Advertisement
Article Detail0/zeeodisha/odisha2273838
Zee OdishaOdisha TrendingRecalling 1998 Heatwave: ୧୯୯୮ ପରି ପରିସ୍ଥିତି ଦେଖିବ କି ଓଡ଼ିଶା, ସେତେବେଳେ ୧୩୦୦ ଆଉ ଏବେ?

Recalling 1998 Heatwave: ୧୯୯୮ ପରି ପରିସ୍ଥିତି ଦେଖିବ କି ଓଡ଼ିଶା, ସେତେବେଳେ ୧୩୦୦ ଆଉ ଏବେ?

Recalling 1998 Heatwave: ପାଣିପାଗ ବିଭାଗର ଆକଳନ ଅନୁସାରେ ରାଜ୍ୟର ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ଏଭଳି ହିଟ୍ ୱେଭ ଅନୁଭୂତ ହେବ । ଏଥିପାଇଁ ପୂର୍ବରୁ ଜାରି ହୋଇଥିବା ସତର୍କତାକୁ କଡାକଡି ପାଳନ କରିବା ଲାଗି ଏହିସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି। 

 

Recalling 1998 Heatwave: ୧୯୯୮ ପରି ପରିସ୍ଥିତି ଦେଖିବ କି ଓଡ଼ିଶା, ସେତେବେଳେ ୧୩୦୦ ଆଉ ଏବେ?

Recalling 1998 Heatwave: ମୃତ୍ୟୁର ଖେଳ ଖେଳୁଛି ଚଳିତ ବର୍ଷର ଗ୍ରୀଷ୍ମପ୍ରବାହ । ଗତ ୪ଦିନ ଧରି ମୁଣ୍ଡଫଟା ଖରା ଓ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିଲା ବେଳେ ଦୁଇଦିନ ଭିତରେ ୪୪ ଜଣଙ୍କ ଜୀବନ ଅଂଶୁଘାତରେ ଯାଇଥିବାର ଆଶଙ୍କା କରାଯାଇଛି। ଯେଉଁଭଳି ଭାବେ ଲୋକେ ଟଳିପଡୁଛନ୍ତି ତାହା ମନେପକାଇ ଦଉଛି ୧୯୯୮ ମସିହାର ଅଂଶୁଘାତ (Recalling 1998 Heatwave) କଥାକୁ। ଯଦିଓ ସରକାରୀ ସ୍ତରରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟାର ସଠିକ୍ ରିପୋର୍ଟ ଜାରି କରାଯାଇନାହିଁ ତେବେ ଦୁଇଦିନ ଭିତରେ ୪୪ ଜଣଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସୁନ୍ଦରଗଡ଼, ଝାରସୁଗୁଡା, ସୁବର୍ଣ୍ଣପୁର, ବଲାଙ୍ଗୀର ଜିଲ୍ଲାରୁ ଅଂଶୁଘାତ ମୃତ୍ୟୁର ଅଭିଯୋଗ ଆସିଥିଲା ବେଳେ ଶବ ବ୍ୟବଚ୍ଛେଦ ପରେ ସଠିକ୍ ରିପୋର୍ଟ ସାମ୍ନାକୁ ଆସିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଗ୍ରୀଷ୍ମ ପ୍ରବାହ ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି କରିଥିବା ବାଳେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜନିତ ହିଟୱେଭ ଜାରି ରହିବ ବୋଲି ପାଣିପାଗ ବିଭାଗର ଆକଳନ ବଢାଇ ଦେଇଛି ଚିନ୍ତା । ତେବେ ଶୁକ୍ରବାର ସନ୍ଧ୍ୟାରେ ସୁନ୍ଦରଗଡ଼ ସହର ଏବଂ ରାଜ୍ୟର କିଛି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ଆଣିଛି ସାମ୍ନାନ୍ୟ ଆଶ୍ୱସ୍ତି । ପାଣିପାଗ ବିଭାଗର(Metrological Department) ଆକଳନ ଅନୁସାରେ ରାଜ୍ୟର ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ଏଭଳି ହିଟ୍ ୱେଭ ଅନୁଭୂତ ହେବ । ଏଥିପାଇଁ ପୂର୍ବରୁ ଜାରି ହୋଇଥିବା ସତର୍କତାକୁ କଡାକଡି ପାଳନ କରିବା ଲାଗି ଏହିସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି। 

ଶୁକ୍ରବାର ଦିନ ଏନେଇ ଏସଆରସିଙ୍କ ପକ୍ଷରୁ ଜିଲ୍ଲା ଗୁଡିକରେ ମାଇକ୍ ଯୋଗେ ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଗତ ୩ ରୁ ୪ ଦିନ ଧରି ସୁନ୍ଦରଗଡ଼, ଅଭିଭକ୍ତ ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାରେ ହିଟୱେଭ ଜାରି ରହିଛି। ଗୁରୁବାର ଦିନ ରାଜ୍ୟର ପଶ୍ଚିମ ଜିଲ୍ଲା ଗୁଡିକରୁ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି। ଗୋଟିଏ ଦିନରେ ଗୁରୁବାର ଦିନ ସୁନ୍ଦରଗଡ଼ରେ ୧୨ ଜଣ, ଝାରସୁଗୁଡାରେ ୬ ଜଣଙ୍କର ଅସ୍ୱାଭାବିକ ଭାବେ ଅଂଶୁଘାତରେ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ଆସିଛି। ତେବେ ଏପରି ହିଟୱେଭ ଏବେ ଓଡ଼ିଶାବାସୀଙ୍କୁ ମନେ ପକାଇଦେଇଛି ୧୯୯୮ ମସିହାର ସେହି କାଳ କଥା। 

Add Zee News as a Preferred Source

ଏହି ହିଟୱେଭ୍ ପ୍ରାୟତଃ ୧୪ ଦିନ ଧରି ଚାଲିଥିଲା ​​ଏବଂ ଦେଶର ୪୦ପ୍ରତିଶତ ଲୋକଙ୍କୁ ପ୍ରଭାବିତ କରିଥିଲା ​​ଏବଂ ଫଳସ୍ୱରୂପ ୨୬୦୦ ରୁ ଅଧିକ ମୃତ୍ୟୁ ଘଟିଥିଲା, କେବଳ ଓଡିଶାରେ ୧୩୦୦ ଜଣଙ୍କର ମୃତ୍ୟୁ ଘଟିଥିଲା।୧୯୫୧ ରୁ ୯୧୮୫ ପର୍ଯ୍ୟନ୍ତ ବର୍ତ୍ତମାନର ୧୯୮୬ ରୁ ୨୦୨୪ ପର୍ଯ୍ୟନ୍ତ ଏହି ହିଟୱେଭର ଅବଧିର ଏକ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଛି। ଏହି ହିଟୱେଭର ଅବଧିରେ କେବଳ ଉଲ୍ଲେଖନୀୟ ବୃଦ୍ଧି ହୋଇନାହିଁ, କିନ୍ତୁ ହିଟ୍ ୱେଭର ତୀବ୍ରତା, ପ୍ରଭାବ କ୍ଷେତ୍ର ଏବଂ ସମୁଦାୟ ଗମ୍ଭୀରତା ସ୍କୋର ଦିନକୁ ଦିନ ବଢିବାରେ ଲାଗିଛି।

About the Author