Advertisement
Article Detail0/zeeodisha/odisha2133843
Zee OdishaOdisha TrendingRule Changes: ପହିଲାରୁ ବଦଳିଯିବ ଗ୍ୟାସ ଦର, ସୋସିଆଲ ମିଡ଼ିଆ ନିୟମରେ ହେବ ବଡ଼ ପରିବର୍ତ୍ତନ; ପଢନ୍ତୁ ପୂରା ରିପୋର୍ଟ

Rule Changes: ପହିଲାରୁ ବଦଳିଯିବ ଗ୍ୟାସ ଦର, ସୋସିଆଲ ମିଡ଼ିଆ ନିୟମରେ ହେବ ବଡ଼ ପରିବର୍ତ୍ତନ; ପଢନ୍ତୁ ପୂରା ରିପୋର୍ଟ

ମାର୍ଚ୍ଚରେ ମାସରେ ବଦଳିଯିବ ଏହି ସବୁ ନିୟମ। ପଢିନିଅନ୍ତୁ ପୂରା ରିପୋର୍ଟ

Rule Changes: ପହିଲାରୁ ବଦଳିଯିବ ଗ୍ୟାସ ଦର, ସୋସିଆଲ ମିଡ଼ିଆ ନିୟମରେ ହେବ ବଡ଼ ପରିବର୍ତ୍ତନ; ପଢନ୍ତୁ ପୂରା ରିପୋର୍ଟ

Rule Changes: ନୂଆଦିଲ୍ଲୀ: ଆଜି ହେଉଛି ଫେବୃଆରୀ ମାସ ଶେଷ ଦିନ ଅର୍ଥାତ ଫେବୃଆରୀ ୨୯ ତାରିଖ।ସବୁ ମାସ ଭଳି ପହିଲାରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ସୋସିଆଲ ମିଡ଼ିଆ ନିୟମ ଠାରୁ ଆରମ୍ଭ କରି ଆର୍ଥିକ ନେଣଦେଣ ସମ୍ବନ୍ଧିତ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଏପରିକି ଫାସଟ୍ୟାଗ ଠାରୁ ଆରମ୍ଭ କରି ଏଲପିଜି ସିଲିଣ୍ଡର ଭଳି ଅନେକ ନୂଆ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଆସନ୍ତୁ ନଜର ପକାଇବା କେଉଁ କ୍ଷେତ୍ରରେ ସବୁ ପରିବର୍ତ୍ତନ ହେବ। 

LPG ସିଲିଣ୍ଡର ଦରରେ ପରିବର୍ତ୍ତନ
୧ ମାର୍ଚ୍ଚ ଅର୍ଥାତ ମାର୍ଚ୍ଚ ପହିଲାରୁ ଏଲପିଜି ସିଲିଣ୍ଡର ଦରରେ ପରିବର୍ତ୍ତନ ହେବାକୁ ଯାଉଛି। ପ୍ରତ୍ୟେକ ମାସର ପ୍ରଥମ ଦିନରେ ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ନୂଆ ମୂଲ୍ୟ ଜାରି କରିଥାନ୍ତି। ଆଗାମୀ ପହିଲାରେ ମଧ୍ୟ ତୈଳ କମ୍ପାନୀଗୁଡିକ ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ ପ୍ରଦାନ କରିବେ। ଫେବୃଆରୀରେ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା। ଏବେ ସମସ୍ତ ନଜର ମାର୍ଚ୍ଚ ମାସ ଦର ଉପରେ ରହିଛି। ବିଶ୍ୱାସ ରହିଛି ଯେ ଏଥର ତୈଳ କମ୍ପାନୀଗୁଡିକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ସାମାନ୍ୟ ହ୍ରାସ କରିପାରନ୍ତି। ବର୍ତ୍ତମାନର ଗ୍ୟାସ ସିଲିଣ୍ଡର ହାରକୁ ଦେଖିବା, ତେବେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୧୦୫୩ ଟଙ୍କା, ମୁମ୍ବାଇରେ ୧୦୫୨.୫୦ ଟଙ୍କା, ଚେନ୍ନାଇରେ ୧୦୬୮.୫୦ ଟଙ୍କା ରହିଛି।

ବଦଳିଯିବ ଫାସଟ୍ୟାଗ ନିୟମ
ଯଦି ଆପଣଙ୍କ ଗାଡ଼ିରେ ଫାସଟ୍ୟାଗ ଲାଗିଛି ତେବେ ଏହି ଖବର ଆପଣଙ୍କ ପାଇଁ। ଆପଣଙ୍କ ଗାଡ଼ିରେ ଲାଗିଥିବା ଫାସଟ୍ୟାଗର କେୱାଇସି କରାଇ ନିଅନ୍ତୁ। କାରଣ ଜାତୀୟ ରାଜପଥ ପ୍ରାଧିକରଣ ଫାସଟ୍ୟାଗର କେୱାଇସି ପୂରଣ ପାଇଁ ଫେବୃଆରୀ ୨୯ ତାରିଖକୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରିଛି। ଯଦି ଆପଣ ଧାର୍ଯ୍ୟ ସମୟ ମଧ୍ୟରେ କେୱାଇସି ପୁରଣ ନ କରନ୍ତି ତେବେ ଆପଣଙ୍କ ଫାସଟ୍ୟାଗ ବ୍ଲାକ ଲିଷ୍ଟେଡ଼ ହୋଇପାରେ କିମ୍ବା ଡିଆକ୍ଟିଭେଟେଡ଼ ହୋଇପାରେ। ଏଭଳି କ୍ଷେତ୍ରରେ ଆପଣଙ୍କୁ ଦୁଇଗୁଣା ଅଧିକ ଟଙ୍କା ଦେବାକୁ ହେବ। 

Add Zee News as a Preferred Source

୧୪ ଦିନ ବନ୍ଦ ରହିବ ବ୍ୟାଙ୍କ
ମାର୍ଚ୍ଚ ମାସରେ ବ୍ୟାଙ୍କ ୧୪ ଦିନ ବନ୍ଦ ରହିବ। ଏହି ଛୁଟି ଦିନ ମଧ୍ୟରେ ଶନିବାର ଓ ରବିବାର ରହିଛି। ତେଣୁ ବ୍ୟାଙ୍କକୁ ଯିବା ପୂର୍ବରୁ ଛୁଟି ତାଲିକା ଉପରେ ନଜର ପକାଇ ନିଅନ୍ତୁ। 

ବଦଳିବ ସୋସିଆଲ ମିଡ଼ିଆ ନିୟମ
ଆଇଟି ନିୟମରେ ସରକାର ପରିବର୍ତ୍ତନ କରିଛନ୍ତି। ମାର୍ଚ୍ଚ ୧ରୁ ଏହି ନୂତନ ନିୟମ ଲାଗୁ ହେବ। ନୂତନ ନିୟମ ଅନୁଯାୟୀ, ଟ୍ୱିଟର, ଫେସବୁକ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଆପରେ ଭୁଲ ତଥ୍ୟ ପୋଷ୍ଟ କରିବା ପାଇଁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡିବ। ସୋସିଆଲ ମିଡିଆକୁ ସୁରକ୍ଷିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

About the Author