Private Army Companies: ବିଶ୍ୱରେ ଏପରି କିଛି ଦେଶ ରହିଛି ଯେଉଁଠି ସରକାରୀ ସେନା ରହିଥିବା ସତ୍ତ୍ୱେ ଘରୋଇ ସାମରିକ କମ୍ପାନୀ ମଧ୍ୟ ରହିଛି। ଏହି କମ୍ପାନୀ କୌଣସି ଦେଶର ନିୟମିତ ସୈନ୍ୟ ବାହିନୀ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଥାଏ।
Trending Photos
Private Military Company: ନିକଟରେ ଋଷିଆ ଭଳି ଶକ୍ତିଶାଳୀ ଦେଶର ସରକାରଙ୍କ ବିରୋଧରେ ବିଦ୍ରୋହ କରି ଚର୍ଚ୍ଚରେ ରହିଛି ୱାଗନର୍ ଗ୍ରୁପ୍। ହେଲେ କ'ଣ ଆପଣ ଜାଣିଛନ୍ତି କେବଳ ୱାଗନର୍ ଗ୍ରୁପ୍ ନୁହେଁ, ବିଶ୍ୱର ଅନେକ ଦେଶରେ ରହିଛି ପ୍ରାଇଭେଟ୍ ସେନା। ସବୁଠାରୁ ବିପଜ୍ଜନକ ପ୍ରାଇଭେଟ ଆର୍ମୀ ସୋଲଜର ଯୁକ୍ତରାଷ୍ଟ୍ର ଆମେରିକା ପାଖରେ ରହିଛି।
ପ୍ରାଇଭେଟ ଆର୍ମୀ କ’ଣ?
ଆମେରିକ ଭିତ୍ତିକ ସଂସ୍ଥା "World of Statistics" ୱେବସାଇଟ୍ ଅନୁଯାୟୀ, ବିଶ୍ୱର ପ୍ରାୟ ୧୦ ଦେଶରେ ଘରୋଇ ସାମରିକ କମ୍ପାନୀ ରହିଛି। ପ୍ରାଇଭେଟ ଆର୍ମୀ ରଖିଥିବା ଏହି ଦେଶକ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସେହି ଦେଶ ଯାହାକୁ ସୁପର ପାୱାର୍ ଭାବରେ ବିବେଚନା କରାଯାଇପାରେ। ଉଦାହରଣ ସ୍ୱରୂପ ଯୁକ୍ତରାଷ୍ଟ୍ର ଆମେରିକା, ଋଷିଆ, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଏବଂ ଅଷ୍ଟ୍ରେଲିଆ। କୁହାଯାଏ ଯେ ଏହି ଦେଶରେ ସେନା କିମ୍ବା ଗୁପ୍ତଚର ସଙ୍ଗଠନ ସହ ଜଡ଼ିତ ଅବସରପ୍ରାପ୍ତ ଅଧିକାରୀ ଏକ ଘରୋଇ ସେନା ଗଠନ କରିଛନ୍ତି। ସେମାନେ ଧନୀକ ଶ୍ରେଣୀର ବ୍ୟକ୍ତି, ବିପଜ୍ଜନକ ଅବସ୍ଥାରେ କାର୍ଯ୍ୟ କରୁଥିବା ବହୁରାଷ୍ଟ୍ରୀୟ କମ୍ପାନୀ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଏକଛତ୍ରବାଦୀ ଶାସକଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି। ଏଥିପାଇଁ ସେମାନଙ୍କୁ ବିପୁଳ ପରିମାଣର ଟଙ୍କା ମିଳିଥାଏ। ଘରୋଇ ସାମରିକ କମ୍ପାନୀ ସୁରକ୍ଷା ସେବା ଯୋଗାଇ କୋଟି କୋଟି ଡଲାର ମୂଲ୍ୟର ବ୍ୟବସାୟ କରିଥାନ୍ତି।
