Israel Hamas War: ଋଷିଆକୁ ବ୍ୟାପିଲା ଇସ୍ରାଏଲ-ହମାସ ଯୁଦ୍ଧର ନିଆଁ; ଜାଣନ୍ତୁ ପୁରା ଘଟଣାକ୍ରମ
Advertisement
Article Detail0/zeeodisha/odisha1937387

Israel Hamas War: ଋଷିଆକୁ ବ୍ୟାପିଲା ଇସ୍ରାଏଲ-ହମାସ ଯୁଦ୍ଧର ନିଆଁ; ଜାଣନ୍ତୁ ପୁରା ଘଟଣାକ୍ରମ

Makhachkala Airport Russia: ମଧ୍ୟରାତ୍ରୀରେ ଋଷିଆର ଦାଗେସ୍ତାନ ପ୍ରଦେଶରେ ଅବସ୍ଥିତ ମକଚକଲା ବିମାନ ବନ୍ଦରରେ ଏକ ବଡ଼ ଘଟଣା ଘଟିଯାଇଛି। ଏଠାରେ କୌଣସି ବିମାନ ଦୁର୍ଘଟଣା ବିଷୟରେ ଆଲୋଚନା କରାଯାଉନାହିଁ। ବରଂ ଏହି ଘଟଣା ଇସ୍ରାଏଲ-ହାମାସ ଯୁଦ୍ଧ ସହିତ ଜଡ଼ିତ ରହିଛି। 

Israel Hamas War: ଋଷିଆକୁ ବ୍ୟାପିଲା ଇସ୍ରାଏଲ-ହମାସ ଯୁଦ୍ଧର ନିଆଁ; ଜାଣନ୍ତୁ ପୁରା ଘଟଣାକ୍ରମ

Makhachkala Airport Russia Viral Video: ଦୀର୍ଘ ୨୪ ଦିନ ଧରି ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧର ନିଆଁ ଏବେ ଋଷିଆକୁ ବ୍ୟାପିଯାଇଛି। ଯାହାର ଉଦାହରଣ ଏବେ ଦେଶର ମକଚକଲା ବିମାନ ବନ୍ଦରରେ ଦେଖିବାକୁ ମିଳିଛି। "ଆଲ୍ଲା ହୁ ଆକବର" ସ୍ଲୋଗାନ୍ ଦେଇ ଶହ ଶହ ଲୋକଙ୍କ କ୍ରୋଧିତ ଭିଡ଼ ଇହୁଦୀଙ୍କୁ ଉପରେ ଆକ୍ରମଣ କରିବାକୁ ମାଡ଼ି ଆସିଛି। ଯାହାର ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ୟମରେ ଭାଇରାଲ ହେବାରେ ଲଗିଛି।

ସଦ୍ୟ ଋଷିଆର ଦାଗେସ୍ତାନ ପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଇସ୍ରାଏଲ ରାଜଧାନୀ ତେଲ ଆଭିଭ ଠାରୁ ଏକ ବିମାନ ସ୍ଥାନୀୟ ମକଚକଲା ବିମାନ ବନ୍ଦରରେ ଅବତରଣ କରିଥିବା ନେଇ ଏକ ଗୁଜବ ବ୍ୟାପି ଯାଇଥିଲା। ଏହି ବିମାନ ବନ୍ଦରରେ ହଙ୍ଗାମା କରିବାକୁ ନେଇ ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇସାରିଥିଲା। ହଙ୍ଗାମା କରିବା ପାଇଁ କଟ୍ଟରପନ୍ଥୀ ସେଠାକାର ମୁସଲମାନଙ୍କୁ ଆଗୁଆ ଉସକାଇ ଦେଇଥିଲେ। ଯାହାର ଫଳସ୍ୱରୂପ ଶହ ଶହ ଲୋକଙ୍କ କ୍ରୋଧିତ ଭିଡ଼ ଇହୁଦୀଙ୍କୁ ଉପରେ ଆକ୍ରମଣ କରିବା ପାଇଁ ବିମାନ ବନ୍ଦରରେ ଧସେଇ ପଶି ଯାଇଥିଲା।

