Reliance Jioର ନୂଆ ଅଫର ! ୩ ଜିବି ଡାଟା, ଫ୍ରି କଲ୍ ସହିତ ନେଟଫ୍ଲିକ୍ସ ମାଗଣା!
Advertisement
Article Detail0/zeeodisha/odisha1833398

Reliance Jioର ନୂଆ ଅଫର ! ୩ ଜିବି ଡାଟା, ଫ୍ରି କଲ୍ ସହିତ ନେଟଫ୍ଲିକ୍ସ ମାଗଣା!

Reliance Jio: କମ ଟଙ୍କା ରିଚାର୍ଜରେ ଜିଓ ଆଣିଛି ଜବରଦସ୍ତ ଫାଇଦା । ଜାଣନ୍ତୁ ଏହି ଅଫର ସମ୍ପର୍କରେ...

Reliance Jioର ନୂଆ ଅଫର ! ୩ ଜିବି ଡାଟା, ଫ୍ରି କଲ୍ ସହିତ ନେଟଫ୍ଲିକ୍ସ ମାଗଣା!

Reliance Jio: ବର୍ତ୍ତମାନର ଅଗ୍ରଣୀ ଟେଲିକମ ସେବା ପ୍ରଦାନକାରୀ କମ୍ପାନି ରିଲାଏନ୍ସ ଜିଓ ଏହାର ପ୍ରିପେଡ୍ ପୋର୍ଟଫୋଲିଓ (Prepaid portfolio)ରେ ଦୁଇଟି ନୂଆ ମୋବାଇଲ୍ ଯୋଜନା ଆରମ୍ଭ କରିଛି । ଏହି ମୋବାଇଲ ସହିତ କମ୍ପାନି ପକ୍ଷରୁ ନେଟଫ୍ଲିକ୍ସ ସବସ୍କ୍ରିପସନର ସୁବିଧା (Netflix subscription benefits) ଗ୍ରାହକଙ୍କ ପାଇଁ ଦିଆଯାଇଛି । କହିବାକୁ ଗଲେ ଜିଓ ପକ୍ଷରୁ ଗ୍ରାହକଙ୍କୁ ଦମଦାର ମନରଞ୍ଜନ କରିବାର ସୁଯୋଗ ଦିଆଯାଇଛି । ଜିଓର ଏହି ପ୍ରିପେଡ୍ ମୋବାଇଲ (Prepaid Mobile) ନେଟଫ୍ଲିକ୍ସ୍ ସହିତ ଭାଗିଦାରୀ ହେବା ପ୍ରଥମ ବୋଲି କୁହାଯାଉଛି ।

ରିଲାଏନ୍ସ ଜିଓ ନିଜର ପ୍ରିପେଡ୍ ଯୋଜନା ମଧ୍ୟରେ ୨ଟି ନୂଆ ରିଚାର୍ଜ ପ୍ଲାନ (Recharge plan) ଗ୍ରାହକଙ୍କ ପାଇଁ ଆରମ୍ଭ କରିଛି । ଏହି ଅବସରରେ ଜିଓର ସିଇଓ (Jio CEO) କିରଣ ଥୋମାସ ସୂଚନା ଦେଇଛନ୍ତି ଯେ, ଜିଓ ପକ୍ଷରୁ ନିଜର ଉପଭୋକ୍ତାଙ୍କୁ ବିଶ୍ୱ ସ୍ତରୀୟ ସେବା ଯୋଗାଇବାକୁ କମ୍ପାନି ଚାହୁଁଛି । ଏହି ଦିଗରେ ବିଚାର କରିବା ପରେ ମୋବାଇଲ୍ ପ୍ରିପେଡ୍ ପାଇଁ ନେଟଫ୍ଲିକ୍ସ ସହିତ ଅଂଶୀଦାର କରାଯାଇଛି । ଏହି କାମ ପାଇଁ ଜିଓ କମ୍ପାନି (Jio company) ଆଉ ଗୋଟିଏ ପାଦ ଆଗକୁ ବଢିଛି । ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ, ଜିଓ ପୋଷ୍ଟପେଡ୍ ଏବଂ ଜିଓ ଫାଇବର ଯୋଜନା (Jio Postpaid and Jio Fiber plans)ରେ ମଧ୍ୟ କମ୍ପାନି ନେଟଫ୍ଲିକ୍ସ ସବସ୍କ୍ରିପସନ୍ ସୁବିଧା ଗ୍ରାହକଙ୍କୁ ପ୍ରଦାନ କରୁଛି । କିନ୍ତୁ କୌଣସି ମୋବାଇଲ୍ ପ୍ରିପେଡ୍ ପ୍ଲାନ କଥା କହିବାକୁ ଗଲେ କମ୍ପାନି ପ୍ରଥମ ଥର ପାଇଁ ଏହି ନେଟଫ୍ଲିକ୍ସ ସବସ୍କ୍ରିପସନ୍ ସୁବିଧା ଗ୍ରାହକଙ୍କୁ ପ୍ରଦାନ କରୁଛି । ଏଥିସହ ମିଳିଥିବା ସୂଚନା ଅନୁସାରେ ଜିଓ କମ୍ପାନିର ୪୦ କୋଟି ଗ୍ରାହକ ବର୍ତ୍ତମାନ ଜିଓ ପ୍ରିପେଡ୍ ବଣ୍ଡଲ୍ ପ୍ଲାନ (Jio Prepaid Bundle Plan) ସହିତ ନେଟଫ୍ଲିକ୍ସର ମଜା ନେବାର ବିକଳ୍ପ ପାଇବେ । ତେବେ ଏହା ମଧ୍ୟ ଆପଣଙ୍କର ଜାଣିବା ଉଚିତ ଯେ, ନେଟଫ୍ଲିକ୍ସ ସବସ୍କ୍ରିପସନ୍ ସହିତ କମ୍ପାନି କେଉଁ ପ୍ରକାରର ନୂଆ ପ୍ଲାନ ଘୋଷଣା କରିଛି ।

