Jioର ନୂଆ ଧମାକା! ଜୁଲାଇ ୩୧ ରେ ଲଞ୍ଚ କରିବ ଶସ୍ତା ଲାପଟପ୍
Advertisement

Jioର ନୂଆ ଧମାକା! ଜୁଲାଇ ୩୧ ରେ ଲଞ୍ଚ କରିବ ଶସ୍ତା ଲାପଟପ୍

Jio Laptop: ରିଲାଏନ୍ସ ଜିଓ ବଜାରକୁ ଆଣୁଛି ଏକ ନୂଆ ଲାପଟପ । ଏହି ଲାପଟପ୍ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣନ୍ତୁ ...

Jioର ନୂଆ ଧମାକା! ଜୁଲାଇ ୩୧ ରେ ଲଞ୍ଚ କରିବ ଶସ୍ତା ଲାପଟପ୍

Jio Laptop: ରିଲାଏନ୍ସ ଜିଓ ଭାରତରେ ନୂଆ ଜିଓବୁକ୍ ଲାପଟପ୍ (jiobook laptop) ଲଞ୍ଚ କରିବାକୁ ଯାଉଛି। ଆମାଜନ ୱେବସାଇଟ (Amazon website)ରେ ଏକ ଟିଜର ଦେଖାଦେଇଛି । ସୂଚନା ଅନୁଯାୟୀ, ଏହି ଲାପଟପ୍ ୩୧ ଜୁଲାଇରେ ଲଞ୍ଚ ହୋଇପାରେ । ଏହା ସହିତ, ଅନେକ ଭଲ ଫିଚର୍ ଓ କମ୍ପାକ୍ଟ ଡିଜାଇନ୍ (Compact design) ଏଥିରେ ଦେଖିବାକୁ ମମିଳିବ । ଏଥିରେ ୨ଏମପି କ୍ୟାମେରା (2MP Camera0 ରହିବ । ଆସନ୍ତୁ ଜାଣିବା ଏହି ଲାପଟପ୍ ବିଷୟରେ ।

ରିଲାଏନ୍ସ ଜିଓ ଭାରତରେ ନୂଆ ଜିଓବୁକ୍ ଲାପଟପ୍ ଲଞ୍ଚ କରିବାକୁ ଯାଉଛି। ଏନେଇ ଆମାଜନ ୱେବସାଇଟରେ ଏକ ଟିଜର ଦେଖିବାକୁ ମିଳିଛି। ଯେଉଁଥିରେ ପ୍ରକାଶ ପାଇଛି ଯେ କମ୍ପାନୀ ଅତିଶୀଘ୍ର ଲାପଟପ୍ ଲଞ୍ଚ କରୁଛି । ଆମାଜନ ଏହି ଟିଜରରେ ଲେଖିଛି ଯେ ଅଲ୍-ନ୍ୟୁ ଜିଓବୁକ୍ ଚଳିତ ମାସ ଶେଷ ସୁଦ୍ଧା ଆସିବ । ଏହା ସହିତ, କିଛି ନିର୍ଦ୍ଦିଷ୍ଟତା ଏବଂ ଫିଚର୍ ଗୁଡ଼ିକ  ବିଷୟରେ ସୂଚନା ସାମ୍ନାକୁ ଆସିଛି । ଏହି ଲାପଟପ୍ ୩୧ ଜୁଲାଇରେ ଲଞ୍ଚ ହୋଇପାରେ ।

ଜିଓବୁକ୍ ଲାପଟପର ଡିଜାଇନ୍ ଆମାଜନ ଟିଜରରେ ମଧ୍ୟ ପ୍ରଦର୍ଶିତ ହୋଇଛି, ଯାହା ଦେଖିବାକୁ ଗତ ବର୍ଷ ଅକ୍ଟୋବରରେ ଲଞ୍ଚ ହୋଇଥିବା ଲାପଟପ୍ ଭଳି । କମ୍ପାକ୍ଟ ସାଇଜରେ ଆସୁଥିବା ଏହି ଲାପଟପ୍ ଦେଖିବାକୁ ନୀଳ ରଙ୍ଗର। ଟିଜର ଅନୁଯାୟୀ, ଏହି ଲାପଟପ୍ ଉତ୍ପାଦକତା, ମନୋରଞ୍ଜନ ଏବଂ ଗେମ୍ ପାଇଁ ଡିଜାଇନ୍ କରାଯାଇଛି ।

