Ratnabhandar: ଆଜି ଖୋଲିବ ରତ୍ନଭଣ୍ଡାର, ଦିନ ୧ଟାରୁ ସାଧାରଣ ଦର୍ଶନ ବନ୍ଦ
Advertisement
Article Detail0/zeeodisha/odisha2435027

Ratnabhandar: ଆଜି ଖୋଲିବ ରତ୍ନଭଣ୍ଡାର, ଦିନ ୧ଟାରୁ ସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ୱର: ବୁଧବାର ପୁଣି ଥରେ ଖୋଲିବ ରତ୍ନଭଣ୍ଡାର। ରତ୍ନଭଣ୍ଡାରର ଭିତର ଗୃହର ଯାଞ୍ଚ ପାଇଁ ଭଣ୍ଡାର ଗୃହ ଖୋଲାଯିବ। ଏଥିପାଇଁ ଆଜି ଦିନ ଗୋଟାଏରୁ ବନ୍ଦ ରହିବ ସାଧାରଣ ଦର୍ଶନ ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ନୋଟିସ ଜାରି କରାଯାଇ ସୂଚନା ପ୍ରଦାନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ମହାନିର

Ratnabhandar: ଆଜି ଖୋଲିବ ରତ୍ନଭଣ୍ଡାର, ଦିନ ୧ଟାରୁ ସାଧାରଣ ଦର୍ଶନ ବନ୍ଦ

Ratnabhandar: ଭୁବନେଶ୍ୱର: ବୁଧବାର ପୁଣି ଥରେ ଖୋଲିବ ରତ୍ନଭଣ୍ଡାର। ରତ୍ନଭଣ୍ଡାରର ଭିତର ଗୃହର ଯାଞ୍ଚ ପାଇଁ ଭଣ୍ଡାର ଗୃହ ଖୋଲାଯିବ। ଏଥିପାଇଁ ଆଜି ଦିନ ଗୋଟାଏରୁ ବନ୍ଦ ରହିବ ସାଧାରଣ ଦର୍ଶନ ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ନୋଟିସ ଜାରି କରାଯାଇ ସୂଚନା ପ୍ରଦାନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଯାଉଛି। ଫଳରେ ବୁଧବାର ମଧ୍ୟାହ୍ନ ଗୋଟାଏରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିର‌ରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଭକ୍ତମାନେ ସିଂହଦ୍ବାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଉତ୍ତରଦ୍ବାର ପାର୍ଶ୍ବରେ ପ୍ରସ୍ଥାନ କରିପାରିବେ ବୋଲି ସୂଚନାରେ କୁହାଯାଇଛି। 

ଏଏସ୍‌ଆଇର ଅତିରିକ୍ତ ମହାନିର୍ଦ୍ଦେଶକ (ସଂରକ୍ଷଣ)ଙ୍କ ନେତୃ୍ତ୍ବରେ ସିଏସ୍‌ଆଇଆର-ଏନ୍‌ଜିଆର୍‌ଆଇ (ନ୍ୟାସନାଲ୍‌ ଜିଓ ଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌) ପ୍ରାଥମିକ ନିରୀକ୍ଷଣ ସହ ବୈଷୟିକ ସର୍ବେକ୍ଷଣ କାର୍ଯ୍ୟ କରିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଶାସନିକ ଅଧିକାରୀ ଓ ସେବାୟତଙ୍କ ସହ ଏ ସଂପର୍କରେ ଆଲୋଚନା ହୋଇସାରିଛି। ବୈଷୟିକ ଯାଞ୍ଚ ପରେ ରତ୍ନଭଣ୍ଡାରରେ ଗୁପ୍ତ କୋଠରି, ଗୁପ୍ତ ସୁଡ଼ଙ୍ଗ ଆଦି ଚର୍ଚ୍ଚା ଉପରୁ ଖୁବଶୀଘ୍ର ପରଦା ହଟିବ ବୋଲି କୁହାଯାଉଛି। ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ASI ଟେକ୍ନିକାଲ୍ ଟିମ୍ ରତ୍ନଭଣ୍ଡାରକୁ ଜିପିଆର ସର୍ଭେ କରିବେ। ରତ୍ନଭଣ୍ଡାର ଚଟାଣ ତଳେ,କାନ୍ଥ ପଛପଟେ କ'ଣ କ'ଣ ସବୁ ରହିଛି ଜିପିଆର ସର୍ଭେ ସବୁକିଛି ସ୍ପଷ୍ଟ କରିବ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ASI ଅତରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଯାଞ୍ଚ କାର୍ଯ୍ୟ କରାଯିବାକୁ ଥିବା ବେଳେ ସରକାରଙ୍କ SOP ଅନୁସାରେ ଏହା ଅନୁଷ୍ଠିତ ହେବ। 

