ କିଛି ଏଭଳି କଥା ବର୍ଣ୍ଣନା କରାଯାଇଛି। ଯାହା ଜାଣିବା ନିତାନ୍ତ ଆବଶ୍ୟକ। ନଚେତ୍‌‌ ଜାଣତରେ ଅଜାଣତରେ କରୁଥିବା ସେହି ଭୁଲ୍‌‌ ପାଇଁ ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି। ଯାହାଫଳରେ ଆପଣଙ୍କ ଘରେ ଅଧିକାଂଶ ସମୟରେ ଅଶାନ୍ତି ଲାଗି ରହିବା ସହ ଦାରିଦ୍ରତା ମଧ୍ୟ ମାଡି ଆସେ। ତେବେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏସବୁ କାର୍ଯ୍ୟ କରିବା ଉଚିତ୍ ନୁହେଁ । ଶାସ୍ତ୍ର ଅନୁଯାୟୀ(vastu tips),ଝାଡୁକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ। ତେଣୁ ସନ୍ଧ୍ୟା ସମୟରେ ଘରେ ଝାଡୁ ଲଗାଇବା ଅଶୁଭ ବୋଲି ମାନ୍ୟତା ରହିଛି।ଅନ୍ନ ଓ ଅଗ୍ନି ଉଭୟଙ୍କୁ ପୂଜନୀୟ କୁହାଯାଏ। ରୋଷେଇ ଘରେ ଏହି ୨ଟି ଜିନିଷ ଉପଲବ୍ଧ। ତେଣୁ ରୋଷେଇ ଘରକୁ ଜୋତା-ଚପଲ ପିନ୍ଧି କରି ଯିବା ଉଚିତ ନୁହେଁ କିମ୍ବା ଭୋଜନ ପ୍ରସ୍ତୁତ କରିବା ମଧ୍ୟ ଉଚିତ ନୁହେଁ।

ସର୍ବଦା ରାତିରେ ଭୋଜନ କରିବା ପରେ ଅଇଁଠା ବାସନ ସକାଳ ଯାଏଁ ଆଦୌ ରଖନ୍ତୁ ନାହିଁ। ରାତିରେ ଖାଦ୍ୟ ଖାଇବା ପରେ ଅଇଁଠା ବାସନ ପକାଇ ରଖିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ସର୍ବଦା ସୂର୍ଯୋଦୟ ପୂର୍ବରୁ ଶେଯ ତ୍ୟାଗ କରନ୍ତୁ। ଯେଉଁ ଘରେ ପରିବାର ସଦସ୍ୟ ସୂର୍ଯ୍ୟୋଦୟ ପରେ ମଧ୍ୟ ଶୋଇ ରହିଲେ ଘରେ ଅଶାନ୍ତି ଲାଗି ରହେ। ଉନ୍ନତି ହୋଇନଥାଏ। ଅଯଥାରେ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ। ସ୍ନାନ କରିବା ପରେ ପ୍ରତ୍ୟେକ ଦିନ ସୂର୍ଯ୍ୟଦେବତାଙ୍କୁ ଜଳ ନିଶ୍ଚୟ ଅର୍ପଣ କରନ୍ତୁ। କାରଣ ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ବୋଲି କୁହାଯାଏ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ।

ଏହାବି ପଢନ୍ତୁ : Diabetes: ମଧୁମେହ ରୋଗୀ ଡାଏଟରେ ସାମିଲ କରନ୍ତୁ ଏସବୁ ସବୁଜ ପନିପରିବା, ବଢିବନି ବ୍ଲଡ଼ ସୁଗାର ଲେବୁଲ୍

ଏହାବି ପଢନ୍ତୁ : Horoscope Today 12 February 2023: ଆଜି ଏସବୁ ରାଶି ଉପରେ ହେବ ଧନର ବର୍ଷା, ଏହି ୩ଟି ରାଶି ପାଇଁ ବିପଦ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର

ହିନ୍ଦୁ ଧର୍ମରେ ପୂଜାପାଠ ସମୟରେ ଶଙ୍ଖ ବଜାଇବାର ପରମ୍ପରା ରହିଛି। ଏହାଦ୍ୱାରା ସକରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ। ଯେଉଁ ଘରେ ଶଙ୍ଖ ଧ୍ୱନି ନଶୁଣାଯାଏ, ମା’ଲକ୍ଷ୍ମୀ ସେଠାରେ ବାସ କରିନଥାଆନ୍ତି। କଦାପି ପାଟିରେ ଫୁଙ୍କି କରି ଦୀପ କିମ୍ବା ଧୂପକାଠି ଲିଭାନ୍ତୁ ନାହିଁ। ମା’ଲକ୍ଷ୍ମୀଙ୍କ ନିକଟରେ ଦୀପ ନିଶ୍ଚୟ ଲଗାନ୍ତୁ। ଭୋଜନ ସମୟରେ ସର୍ବଦା ପ୍ରଣାମ କରନ୍ତୁ। ଭଗବାନଙ୍କୁ ଭୋଜନ ପାଇଁ ଧନ୍ୟବାଦ ଜଣାନ୍ତୁ। ଖାଦ୍ୟ ସର୍ବଦା ମା’ଲକ୍ଷ୍ମୀଙ୍କ ପ୍ରତୀକ। ଏହାର ଆଦର କରନ୍ତୁ। ଭୋଜନ ଗ୍ରହଣ କରିବା ପୂର୍ବରୁ ଭଗବାନଙ୍କୁ ଧନ୍ୟବାଦ ଜଣାନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ହୋଇଥାଏ। ଧନର ଅଭାବ ଦୂର ହୋଇଥାଏ।ପାଦ ଓଦା ଥିବା ଅବସ୍ଥାରେ ଶୁଅନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀ ଅଶାନ୍ତି ହୋଇଥାଆନ୍ତି। କଦାପି ମଧ୍ୟ ଦାନ୍ତରେ ନଖ ଛିଣ୍ଡାନ୍ତୁ ନାହିଁ। ଏଭଳି ବଦଅଭ୍ୟାସ ଥିଲେ ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)