Atrocities on Dalits: ମାଠିଆରୁ ପାଣି ପିଇବା ପଡ଼ିଲା ମହଙ୍ଗା, ଦଳିତ ଛାତ୍ରଙ୍କୁ ବିଧା ଗୋଇଠା ମାରିଲେ ଶିକ୍ଷକ
Advertisement
Article Detail0/zeeodisha/odisha1770057

Atrocities on Dalits: ମାଠିଆରୁ ପାଣି ପିଇବା ପଡ଼ିଲା ମହଙ୍ଗା, ଦଳିତ ଛାତ୍ରଙ୍କୁ ବିଧା ଗୋଇଠା ମାରିଲେ ଶିକ୍ଷକ

Rajasthan Government School News: ମାଠିଆରୁ ପାଣି ପିଇ ଦେବାରୁ ଜଣେ ସରକାରୀ ବିଦ୍ୟାଳୟର ଛାତ୍ରଙ୍କୁ ମାଡ଼ ମାରିଛନ୍ତି ଶିକ୍ଷକ। ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାର ତଦନ୍ତ ଆରମ୍ଭ ହୋଇଯାଇଛି।

Atrocities on Dalits: ମାଠିଆରୁ ପାଣି ପିଇବା ପଡ଼ିଲା ମହଙ୍ଗା, ଦଳିତ ଛାତ୍ରଙ୍କୁ ବିଧା ଗୋଇଠା ମାରିଲେ ଶିକ୍ଷକ

Teacher Beats Dalit Student: ଦେଶ ସ୍ୱାଧୀନ ହେବାକୁ ୭ ଦଶନ୍ଧି ପୂରଣ ହୋଇସାରିଛି। ହେଲେ ଦେଶରୁ ଜାତି ପ୍ରଥା ଭଳି କୁତ୍ସିତ ବ୍ୟବସ୍ଥା ଲୋପ ପାଇ ପାରିନାହିଁ। ସଦ୍ୟ ଏହାର ଉଦାହରଣ ରାଜସ୍ଥାନରେ ଦେଖିବାକୁ ମିଳିଛି। ମାଠିଆରୁ ପାଣି ପିଇବା କାରଣରୁ ଜଣେ ଦଳିତ ଛାତ୍ରଙ୍କୁ ଶିକ୍ଷକ ବିଧା ଗୋଇଠା ମାରିଥିବାର ଅଭିଯୋଗ ହୋଇଛି। ଦଳିତ ଛାତ୍ରଙ୍କୁ ମାଡ଼ ମାରିବା ସହ ଶିକ୍ଷକ ଜଣଙ୍କ ଜାତିସୂଚକ ଗାଳିଗୁଲଜ କରିଥିବାର ଅଭିଯୋଗ ହୋଇଛି। ଏହି ଘଟଣା ଗତ ୩ ତାରିଖରେ ରାଜସ୍ଥାନର ବାଡମେର ଜିଲ୍ଲାର ଚୌହଟନ ଥାନା ଅଧିନସ୍ଥ ନେତାରାଡ଼ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଘଟିଛି। ପୀଡ଼ିତ ଦଳିତ ଛାତ୍ରଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଆଣିଲେ ଛାତ୍ରଙ୍କ ବାପା 
ଏନେଇ ମିଳିଥିବା ଖବର ଅନୁସାରେ, ନେତାରାଡ଼ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (Government Higher Secondary School Netrad) ପଢୁଥିବା ଜଣେ ଦଳିତ ଛାତ୍ରଙ୍କ ପିତା ଚୌହଟନ ଥାନାରେ (Chohtan Police Station) ଅଭିଯୋଗ କରିଛନ୍ତି। ଯେଉଁଥିରେ ପୀଡ଼ିତା ଛାତ୍ରର ବାପା କହିଛନ୍ତି ଯେ ତାଙ୍କ ପୁଅ ବିଦ୍ୟାଳୟରେ ରଖାଯାଇଥିବା ହାଣ୍ଡିରୁ ପାଣି ପିଇବାକୁ ଯାଇଥିଲେ। 

