Jalore News: ଅସହ୍ୟ ତାତିରେ ସାଧୁଙ୍କ ଅଗ୍ନି ତପସ୍ୟା, ୪୧ ଦିନ ଚାଲିବ ସାଧନା
Advertisement
Article Detail0/zeeodisha/odisha2266454

Jalore News: ଅସହ୍ୟ ତାତିରେ ସାଧୁଙ୍କ ଅଗ୍ନି ତପସ୍ୟା, ୪୧ ଦିନ ଚାଲିବ ସାଧନା

 ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସେଠାରେ ଜଣେ ସାଧୁ ଅଛନ୍ତି ଯିଏ ପ୍ରବଳ ଗରମକୁ ଖାତିର ନକରି ଧ୍ୟାନମଗ୍ନ ହୋଇଛନ୍ତି ।

Jalore News: ଅସହ୍ୟ ତାତିରେ ସାଧୁଙ୍କ ଅଗ୍ନି ତପସ୍ୟା, ୪୧ ଦିନ ଚାଲିବ ସାଧନା

Jalore News: ରାଜସ୍ଥାନରେ ବର୍ତ୍ତମାନ ତାତି ଭୟଙ୍କର ରୂପ ଧାରଣ କରିଛି । ପ୍ରବଳ ଖରା ଏବଂ ଗରମ ପବନ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ତେଣୁ ଦିନ ୧୦ଟା ପରେ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି । ଗ୍ରୀଷ୍ମ ପ୍ରକୋପରୁ ବଞ୍ଚିବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଅବଲମ୍ୱନ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସେଠାରେ ଜଣେ ସାଧୁ ଅଛନ୍ତି ଯିଏ ପ୍ରବଳ ଗରମକୁ ଖାତିର ନକରି ଧ୍ୟାନମଗ୍ନ ହୋଇଛନ୍ତି ।

ସୂଚନା ମୁତାବକ, ଜାଲୋର ଜିଲ୍ଲା ଭିନମାଲ ଅଞ୍ଚଳରେ ଜଣେ ନାଗା ସାଧୁ ଏହିପରି କିଛି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରୁଛନ୍ତି । ଏହି ଦୃଶ୍ୟ ଏବଂ କାର୍ଯ୍ୟ ସଭିଙ୍କୁ ଆଶ୍ଚର୍ଯ୍ୟ ହେବାକୁ ବାଧ୍ୟ କରୁଛି । ଖରା ସମୟରେ ୪୨ ଡିଗ୍ରୀରୁ ଅଧିକ ତାପମାତ୍ରା ରହୁଥିବାବେଳେ ଖୋଲା ଆକାଶ ତଳେ ସାଧୁ ଜଣକ ତପସ୍ୟା କରିବାରେ ବ୍ୟସ୍ତ ଅଛନ୍ତି । ଏହା ଦେଖିବା ପରେ ନିଜ ଆଖିକୁ ବିଶ୍ୱାସ କରିବା ଅସମ୍ଭବ ହୋଇପଡିଥିଲେ ମଧ୍ୟ ଏହା ସତ୍ୟ । କେଶମକରୀ ମାତାଜୀ ପାହାଡ ନିକଟରେ ଥିବା ହନୁମାନ ମନ୍ଦିର ପଛରେ ଥିବା ମହାକାଳେଶ୍ୱର ଧାମ କମ୍ପ୍ଲେକ୍ସରେ ନାଗା ସାଧୁ ନବୀନ ଗିରି ମହାରାଜଙ୍କୁ ଧ୍ୟାନମଗ୍ନ ଅବସ୍ଥାରେ ଦେଖିବାକୁ ମିଳୁଛି । ନିଜ ଚାରି ପଟ ଅଞ୍ଚଳରେ ନିଆଁ ଜଳାଇ ନିଆଁରେ ସ୍ନାନ କରିବା ପରି ତପସ୍ୟା କରୁଛନ୍ତି । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଭିନମାଲରେ ତାପମାତ୍ରା ୪୬ ଡିଗ୍ରୀରୁ ଅଧିକ ରହିଥାଏ । ଏଭଳି ଅତ୍ୟଧିକ ଉତ୍ତାପ ସମୟରେ ଲୋକମାନେ ନିଜ ଘରୁ ବାହାରକୁ ଆସିବାକୁ ଦ୍ୱିଧା କରନ୍ତି । ତେବେ ଦୂର ଦୂରାନ୍ତରୁ ଭକ୍ତମାନେ ନାଗା ବାବାଙ୍କ ଦର୍ଶନ ପାଇଁ ଆଶ୍ରମରେ ପହଞ୍ଚୁଛନ୍ତି । କୁହାଯାଉଛି ଯେ, ବାବା ନବୀନ ଗିରି ମହାରାଜ ଜୀ ତାଙ୍କ ଆଶ୍ରମରେ ଆହୁରୀ ୧୧ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଉତ୍ତାପରେ ତପସ୍ୟା କରିବେ ।

Also Read- Lakshmi Narayan yog 2024: ମେ ଶେଷରେ ବିରଳ ରାଜଯୋଗ, ୩ ରାଶି ଭାଗ୍ୟରେ ଧନ ବର୍ଷା

Also Read- BSF Soldier Martyr: ଅଂଶୁଘାତ କାରଣରୁ ଶହୀଦ ହେଲେ ବିଏସଏଫ ଯବାନ