2000 Rupee Note Exchange: ୨୦୦୦ ଟଙ୍କିଆ ନୋଟ୍ ବିନିମୟ ପାଇଁ ହେଉନାହିଁ ସମସ୍ୟା, ଜାଣନ୍ତୁ ୩ କାରଣ
Advertisement

2000 Rupee Note Exchange: ୨୦୦୦ ଟଙ୍କିଆ ନୋଟ୍ ବିନିମୟ ପାଇଁ ହେଉନାହିଁ ସମସ୍ୟା, ଜାଣନ୍ତୁ ୩ କାରଣ

2000 Rupee Note Latest Update: ଚଳିତ ବର୍ଷ ହୋଇଥିବା ନୋଟବନ୍ଦୀ ଗତ ୨୦୧୬ ବର୍ଷ ଠାରୁ ପୃଥକ ରହିଛି। କାରଣ ବର୍ତ୍ତମାନ ସମୟରେ ୨୦୦୦ ଟଙ୍କିଆ ନୋଟ୍ ଆଇନଗତ ଭାବରେ ବୈଧ ରହିଛି।

2000 Rupee Note Exchange: ୨୦୦୦ ଟଙ୍କିଆ ନୋଟ୍ ବିନିମୟ ପାଇଁ ହେଉନାହିଁ ସମସ୍ୟା, ଜାଣନ୍ତୁ ୩ କାରଣ

RS 2000 Note Withdrawn: ମେ ୧୯ ତାରିଖ ଶୁକ୍ରବାର ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ହେବା ନେଇ ଘୋଷଣା କରିଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏହି ଘୋଷଣା ପରେ ମେ ୨୩ ତାରିଖ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପ୍ରକ୍ରିୟା ଏବଂ ବ୍ୟାଙ୍କ ଖାତାରେ ଜମା କରିବା କାର୍ଯ୍ୟ ବିଭିନ୍ନ ବ୍ୟାଙ୍କର ଶାଖାରେ ଆରମ୍ଭ ହୋଇଯାଇଛି। ହେଲେ ମଙ୍ଗଳବାର ବିଭିନ୍ନ ବ୍ୟାଙ୍କ ଶାଖାରେ ଛୋଟ ନୋଟ୍ ସହିତ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଛୋଟ ଧାଡି ଦେଖିବାକୁ ମିଳିଥିଲା। ଯେତେବେଳେ ସକାଳେ ବ୍ୟାଙ୍କ ଶାଖା ଖୋଲିଲା, ସେତେବେଳେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ସେପରି କୌଣସି ଲୋକଙ୍କ ଭିଡ଼ ଦେଖିବାକୁ ମିଳିନଥିଲା। ବିଭିନ୍ନ ମେଟ୍ରୋ ସହରରେ ଅବସ୍ଥିତ ଘରୋଇ କ୍ଷେତ୍ର ବ୍ୟାଙ୍କ ଶାଖାରେ ସବୁଦିନ ଭଳି ଦୈନନ୍ଦିନ ବ୍ୟବସାୟିକ କାର୍ଯ୍ୟ ହୋଇଥିଲା।

ଭିଡ଼ ନହେବା ପଛରେ ରହିଥିବା ୩ ପ୍ରମୁଖ କାରଣ
୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ବ୍ୟାଙ୍କ ଶାଖାରେ ସେପରି କୌଣସି ଭିଡ଼ ଦେଖିବାକୁ ମିଳିନାହିଁ। ଯେପରି ଭିଡ଼ ଗତ ୨୦୧୬ ବର୍ଷରେ ହୋଇଥିବା ନୋଟବନ୍ଦୀ ସମୟରେ ଦେଖିବାକୁ ମିଳିଥିଲା। ଏନେଇ ପ୍ରତିକ୍ରିୟା ରଖି ଜଣେ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଅଧିକ ତତ୍ପରତା ନାହିଁ। ଏହାର ପ୍ରଥମ କାରଣ ହେଉଛି ନୋଟ୍ ବଦଳାଇବାକୁ ପ୍ରାୟ ୪ ମାସର ସମୟ ଅଛି। ଦ୍ୱିତୀୟ କାରଣ ହେଉଛି ଆର୍ଥିକ କାରବାର କ୍ଷେତ୍ରରେ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ବହୁତ କମ ମାତ୍ରାରେ ରହିଛି। ଚଳିତ ବର୍ଷ ହୋଇଥିବା ନୋଟବନ୍ଦୀ ଗତ ୨୦୧୬ ବର୍ଷ ଠାରୁ ଭିନ୍ନ ରହିଛି। ତୃତୀୟ କାରଣ ହେଉଛି ଯେ ବର୍ତ୍ତମାନ ସମୟରେ ୨୦୦୦ ଟଙ୍କିଆ ନୋଟ୍ ଆଇନଗତ ଭାବରେ ବୈଧ ରହିଛି। ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟାଙ୍କ ଶାଖାରେ ଅତ୍ୟଧିକ ଭିଡ ହୋଇନାହିଁ। ୨୦୦୦ ଟଙ୍କିଆ ନୋଟ୍ ବଦଳ ପ୍ରକ୍ରିୟା ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁସାରେ କାର୍ଯ୍ୟ କରାଯାଉଛି। 