ଯେଉଁଠି ନଥାଏ ନିୟମିତ ଆର୍ମୀ ସେଠାରେ ସେବା ଯୋଗାଏ ପ୍ରାଇଭେଟ ଆର୍ମୀ
ଘରୋଇ ସାମରିକ କମ୍ପାନୀ ଦ୍ୱାରା ପ୍ରଦାନ କରାଯାଉଥିବା ସୁରକ୍ଷା ସେବାର ସମଗ୍ର ବିଶ୍ୱରେ ଚାହିଦା ରହିଛି। ପ୍ରାଇଭେଟ ଆର୍ମୀ ସେହି ଦେଶରେ ମଧ୍ୟ କାମ କରିଥାଏ ଯେଉଁଠାରେ ନିୟମିତ ସେନା କାମ କରେ ନାହିଁ | ଲସ୍ ଆଞ୍ଜେଲସ୍ ଟାଇମ୍ସ ଅନୁଯାୟୀ, ୨୦୦୭ ଇରାକ ଯୁଦ୍ଧ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ସବୁଠାରୁ ବଡ଼ ପ୍ରାଇଭେଟ ଆର୍ମୀ ବ୍ୟବହାର କରିଥିଲା। ଯେତେବେଳେ ବେସରକାରୀ ମିଲିଟାରୀ କଣ୍ଟ୍ରାକ୍ଟର ସେଠାରେ ୧ ଲକ୍ଷ ୮୦ ହଜାରରୁ ଅଧିକ ଲୋକଙ୍କୁ ଆମେରିକାୟ ସରକାରଙ୍କ ସମର୍ଥନରେ ଯୁଦ୍ଧ କରିବାକୁ ଇରାକ ପଠାଇଥିଲେ। ସେତେବେଳେ କେବଳ ଆମେରିକାର ୧ ଲକ୍ଷ ୬୦ ହଜାର ସୈନିକ ଏହି ଯୁଦ୍ଧରେ ନିୟୋଜିତ ହୋଇଥିଲେ। ଏପରି ଘରୋଇ ସାମରିକ କମ୍ପାନୀ ନିଜ ଦେଶରେ ଏକ ବ୍ୟବସାୟିକ କମ୍ପାନୀ ଭାବରେ ପଞ୍ଜୀକୃତ ହୋଇଥାଏ। ଯେଉଁଠାରେ ସେମାନେ କାମ କରନ୍ତି ସେଠାରେ ବହୁଳ ମାତ୍ରାରେ ମାନବିକ ଅଧିକାରର ଉଲ୍ଲଂଘନ ହୋଇଥାଏ। ହେଲେ ପ୍ରାଇଭେଟ ଆର୍ମୀ ବିରୋଧରେ କୌଣସି ପ୍ରକାରେ ଖସିଯାଏ। କାରଣ ପ୍ରାଇଭେଟ ଆର୍ମୀ କୌଣସି ଦେଶର ସୁସଙ୍ଗଠିତ ସୈନ୍ୟ ବଳ ନୁହେଁ। ଅନ୍ୟ ଅର୍ଥରେ କହିବାକୁ ଗଲେ ପ୍ରାଇଭେଟ ଆର୍ମୀ ପାଇଁ ନୈତିକତା, ନୀତି ନିୟମ, ମାନବିକତା ଏବଂ ନିୟମାବଳୀ କିମ୍ବା ଆଇନ କାନୁନ ଲାଗୁ ହୁଏ ନାହିଁ। ସେମାନଙ୍କର ଏକମାତ୍ର ଚିନ୍ତା ହେଉଛି ଟଙ୍କା।
କିପରି ରୋଜଗାର କରିଥାଏ ପ୍ରାଇଭେଟ ଆର୍ମୀ?