ମିଳିବ ୪ଜି କନେକ୍ଟିଭିଟି 

ଜିଓର ଆଗାମୀ ଲାପଟପରେ ଉପଭୋକ୍ତାମାନେ ୪ଜି କନେକ୍ଟିଭିଟି (4G connectivity) ପାଇବେ । ଏହା ସହିତ, ଅକ୍ଟାକୋର ପ୍ରୋସେସର ମଧ୍ୟ ବ୍ୟବହୃତ ହେବ । କମ୍ପାନୀର କହିବାନୁସାରେ, ଆଗାମୀ ଲାପଟପ୍ ରେ HD ଭିଡିଓ ଦେଖିପାରିବେ । ଆପଣ ଏଥିରେ ବିଭିନ୍ନ ସଫ୍ଟୱେର୍ (software) ବ୍ୟବହାର କରିପାରିବେ । ଜିଓ ଲାପଟପ୍ ରେ ଲାଇଟୱେଟ ଡିଜାଇନ୍ ଉପଲବ୍ଧ ହେବ, ଯାହାର ଓଜନ ୯୯୦ ଗ୍ରାମ । ଏହି ଲାପଟପ୍ ପୁରା ଦିନର ବ୍ୟାଟେରୀ ବ୍ୟାକଅପ୍ (Battery backup) ଦେଇପାରେ । ଏହି ବିବରଣୀଗୁଡିକ ଆମାଜନରୁ ମିଳିଛି । ୩୧ ଜୁଲାଇରେ ଉନ୍ମୋଚିତ ହେବାକୁ ଥିବା ଏହି ଲାପଟପ୍ ବିଷୟରେ ଅନେକ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।

ଅକ୍ଟୋବର ୨୦୨୨ ରେ ଲାପଟପ୍ ଲଞ୍ଚ କରାଯାଇଥିଲା 

ଗତ ବର୍ଷ ଅକ୍ଟୋବରରେ ରିଲାଏନ୍ସ ଜିଓ ଜିଓବୁକ୍ ଲଞ୍ଚ କରିଥିଲା । ଏହା ଏକ ବଜେଟ୍ ଲାପଟପ୍, ଯାହା ବ୍ରାଉଜିଂ ଏବଂ ଅନଲାଇନ୍ କ୍ଲାସ୍ (Online classes) ଇତ୍ୟାଦି ପାଇଁ ବ୍ୟବହୃତ ହୋଇପାରିବ । ଅକ୍ଟୋବରରେ ଲଞ୍ଚ ହୋଇଥିବା ଏହି ଲାପଟପ୍ ରେ ୧୧.୬-ଇଞ୍ଚ୍ HD ଡିସପ୍ଲେ ରହିଛି । ଏହାର ସମ୍ମୁଖରେ ୨  ମେଗାପିକ୍ସେଲ କ୍ୟାମେରା ଅଛି ।

JioBook ର ଫିଚର୍ ଗୁଡିକ
ଅକ୍ଟୋବରରେ ଲଞ୍ଚ ହୋଇଥିବା ଏହି ଲାପଟପ୍ ରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୬୬୫ ସଞ୍ଚାଳକ, ଆଡ୍ରେନୋ ୬୧୦ ଜିପିୟୁ ଅଛି ।  ଏଥିରେ 2GB RAM ଓ 32GB eMMC ଷ୍ଟୋରେଜ୍ ଅଛି । ଆପଣ ଏଥିରେ ୧୨୮ GB ପର୍ଯ୍ୟନ୍ତ ଏସଡି କାର୍ଡ ଲଗାଇ ପାରିବେ । ଏହି ଲାପଟପ୍ JioOS ଉପରେ କାମ କରେ ।

ଜିଓ ଶସ୍ତା ଲାପଟପ ଯୋଗାଇବା ଖବର ଅନେକଙ୍କୁ ଖୁସି ପ୍ରଦାନ କରିଛି । କମ ଦାମରେ ଦମଦାର ଫିଚର ସହିତ ଏହି ଲାପଟପ ମିଳିବାକୁ ଯାଉଥିବାରୁ ବିଶେଷ କରି ଛାତ୍ରଛାତ୍ରୀଙ୍କ ପାଠପଢା କ୍ଷେତ୍ରରେ ଏହା ସହାୟକ ହେବବୋଲି କିଛି ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମତ ପ୍ରକାଶ କରିଛନ୍ତି ।

Also Read- EPFO: ୨୦୨୨-୨୩ ପାଇଁ କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ଉପରେ ମିଳିବ ୮.୧୫ ପ୍ରତିଶତ ସୁଧ ହାର