Also Read: RS 200 Rupees Note Exchange: ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ପୂରଣ କରିବାକୁ ହେବ ଫର୍ମ ଏବଂ ଦେବାକୁ ହେବ ପରିଚୟ ପତ୍ର? ଜାଣନ୍ତୁ ସତ୍ୟତା

ପ୍ରତ୍ୟାହାର ଘୋଷଣା ସତ୍ତ୍ୱେ ବୈଧ ରହିବ ୨୦୦୦ ଟଙ୍କିଆ ନୋଟ

୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ କିମ୍ବା ଜମା କରିବାକୁ ଆସୁଥିବା ସମୟରେ ଲୋକଙ୍କୁ ଖରା ତାଉରୁ ରକ୍ଷା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଭିନ୍ନ ବ୍ୟାଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦେଇଛି। ଏହା ସହିତ ଧାଡିରେ ରହିଥିବା ଲୋକଙ୍କ ପାଇଁ ପାନୀୟ ଜଳ ମଧ୍ୟ ବ୍ୟବସ୍ଥା କରାଯିବା ଆବଶ୍ୟକ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ୨୦୧୬ ବର୍ଷରେ ହୋଇଥିବା ବିମୁଦ୍ରୀକରଣ ସମୟରେ ବ୍ୟାଙ୍କ ଶାଖାରେ ନୋଟ୍ ବିନିମୟ ପାଇଁ ଧାଡି ଲାଗି ରହିଥିଲା। ଏହି ସମୟରେ ଅନେକ ଗ୍ରାହକଙ୍କ ମୃତ୍ୟୁ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା। ହେଲେ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ଘୋଷଣା ହେବା ସତ୍ତ୍ୱେ ଏହାର ଆଇନଗତ ବୈଧତା ଜାରି ରହିବ।

Also Read: RBI on 2000 Rupees Note: ୨୦୦୦ ଟଙ୍କିଆ ନୋଟ ବାବଦରେ ଆସିଲା ବଡ଼ ଖବର, ଜାଣନ୍ତୁ କ'ଣ କହିଲା ଆରବିଆଇ

 

ଗତ ୨୦୧୬ ବର୍ଷରେ ହୋଇଥିବା ବିମୁଦ୍ରୀକରଣ ଘୋଷଣା ପରେ ଏହା ହୋଇନଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ବିଭିନ୍ନ ବ୍ୟାଙ୍କ ସେମାନଙ୍କ ଶାଖାରେ ଅପେକ୍ଷା କରିଥିବା ଗ୍ରାହକଙ୍କ ପାଇଁ ସେଡ୍ ଏବଂ ଜଳ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ବ୍ୟାଙ୍କ ନୋଟ ବିନିମୟ ସୁବିଧାକୁ କାଉଣ୍ଟର ଠାରେ ସାଧାରଣ ଉପାୟରେ ଉପଲବ୍ଧ କରାଇବାକୁ କୁହାଯାଇଛି। ଏହା ବ୍ୟତୀତ ବ୍ୟାଙ୍କ ଖାଖାକୁ ଦୈନିକ ୨୦୦୦ ଟଙ୍କିଆ ଜମା ଏବଂ ବିନିମୟର ସବିଶେଷ ତଥ୍ୟ ରଖିବାକୁ କୁହାଯାଇଛି।