ରିଚାର୍ଜ ପ୍ଲାନ ୧୦୯୯
ମାତ୍ର ୧୦୯୯ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ୮୪ ଦିନର ବୈଧତା ମିଳିବ । ଏହି ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ନେଟଫ୍ଲିକ୍ସ ସବସ୍କ୍ରିପସନ ସୁବିଧା ଦିଆଯାଉଛି । ଏଥିସହ ଏହି ରିଚାର୍ଜ ପ୍ଲାନରେ କମ୍ପାନି ପକ୍ଷରୁ ପ୍ରତ୍ୟକ ଦିନ ଗ୍ରାହକଙ୍କୁ ୨ଜିବି ଡାଟା ମିଳିବ । କେବଳ ସେତିକି ନୁହେଁ ୮୪ ଦିନ ପର୍ଯ୍ୟନ୍ତ ଫ୍ରି ଭଏସ କଲିଂ (Free voice calling)ର ସୁବିଧା ମଧ୍ୟ ଗ୍ରାହକଙ୍କ ପାଇଁ ଉପଲବ୍ଧ । ଏହି ପ୍ଲାନରେ ଗ୍ରାହକଙ୍କୁ ଅସୀମିତ ୫ଜି ଡାଟା ମିଳିବ । ଯଦି ଅଲଗା ଭାବରେ ଆପଣ ନେଟଫ୍ଲିକ୍ସ ସବସ୍କ୍ରିପସନ ସୁବିଧା ନିଅନ୍ତି ତେବେ ଏହାର ଦର ମାସ ପ୍ରତି ୧୪୯ଟଙ୍କା ହୋଇଥାଏ । 
 
ରିଚାର୍ଜ ପ୍ଲାନ ୧,୪୯୯ 
ରିଲାଏନ୍ସ ଜିଓର ଅନ୍ୟ ଏକ ରିଚାର୍ଜ ପ୍ଲାନ ରହିଛି ୧୪୯୯ ଟଙ୍କା । ଏହି ରିଚାର୍ଜ ପ୍ଲାନରେ ଆପଣ ନେଟଫ୍ଲିକ୍ସର ଉଭୟ ମୌଳିକ ବୈଶିଷ୍ଟ୍ୟ ଯୋଜନା ପାଇବେ । ଏହି ରିଚାର୍ଜ ପ୍ଲାନରେ ଗ୍ରାହକ ନିଜର ମୋବାଇଲ୍ କିମ୍ବା ଟିଭି ଡିଭାଇସ୍ ମଧ୍ୟରୁ ନେଟଫ୍ଲିକ୍ସର ମଜା ନେଇପାରିବେ । ଏହି ପ୍ଲାନ ଓ ଉପରୋକ୍ତ ପ୍ଲାନ ମଧ୍ୟରେ ପାର୍ଥକ୍ୟ ଏହା ଯେ, ଏହି ପ୍ଲାନରେ ଆପଣଙ୍କୁ ଦିନକୁ ୩ଜିବି ଡାଟା ମିଳିବ । ଯଦି ଆପଣ ନେଟଫ୍ଲିକ୍ସ ସବସ୍କ୍ରିପସନ ଅଲଗା ନିଅନ୍ତି ତେବେ ଭାରତରେ ନେଟଫ୍ଲିକ୍ସର ମୌଳିକ ଯୋଜନାର ଦାମ ୧୯୯ ଟଙ୍କା ରହିଛି ।

Also Read- Govt Job ପାଇଁ ପ୍ରସ୍ତୁତ ହେଉଛନ୍ତି କି? ଗୁରୁତ୍ୱପୂର୍ଣ୍ଣ ଖବର, ଏବେ ଏହି ୧୫ ଟି ଭାଷାରେ ଅନୁଷ୍ଠିତ ହେବ ପରୀକ୍ଷା