Viral Video: ଭାଲେଣ୍ଟାଇନ୍ ସପ୍ତାହରେ ଚଢିଲା ପ୍ରେମ ଜ୍ବର, ନିୟମ ଭାଙ୍ଗି ଚଳନ୍ତା ବାଇକରେ କିଛି ଏପରି ହରକତ କଲେ ପ୍ରେମୀ ଯୁଗଳ
Advertisement
Article Detail0/zeeodisha/odisha1564328

Viral Video: ଭାଲେଣ୍ଟାଇନ୍ ସପ୍ତାହରେ ଚଢିଲା ପ୍ରେମ ଜ୍ବର, ନିୟମ ଭାଙ୍ଗି ଚଳନ୍ତା ବାଇକରେ କିଛି ଏପରି ହରକତ କଲେ ପ୍ରେମୀ ଯୁଗଳ

Viral Video: ପ୍ରେମ ସପ୍ତାହରେ ପୁଣି ବିଚ୍ ରାସ୍ତାରେ ଭାଇରାଲ ହେଲା ପ୍ରେମୀ ଯୁଗଳଙ୍କ ରୋମାନ୍ସ ସମୟରେ ଦୃଶ୍ୟ ।  ଲକ୍ଷ୍ମୌ ପରେ ଏବେ ରାଜସ୍ଥାନ ଅଜମେରରେ ଲାଜ ଭୁଲି ରୋମାନ୍ସରେ ମଜିଗଲେ କପଲ ।

ସୌ(ସୋସିଆଲ ମିଡିଆ)

Viral Video: ଆସି ଯାଇଛି ପ୍ରେମର ମାସ । ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ Weekକୁ ନିଜ ନିଜ ଅନନ୍ଦାରେ ପାଳନ କରୁଛନ୍ତି ପ୍ରେମୀ ଯୁଗଳ । ପାର୍କ, ସନେମା ହଲ ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ ସବୁଠି ଏବେ କପଲଙ୍କ ଗହଳି ଦେଖିବାକୁ ମିଳୁଛି । ଏହି ସପ୍ତାହର ଦୁଇଟି ଦିନ ଆର୍ଥାତ୍ ରୋଜ ଡ଼େ ଓ ପ୍ରପୋଜ ଡ଼େ ଶେଷ ହୋଇସାରିଛି। ତେବେ ନିକଟରେ ରାଜସ୍ଥାନର ଏକ ପ୍ରେମୀ ଯୁଗଳଙ୍କ ଭିଡ଼ିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ପ୍ରେମରେ ଉବୁଡ଼ୁବୁ ହୋଇ ବିଚ୍ ରାସ୍ତାରେ ବାଇକ ଉପରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ ସମୟର ଏହି ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରିବୁଲୁଛି।

ଲକ୍ଷ୍ମୌ ପରେ ଏବେ ରାଜସ୍ଥାନ ଅଜମେରରେ ବିଚ୍ ରାସ୍ତାରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ ଦେଖୁବାକୁ ମିଳିଛି । ଫେବୃଆରୀ ୬ ତାରିଖ ରାତିରେ ଏହି କପଲ ରିଜୋନାଲ କଲେଜ ଛକରୁ ନୈସର ଘାଟକୁ ଯିବା ସମୟରେ ଚଳନ୍ତା ବାଇକରେ ରୋମାନ୍ସ କରୁଥିବା ସମୟର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଚଳନ୍ତା ବାଇକ ଉପରେ କପଲଙ୍କ ଏପରି ହରକତ ଲୋକଙ୍କ ହୋସ ଉଡ଼ାଇଦେଇଛି । ଭାଲେଣ୍ଟାଇନ୍ Weekକୁ ଚାଲୁଥିବା ବେଳେ ଏପରି ଆହୁରୀ ଅଜବ ଘଟଣା ସାମ୍ନାକୁ ଆସିବ ବୋଲି ଲୋକେ ମତ ଦେଇଛନ୍ତି । ଏହି ଘଟଣା ପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ । ଏନେଇ ଅଜମେରଙ୍କ ଖ୍ରୀଷ୍ଟିଆନ ଗଞ୍ଜ ପୋଲିସ ଏକ ମାମଲା ରୁଜୁ କରି ଦମ୍ପତି ରୋମାନ୍ସ କରୁଥିବା ବାଇକକୁ ମଧ୍ଯ ଜବତ କରିଛି । ଖାଲି ଏତିକି ନୁହେଁ ଏଥି ମଧ୍ୟରେ ପ୍ରେମୀ ଯୁଗଳଙ୍କୁ ମଧ୍ୟ ଚିହ୍ନଟ କରିସାରିଛି ପୋଲିସ।  ବାଇକରେ ଥିବା ପୁଅ ଜଣକ ଅଜମେରର ବାସିନ୍ଦା ଅଟନ୍ତି ତାଙ୍କ ନାମ ସାହିଲ ଅଟେ । ପୋଲିସ ଉଭୟ ଦମ୍ପତିଙ୍କୁ ପଚରାଉଚରା କରିବା ସହ ତାଙ୍କ ବିରୋଧରେ ଆଇପିସିର ଧାରା ୩୩୬, ୨୭୯ ଓ ୨୯୪ ରେ ମାମଲା ରୁଜୁ କରିଛି ।

Also Read- Weird News: ଏହି ଗାଁରେ ଉଲଗ୍ନ ହୋଇ ରୁହନ୍ତି ମହିଳା, ଦରକାର ପଡେନି ବସ୍ତ୍ର

Also Read-Couple Wedding Night Video Viral: ବାହାଘରର ପ୍ରଥମ ରାତିରେ କ’ଣ ହୋଇଥିଲା? ଦମ୍ପତି ସେୟାର କଲେ ଚଉଠି ରାତିର ଭିଡିଓ

ଏହା ପୂର୍ବରୁ ଛତିଶଗଡ଼ରେ ମଧ୍ୟ ଏପରି ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଦୁର୍ଗ ଜିଲ୍ଲାର ଭିଲାଇ ଅଞ୍ଚଳର ଏକ ଦମ୍ପତିଙ୍କ ଦ୍ରୁତ ଗତିରେ ବାଇକ ଚଳାଇ ରୋମାନ୍ସ କରୁଥିଲେ । ଏହାପରେ ଏହି ଦମ୍ପତିଙ୍କ ଉପରେ ଆକ୍ସନ ନେଇଥିଲା ପୋଲିସ । ସେହିପରି ଲକ୍ଷ୍ମୌରେ ମଧ୍ଯ ଏପରି ଘଟଣା ସାମ୍ନାକୁ ଆସିଥିଲା । ଏକ କାରରେ କପଲଙ୍କ ଖୁଲମଖୁଲା ରୋମାନ୍ସ ସମୟର ଭିଡ଼ିଓ ମଧ୍ଯ ବେଶ ଭାଇରାଲ ହୋଇଥିଲା । ଅନ୍ୟପଟେ ସ୍କୁଟିରେ ଆପତ୍ତିଜନକ କାଣ୍ତ ଓ ନିୟମ ଉଲଂଘନ ନେଇ ସ୍କୁଟି ଆରୋହୀଙ୍କୁ ଗିରଫ କରିଥିଲା ।