BSNL Recharge Plan: ଉପଭୋକ୍ତାଙ୍କ ପାଇଁ ଭଲ ଖବର, ଥରେ ରିଚାର୍ଜ କଲେ ବର୍ଷେ ଯାଏଁ ଚିନ୍ତାମୁକ୍ତ
Advertisement
Article Detail0/zeeodisha/odisha2397274

BSNL Recharge Plan: ଉପଭୋକ୍ତାଙ୍କ ପାଇଁ ଭଲ ଖବର, ଥରେ ରିଚାର୍ଜ କଲେ ବର୍ଷେ ଯାଏଁ ଚିନ୍ତାମୁକ୍ତ

ଯଦି ଆପଣ ମଧ୍ୟ ଜଣେ BSNL ଗ୍ରାହକ ଏବଂ ଏକ ଶସ୍ତା ଦୀର୍ଘକାଳୀନ ପ୍ଲାନ ଖୋଜୁଛନ୍ତି ତେବେ ଆପଣଙ୍କର ଅପେକ୍ଷା ଶେଷ ହୋଇଛି । ବିଏସଏନଏଲ ବଜାରରେ ଏକ ଶସ୍ତା ପ୍ଲାନ ଆଣି ଗ୍ରାହକଙ୍କର ଆହୁରୀ ପ୍ରିୟ ହୋଇପାରିଛି । 

BSNL Recharge Plan: ଉପଭୋକ୍ତାଙ୍କ ପାଇଁ ଭଲ ଖବର, ଥରେ ରିଚାର୍ଜ କଲେ ବର୍ଷେ ଯାଏଁ ଚିନ୍ତାମୁକ୍ତ

BSNL Recharge Plan: ଭାରତର ସରକାରୀ ଟେଲିକମ୍ କମ୍ପାନୀ BSNL ବର୍ତ୍ତମାନ ସମସ୍ତ ଘରୋଇ ଟେଲିକମ କମ୍ପାନୀ ଗୁଡିକୁ କଡା ଟକ୍କର ଦେଉଛି । ନିଜର ଶସ୍ତା ପ୍ଲାନ ପାଇଁ ବିଏସଏନଏଲକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଜିଓ, ​​ଭିଆଇ ଏବଂ ଏୟାରଟେଲ ଭଳି ଘରୋଇ କମ୍ପାନୀ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାରେ ପଛରେ ନାହିଁ ବିଏସଏନଏଲ । ଗ୍ରାହକଙ୍କ ସୁବିଧା ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି BSNL ନୂଆ ପ୍ଲାନ ଆଣିବାରେ ଲାଗିଛି । କମ୍ପାନୀ ଗ୍ରାହକଙ୍କ ପାଇଁ ଏକ ଦୀର୍ଘକାଳୀନ ପ୍ଲାନ ଆରମ୍ଭ କରିଛି, ଯେଉଁଥିରେ ୩୬୫ ଦିନ ପାଇଁ ଗ୍ରାହକ ଲାଭ ଉଠାଇ ପାରିବେ ।

BSNL Rs 2999 Recharge Plan
ଯଦି ଆପଣ ମଧ୍ୟ ଜଣେ BSNL ଗ୍ରାହକ ଏବଂ ଏକ ଶସ୍ତା ଦୀର୍ଘକାଳୀନ ପ୍ଲାନ ଖୋଜୁଛନ୍ତି ତେବେ ଆପଣଙ୍କର ଅପେକ୍ଷା ଶେଷ ହୋଇଛି । ବିଏସଏନଏଲ ବଜାରରେ ଏକ ଶସ୍ତା ପ୍ଲାନ ଆଣି ଗ୍ରାହକଙ୍କର ଆହୁରୀ ପ୍ରିୟ ହୋଇପାରିଛି । ଉକ୍ତ ପ୍ଲାନଟିରେ ଆପଣ ମାତ୍ର 2,999 ଟଙ୍କା ରିଚାର୍ଜ କରି 365 ଦିନର ବୈଧତା ପାଇପାରିବେ । ଯେଉଁଥିରେ ଉପଭୋକ୍ତାମାନଙ୍କୁ ପ୍ରତିଦିନ 3GB ହାଇ ସ୍ପିଡ୍ ଡାଟା ମିଳିବ । 3GB ଡାଟା ସରିଯିବା ପରେ ଇଣ୍ଟରନେଟ୍ ସ୍ପିଡ୍ ହ୍ରାସ ପାଇବ । ଏହା ବ୍ୟତୀତ ଉପଭୋକ୍ତାମାନେ ପ୍ରତିଦିନ 100 ଟି SMS ମାଗଣାରେ ପାଇପାରିବେ । କେବଳ ସେତିକି ନୁହେଁ, ଏହି ପ୍ଲାନରେ ଆପଣଙ୍କୁ ଅସୀମିତ କଲିଂର ସୁବିଧା ମଧ୍ୟ ମିଳିବ ।

BSNL ର ଏହି ପ୍ଲାନଟି ବିଶେଷ କରି ସେହି ଗ୍ରାହକମାନଙ୍କ ପାଇଁ ପ୍ରଯୁଜ୍ୟ ଯେଉଁମାନେ ଅଧିକ ଇଣ୍ଟରନେଟ୍ ବ୍ୟବହାର କରନ୍ତି । କାରଣ ଗ୍ରହକମାନେ ଡାଟା ସରିଯିବାର ଭୟ ନକରି ଆରାମରେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ । ଯଦି କୌଣସି କାରଣରୁ ଡାଟା ଶେଷ ହୋଇଯାଏ ତେବେ ରାତି 12 ଟା ପରେ ଆପଣଙ୍କୁ ପରଦିନ ପାଇଁ ଡାଟା ମିଳିଯିବ । ଏହାର ଅର୍ଥ ହେଉଛି ପ୍ରିପେଡ୍ ବ୍ୟବହାରକାରୀଙ୍କ ପାଇଁ ବିଏସଏନଏଲର ଏହା ସବୁଠାରୁ ଶସ୍ତା ଏବଂ ସର୍ବୋତ୍ତମ ପ୍ଲାନ । ଏହି ପ୍ଲାନ ଆପଣ ଥରେ ଆପଣାଇବା ପରେ ଆପଣଙ୍କୁ ପୁରା 1 ବର୍ଷ ପାଇଁ ରିଚାର୍ଜ କରିବାର ଆବଶ୍ୟକତା ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ଏହି ପ୍ଲାନ ଆପଣ ଦିଲ୍ଲୀ ଏବଂ ମୁମ୍ବାଇରେ ମଧ୍ୟ ସହଜରେ ନେଇପାରିବେ ।

Also Read- ମାଟ୍ରିକ ସପ୍ଲିମେଣ୍ଟାରୀ ଫଳ, ପାସ ହାର ୫୫.୪%

Also Read- Lucky Zodiac Sign: ୨୪ ଅଗଷ୍ଟରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