ଋଷିଆର ଦାଗେସ୍ତାନ ପ୍ରଦେଶରେ ମୁସଲମାନଙ୍କ ଜନସଂଖ୍ୟା ହେଉଛି ସର୍ବାଧିକ। ସଦ୍ୟ ଘଟିଥିବା ପରିସ୍ଥିତିର ମୁକାବିଲା କରିପାରିଲେ ନାହିଁ ମକଚକଲା ବିମାନ ବନ୍ଦରର ସୁରକ୍ଷାକର୍ମୀ। ଅନ୍ୟପକ୍ଷରେ ଋଷୀୟ ଗୁଇନ୍ଦା ସଂସ୍ଥାର ଆଭ୍ୟନ୍ତରୀଣ ଗୁପ୍ତଚର ବିଭାଗ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଏହି ଘଟଣା ବିଷୟରେ ଅବଗତ କରାଇଛି। ଇସ୍ରାଏଲ ଠାରୁ ଇହୁଦୀଙ୍କୁ ନେଇ ଯାଉଥିବା ଏକ ବିମାନ ମକଚକଲା ବିମାନ ବନ୍ଦରରେ ଅବତରଣ କରୁଥିବା ନେଇ ଏକ ଗୁଜବ ବ୍ୟାପିଯାଇଥିଲା। ଏଭଳି ଗୁଜବ ସମ୍ପର୍କରେ ଜାଣିବା ମାତ୍ରେ ଉତ୍ତ୍ୟକ୍ତ ଲୋକଙ୍କ ଭିଡ଼ ବିମାନବନ୍ଦରର ସମସ୍ତ ଦ୍ୱାରା ଭାଙ୍ଗି ଧସେଇ ପଶି ଯାଇଥିଲା। ସେମାନେ ବିମାନ ବନ୍ଦରର ରନୱେ ନିଜ ନିୟନ୍ତ୍ରଣକୁ ନେଇଯିବାକୁ ଚାହୁଁଥିଲେ।

ମକଚକଲା ବିମାନ ବନ୍ଦର କର୍ତ୍ତୃପକ୍ଷ ଏହି ଘଟଣା ସମ୍ପର୍କରେ ଜାଣିବା ମାତ୍ରେ ତୁରନ୍ତ ଦେଶର ସୁରକ୍ଷା ବାହିନୀ ସହ ଯୋଗାଯୋଗ କରିଥିଲେ। ବିମନ ବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ଖବର ପାଇବା ମାତ୍ରେ ଋଷୀୟ ପାରାମିଲିଟାରି ଫୋର୍ସ ଅଳ୍ପ ସମୟ ମଧ୍ୟରେ ମକଚକଲା ଏୟାରପୋର୍ଟ ଠାରେ ପହଞ୍ଚି ଯାଇଥିଲା। ସର୍ବଶେଷ ସୂଚନା ଅନୁଯାୟୀ, ଏହି ଘଟଣଆରେ କୌଣସି ଯାତ୍ରୀଙ୍କ କ୍ଷୟକ୍ଷତି ହୋଇନାହିଁ। ଦେଶରେ ଘଟିଥିବା ଏଭଳି ଘଟଣା ପରେ ଦାଗେସ୍ତାନ ପ୍ରଦେଶରେ ଅବସ୍ଥିତ ରହିଥିବା ମକଚକଲା ବିମାନ ବନ୍ଦରକୁ ବନ୍ଦ କରି ଦେଇଛନ୍ତି ଋଷିଆ ସରକାର।

ଏହି ଘଟଣାର ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ୟମରେ ଭାଇରାଲ ହେବାରେ ଲଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ମକଚକଲା ବିମାନବନ୍ଦର ଆଡ଼କୁ ଉତ୍ତ୍ୟକ୍ତ ଲୋକଙ୍କ ଭିଡ଼ ମାଡ଼ି ଆସୁଛି। ଉତ୍ତ୍ୟକ୍ତ ଲୋକଙ୍କ ଭିଡ଼ ଏକାଠି "ଆଲ୍ଲା ହୁ ଆକବର" ସ୍ଲୋଗାନ ଦେଉଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ପାଲେଷ୍ଟାଇନ ପତାକା ଧରିଛନ୍ତି। ମକଚକଲା ବିମାନ ବନ୍ଦରରେ ଅବତରଣ କରିଥିବା ଯାତ୍ରୀ ଏଭଳି ଘଟଣା ଦେଖିବା ପରେ ଭୟଭୀତ ହୋଇ ପଡିଛନ୍ତି। ସୁରକ୍ଷା କର୍ମୀ ସେମାନଙ୍କୁ ପଛକୁ ଯିବାକୁ କହୁଛନ୍ତି। ଅନ୍ୟ ଏକ ଭିଡିଓ ଦର୍ଶାଉଛି ଯେ ଉତ୍ତେଜିତ ଜନତା ବିମାନବନ୍ଦର ବାହାରେ ଏକ କାର ଉପରେ ଆକ୍ରମଣ କରୁଛନ୍ତି। ହେଲେ କିଛି ସମୟ ପରେ ଯେତେବେଳେ ପାରା ମିଲିଟାରୀ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛି ସେତେବେଳେ ସ୍ଥିତି ଶାନ୍ତ ହେବାରେ ଲାଗିଛି।