ଏହି ସମୟରେ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକ ଡୁଙ୍ଗରା ରାମ କ୍ରୋଧିତ ହୋଇ ତାଙ୍କ ପୁଅ ପାଖକୁ ଡାକିଥିଲା। ହାଣ୍ଡିରୁ ପାଣି ପିଇଦେବାରୁ ତାଙ୍କ ପୁଅକୁ ଜାତିସୂଚକ ଗାଳିଗୁଲଜ କରିବା ସହ ବିଧା ଗୋଇଠା ମାରିଥିଲେ (Teacher Beats Dalit Student)। ଏହି ଘଟଣା ପରେ ବିଦ୍ୟାଳୟରେ ପଢୁଥିବା ତାଙ୍କ ପୁଅର ଜଣେ ସହପାଠୀ ତାକୁ ଘରକୁ ଆଣିଥିଲେ। ସେ କାନ୍ଦୁଥିଲା। ପରେ ପଚରାଯିବାରୁ ସେ କହିଥିଲେ ଯେ ହାଣ୍ଡିରୁ ପାଣି ପିଇଦେବାରୁ ଶିକ୍ଷକ ଡୁଙ୍ଗରା ରାମ ତାକୁ ମାଡ଼ ମାରିଥିଲେ। ପୁଅକୁ ବିଦ୍ୟାଳୟରେ ମାଡ଼ ମରାଯିବା ନେଇ ଜାଣିବା ପରେ ପୀଡ଼ିତ ଛାତ୍ରର ବାପା ଚୌହଟନ ଥାନାରେ ପହଞ୍ଚି ଏକ ରିପୋର୍ଟ ଦାଖଲ କରିଥିଲେ। 

ଏସଏସଟି ଅତ୍ୟାଚାର ଅଧିନିୟମ ଅନୁଯାୟୀ ରୁଜୁ ହେଲା ମାମଲା
ଦଳିତ ଛାତ୍ରଙ୍କୁ ମାଡ଼ ମରାଯିବା ଘଟଣାରେ ଏସଏସଟି ଅତ୍ୟାଚାର ଅଧିନିୟମ (SC ST Atrocities Act) ସମେତ ଗୁରୁତର ବିଭାଗ ଅଧୀନରେ ଏକ ମାମଲା ରୁଜୁ କରି ସମଗ୍ର ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ, ଏହି ଘଟଣାରେ ଶିକ୍ଷକ ଶିକ୍ଷକ ଡୁଙ୍ଗରା ରାମ କହିଛନ୍ତି ଯେ ଗତ ସୋମବାର ସେହି ଛାତ୍ର ଜଣଙ୍କ ବିଦ୍ୟାଳୟର ପ୍ରାର୍ଥନା ସଭାରେ ବିଳମ୍ବରେ ଆସି ପହଞ୍ଚିଥିଲା। ମୁଁ ତାଙ୍କୁ ଦୌଡ଼ି ଯାଇ ତୁରନ୍ତ ପ୍ରାର୍ଥନା ସଭାରେ ଯୋଗ ଦେବାକୁ କହିଥିଲି। ଏହା ବ୍ୟତୀତ ମୁଁ ତାକୁ ଅନ୍ୟ କୌଣସି କଥା କହି ନାହିଁ। ହୁଏତ ରାଜନୈତିକ କିମ୍ବା ଅନ୍ୟ କୌଣସି କାରଣରୁ ମୋତେ ହଇରାଣ କରିବା ପାଇଁ ଗ୍ରାମର ଲୋକ ମୋ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏହି ଘଟଣାରେ ଚୌହଟନ ଡିଏସପି ଧର୍ମେନ୍ଦ୍ର ଡୁକିଆ କହିଛନ୍ତି ଯେ ଉକ୍ତ ସ୍ଥାନ ଯାଞ୍ଚ ପରେ ଛାତ୍ରଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ହାଣ୍ଡିରୁ ପାଣି ପିଇବା କାରଣରୁ ମାଡ଼ ମରାଯାଇଥିବା ନେଇ ହୋଇଥିବା ଅଭିଯୋଗ ଉପରେ ତଦନ୍ତ କରୁଛି ପୋଲିସ।