Rs 2000 Note: ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରି ନେବା ପଛରେ ରହିଛି ଅନେକ କାରଣ; କ'ଣ ଜାଣିଛନ୍ତି ଆପଣ
Advertisement

Rs 2000 Note: ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରି ନେବା ପଛରେ ରହିଛି ଅନେକ କାରଣ; କ'ଣ ଜାଣିଛନ୍ତି ଆପଣ

Rs 2000 rupee note: ନିକଟ ଅତୀତରେ ୨୦୦୦ ଟଙ୍କିଆ ନୋଟ ବନ୍ଦ ହେବା ନେଇ ଆରବିଆଇ ପକ୍ଷରୁ ଘୋଷଣା କରାଯାଇଥିଲା। ସଦ୍ୟ ଏହା ଉପରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା।

Rs 2000 Note: ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରି ନେବା ପଛରେ ରହିଛି ଅନେକ କାରଣ; କ'ଣ ଜାଣିଛନ୍ତି ଆପଣ

Rs 2000 rupee note withdrawn: ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବା ସମ୍ପର୍କରେ ଘୋଷଣା କରାଯାଇଥିଲା। ୨୦୦୦ ଟଙ୍କିଆ ନୋଟ୍ ସମ୍ପର୍କରେ ଆରବିଆଇ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଲୋକ ବର୍ତ୍ତମାନ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବ୍ୟାଙ୍କ ଯାଇ ୨୦୦୦ ଟଙ୍କିଆ ନୋଟ୍ ଜମା କରିପାରିବେ କିମ୍ବା ସେଠାରେ ଏହାକୁ ବଦଳାଇ ପାରିବେ। ଏହା ସହିତ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରିନେବା ଦ୍ୱାରା ଲାଭ ମିଳିବ ବୋଲି ଆଶା କରାଯାଉଛି। ନିକଟରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ଏପରି ଦାବି କରାଯାଇଛି। ଯେଉଁଥିରେ କୁହାଯାଇଛି ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବା ଦେଶର ବ୍ୟାଙ୍କିଂ ବ୍ୟବସ୍ଥା ପାଇଁ ଲାଭଦାୟକ ହେବ। ଏହା ସହିତ ଏସବିଆଇ ପକ୍ଷରୁ ହୋଇଥିବା ଅଧ୍ୟୟନରେ ଅନେକ କଥା ମଧ୍ୟ କୁହାଯାଇଛି। ଜାଣନ୍ତୁ ଏହା ବିଷୟରେ...

ଋଣ ପରିଶୋଧରେ ହେବ ବୃଦ୍ଧି
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (State Bank of India) ପକ୍ଷରୁ ହୋଇଥିବା ଅଧ୍ୟୟନରେ (SBI study on 2000 Rupee Note) କୁହାଯାଇଛି ଯେ ୨୦୦୦ ଟଙ୍କିଆ ନୋଟ୍ ବନ୍ଦ (2000 rupee note demonetization) ହେତୁ ଋଣ ପରିଶୋଧ ବୃଦ୍ଧି ହୋଇପାରେ। କାରଣ ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେତୁ ଜମା ପରିମାଣ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହା ସହିତ ବିଭିନ୍ନ ଋଣ ଧାରକ ସେମାନେ ନେଇ ଋଣ ଭିନ୍ନ ଭିନ୍ନ ବ୍ୟାଙ୍କ ଶାଖାରେ ପରିଶୋଧ କରିପାରିବେ।

Also Read: 2000 Rupee Note Exchange: ୨୦୦୦ ଟଙ୍କିଆ ନୋଟ୍ ବିନିମୟ ପାଇଁ ହେଉନାହିଁ ସମସ୍ୟା, ଜାଣନ୍ତୁ ୩ କାରଣ

ବ୍ୟାଙ୍କ ପକ୍ଷରୁ ମିଳିବ ଋଣ 

ଗତ ମେ ୧୯ ତାରିଖରେ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର (Rs 2000 rupee note withdrawn) କରାଯିବା ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank of India) ପକ୍ଷରୁ ଘୋଷଣା କରାଯାଇଥିଲା। ଯାହା ପରେ ଏବେ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କ ପାଖକୁ ଆସିବାରେ ଲାଗିଛି। ଯାହାର ଫଳ ସ୍ୱରୂପ ବିଭିନ୍ନ ବ୍ୟାଙ୍କ ଠାରେ ନଗଦ ରାଶିର ପରିମାଣ ବୃଦ୍ଧି ପାଇବ। ଏହି ବର୍ଦ୍ଧିତ ନଗଦ ଟଙ୍କାକୁ ବ୍ୟାଙ୍କ ଋଣ ପ୍ରଦାନ କରିବା କାର୍ଯ୍ୟରେ ବ୍ୟବହାର କରିପାରିବ। ଏଭଳି ପରିସ୍ଥିତିରେ ବ୍ୟାଙ୍କ ପାଖରେ ଗ୍ରାହକଙ୍କୁ ବିଭିନ୍ନ ପରିମାଣର ଋଣ ପ୍ରଦାନ କରିବାର ବଡ଼ ସୁଯୋଗ ରହିବ।

ବଢିବ କ୍ୟାସ ଅନ ଡେଲିଭରି 
୨୦୦୦ ଟଙ୍କିଆ ନୋଟ୍ ଚଳାଇବା ପାଇଁ ଲୋକେ କ୍ୟାସ ଅନ ଡେଲିଭରି (Cash on Delivery Payment) ସମୟରେ ନଗଦ ବିକଳ୍ପ ମଧ୍ୟ ଚୟନ କରୁଛନ୍ତି। ଏହି କାରଣରୁ ଦେଶରେ ନଗଦ ପ୍ରବାହ ମଧ୍ୟ ଘଟୁଛି। ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ହେଉଥିବା ଡେଲିଭରି ଉପରେ ନଗଦ ଚୟନ କରି ଲୋକେ ୨୦୦୦ ଟଙ୍କିଆ ନୋଟ୍ ସହିତ ଦେୟ ଦେଉଛନ୍ତି। ଯେଉଁ କାରଣରୁ ବିତରଣ ଉପରେ ନଗଦ ଟଙ୍କା ପରିମାଣ ମଧ୍ୟ ବୃଦ୍ଧି ପାଉଛି।

Also Read: RS 200 Rupees Note Exchange: ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ପୂରଣ କରିବାକୁ ହେବ ଫର୍ମ ଏବଂ ଦେବାକୁ ହେବ ପରିଚୟ ପତ୍ର? ଜାଣନ୍ତୁ ସତ୍ୟତା

 

ଜିଡିପି ପାଇଁ ଲାଭ
ଏସବିଆଇ ଏହାର ଅଧ୍ୟୟନ ରିପୋର୍ଟ ମାଧ୍ୟମରେ ଦର୍ଶାଇଛି ଯେ ୨୦୦୦ ଟଙ୍କିଆ ନୋଟ କାରବାରରୁ ହଟାଇ ନେବା ଜିଡିପି ପାଇଁ ମଧ୍ୟ ଲାଭଦାୟକ ହୋଇପାରେ। ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେତୁ ବ୍ୟବହାରରେ ମଧ୍ୟ ହଠାତ୍ ବୃଦ୍ଧି ଘଟିଛି। ଯାହାର ପ୍ରଭାବ ଜିଡିପି ଉପରେ ପଡ଼ିପାରେ।