ସେପଟେ ଆସନ୍ତା ୧୮ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ପାଇଁ ମହାପ୍ରଭୁଙ୍କ ନୀତିକାନ୍ତିରେ କିଭଳି ପ୍ରଭାବିତ ନହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବିଶେଷ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ରାତ୍ର ୨ଟାରୁ ଶ୍ରୀମନ୍ଦିର ସିଂହଦ୍ଵାର ଫିଟିବା ପରେ ରାତି ୩ଟାରେ ମଙ୍ଗଳ ଆଳତୀ,୩.୩୦ରେ ମଇଲମ ଓ ତଡପଲାଗି,୪.୩୦ରେ ଅବକାଶ, ଇତ୍ୟାଦି ନୀତି ତ୍ୱରାନ୍ୱିତ ହୋଇ ସକାଳ ୬.୩୦ରେ ଗୋପାଳବଲ୍ଲଭ ପୂଜା,୭ଟାରୁ ୮.୩୦ ମଧ୍ୟରେ ସକାଳଧୂପ,,୯ଟାରୁ ୧୦.୩୦ ମଧ୍ୟରେ ପ୍ରଥମ ଭୋଗମଣ୍ଡପ ଓ ଅପରାହ୍ନ ୧ ଟାରୁ ୨ଟା ମଧ୍ୟରେ ପଛ ଭୋଗମଣ୍ଡପ ବା ଦ୍ୱିତୀୟ ଭୋଗମଣ୍ଡପ ଶେଷ କରିବାକୁ ନୀତିନିର୍ଘଣ୍ଟ ହୋଇଛି। ଅପରାହ୍ନ ୨ଟାରୁ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଛନ୍ତି। 

ଅନ୍ୟପଟେ ଭକ୍ତମାନଙ୍କ ମହାପ୍ରସାଦ କ୍ରୟ ଉପରେ କୌଣସି ପ୍ରତିବନ୍ଧକ ରହିନଥିବା ବେଳେ ଶ୍ରଦ୍ଧାଳୁ ମାନେ ସିଂହଦ୍ଵାରରେ ପ୍ରବେଶ କରି ବାଇଶିପାହାଚ ଦେଇ ଆନନ୍ଦବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତରଦୁଆର ପଟେ ପ୍ରସ୍ଥାନ କରିପାରିବେ। ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁଯାୟୀ ପୂର୍ବରୁ ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ଅଳଙ୍କାରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ସିନ୍ଧୁକ ଓ ଆଲମିରା ମଧ୍ୟ ସ୍ଥାନାନ୍ତର ହୋଇଥିଲା। ତେବେ ଏଏସଆଇ ତରଫରୁ ରତ୍ନଭଣ୍ଡାର ଯାଞ୍ଚ ହେବାପରେ ମରାମତି କାର୍ଯ୍ୟ ଆରମ୍ଭ ହେବ। ଓ ପରେ ରତ୍ନ ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସଓପି ଆଧାରରେ ରତ୍ନଭଣ୍ଡାର ଖୋଲାଯାଇ ଚତୁର୍ଥ ପର୍ଯ୍ଯାୟରେ ରତ୍ନଭଣ୍ଡାର ଖୋଲାଯିବ। ଏଏସଆଇର ପ୍ରାରମ୍ଭିକ ସର୍ବେକ୍ଷଣ ଟିମ୍ ଭିତର ଓ ବାହାର ରତ୍ନଭଣ୍ଡାର ଯାଞ୍ଚ କରିବେ। ଏହି ଯାଞ୍ଚ ସମୟରେ ଅତ୍ଯାଧୁନିକ ପ୍ରଣାଳୀରେ ଟିକନିକ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ଯ।