ଏହା ସତ୍ୟ ଯେ, ୱାଗନର୍ ଗ୍ରୁପ୍ ପରି ଘରୋଇ ସାମରିକ କମ୍ପାନୀ ସମଗ୍ର ବିଶ୍ୱରେ ବ୍ୟାପିରହିଛି। ସେମାନଙ୍କ ମଧ୍ୟରୁ କେତେକ ଛୋଟ ହୋଇଥିବା ବେଳେ ଆଉ କେତେକ ବହୁତ ବଡ ହୋଇଥାନ୍ତି। ଯେଉଁମାନେ ଟଙ୍କା ପାଇଁ ଯୁଦ୍ଧ ତଥା ସଂକଟଗ୍ରସ୍ତ ଅଞ୍ଚଳରେ ଚାଲୁଥିବା ସାମରିକ ଅଭିଯାନରେ ସାମିଲ ହୋଇଥାନ୍ତି। ପ୍ରାଇଭେଟ ଆର୍ମୀ ଭଳି ସଂସ୍ଥାର ରୋଜଗାର ଦୁଇଟି ଉପାୟରେ ହୋଇଥାଏ।। ପ୍ରଥମତଃ ଯେତେବେଳେ ଯୁଦ୍ଧ ଚାଲିନଥାଏ, ସେତେବେଳେ ଏହି ଘରୋଇ ସାମରିକ କମ୍ପାନୀ ସମଗ୍ର ବିଶ୍ୱରେ ବଡ ବ୍ୟବସାୟିକ ସଂସ୍ଥାର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଥାଏ। ସୁରକ୍ଷା ସେବା ପାଇବା ପାଇଁ ଏହି ସଂସ୍ଥା ବେଶ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିଥାନ୍ତି।
Also Read: Wagner Group: ବିଦ୍ରୋହ ପାଇଁ ଚର୍ଚ୍ଚାରେ ୱାଗନର ଗ୍ରୁପ୍, ଯେଉଁ କମ୍ପାନୀ ପାଖରେ ରହିଛି ବଡ଼ ସୈନ୍ୟ ବାହିନୀ
ଦ୍ୱିତୀୟତଃ ଯେତେବେଳେ କୌଣସି ସ୍ଥାନରେ ଯୁଦ୍ଧ ଚାଲିଥାଏ, ସେତେବେଳେ ଏହି ଘରୋଇ ସାମରିକ କମ୍ପାନୀ କୌଣସି ଦେଶର ସରକାର କିମ୍ବା ସୈନ୍ୟ ବାହିନୀ ପକ୍ଷରୁ ଯୁଦ୍ଧ ଲଢି ବିପୁଳ ଅର୍ଥ ଉପାର୍ଜନ କରିଥାନ୍ତି। ଏହା ବ୍ୟତୀତ, ଯୁଦ୍ଧରେ ପ୍ରାଇଭେଟ ଯେଉଁ ଅଞ୍ଚଳ ଦଖଲ କରିଥାଏ, ସେଠାରେ ସେମାନେ ମିଳୁଥିବା ବିଭିନ୍ନ ପ୍ରାକୃତିକ ସମ୍ପଦର ଲୁଟପାଟ କରିଥାନ୍ତି। ଉଦାହରଣ ସ୍ୱରୂପ, ଯେତେବେଳେ ୱାଗନର୍ ଗ୍ରୁପ୍ ୟୁକ୍ରେନ୍ ସୋଲେଡର ଅଞ୍ଚଳ ଦଖଲ କଲା, ସେତେବେଳେ ସେଠାରେ ଅବସ୍ଥିତ ରହିଥିବା ଖଣିରୁ ବହୁତ ଲାଭ କମାଇଥିଲା। ଏପରିକି ଗୃହଯୁଦ୍ଧରେ ମାତିଥିବା ସିରିଆ ଭଳି ଦେଶରେ ଯେଉଁ ଅଞ୍ଚଳକୁ ଘରୋଇ ସାମରିକ କମ୍ପାନୀ ଦଖଲ କରି ନେଇଥିଲେ, ସେଠାରେ ଅବସ୍ଥିତ ରହିଥିବା ତୈଳ ଖଣି ସେମାନଙ୍କ ନିୟନ୍ତ୍ରଣରେ ରହିଥିଲା। ଏହି ଖଣିରୁ ତୈଳ ଉତ୍ତୋଳନ କରିବାର ଅନୁମତି ୱାଗନର୍ ଗ୍ରୁପ୍ ଉଦ୍ଦେଶ୍ୟରେ ଦେଇଥିଲେ ସିରିଆ ସରକାର।