Sambalpur BJD Observer: ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କଲେ ସମ୍ବଲପୁର ବିଜେଡ଼ି ପର୍ଯ୍ୟବେକ୍ଷକ
Advertisement
Article Detail0/zeeodisha/odisha2058663

Sambalpur BJD Observer: ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କଲେ ସମ୍ବଲପୁର ବିଜେଡ଼ି ପର୍ଯ୍ୟବେକ୍ଷକ

BJD Observer Sambalpur Visit: ଶନିବାର ସମ୍ବଲପୁର ଗସ୍ତରେ ଆସି ସାମ୍ବାଦିକଙ୍କ ସହ ଆଲୋଚନା କରିଛନ୍ତି ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାଶ ଏବଂ ମାନସ ମାନସ ମଙ୍ଗରାଜ।

Sambalpur BJD Observer: ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କଲେ ସମ୍ବଲପୁର ବିଜେଡ଼ି ପର୍ଯ୍ୟବେକ୍ଷକ

Sambalpur BJD Observer Interact with Media Representative: ସମ୍ବଲପୁର ଗସ୍ତରେ ଆସି ସାମ୍ବାଦିକଙ୍କ ସହ ଆଲୋଚନା କରିଛନ୍ତି ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାଶ ଏବଂ ମାନସ ମାନସ ମଙ୍ଗରାଜ। ସମ୍ବଲପୁର ଠାରେ ସାମ୍ବାଦିକଙ୍କ ସହ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ରାଜ୍ୟସଭା ସାଂସଦ ତଥା ବିଜେଡି ସମ୍ବଲପୁର ଲୋକସଭା ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ସୌଜନ୍ୟମୂଳକ ବୈଠକ କରି ଆଲୋଚନା କରିଛନ୍ତି। 

ସାମ୍ବାଦିକଙ୍କ ସହ ଜଡ଼ିତ ରହିଥିବା ବିଭିନ୍ନ ସମସ୍ୟା ଉପରେ ବିସ୍ତାର ଭାବେ ଆଲୋଚନା ହୋଇଥିଲା। ଦଳୀୟ କାର୍ଯ୍ୟକ୍ରମର ସଠିକ ଭାବେ ପୂର୍ବରୁ ସୂଚନା ମିଳୁ ନ ଥିବାରୁ ଖବର ସଂଗ୍ରହ ଏବଂ ପ୍ରକାଶ କରିବାରେ ସମସ୍ୟା ହେଉଥିବା କହିଥିଲେ। ଏହା ସହିତ ସାମ୍ବାଦିକଙ୍କ ପେନସନ ଦାବି ଉଠାଇଥିଲେ। ସମ୍ବଲପୁର ପ୍ରେସ୍‌‌କ୍ଲବ ରହିଛି, ଭିତ୍ତିଭୂମିର ବିକାଶ ମଧ୍ୟ ଚାଲିଛି। ହେଲେ ପ୍ରେସ୍‌‌ କ୍ଲବ ନାମରେ ଜମି ନ ଥିବା ନେଇ ଅଭିଯୋଗ କରିଥିଲେ। ଏନେଇ ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ କହିଥିଲେ ଯେ, ରାଜ୍ୟ ସରକାର ସାମ୍ବାଦିକଙ୍କ ସୁରକ୍ଷା ତଥା ସୁବିଧା ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବାରମ୍ବାର ଏନେଇ ମୋ ସହିତ ଆଲୋଚନା କରି ସମସ୍ୟା ବୁଝନ୍ତି। କୋଭିଡ ସମୟରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ମୃତ ସାମ୍ବାଦିକଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଂକା ଲେଖାଏଁ ଆର୍ଥିକ ସହାୟତା ଦେଇଥିଲେ। ରାଜ୍ୟରେ ମୋଟ ୪୭ ଜଣ ସାମ୍ବାଦିକଙ୍କ କୋଭିଡ ସମୟରେ ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ୪୩ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସାମ୍ବାଦିକଙ୍କ ପେନସନ ଦାବିକୁ ନେଇ ମୁଖ୍ୟମନ୍ତ୍ରୀ ନିଜେ ବାରମ୍ବାର ବୈଠକ କରିଛନ୍ତି। ହେଲେ ପେନସନ କେଉଁ ଆଧାରରେ ଦିଆଯିବ, କ'ଣ ନିୟମ ଏବଂ ସର୍ତ୍ତାବଳୀ ରହିବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରୁନାହିଁ। ଖୁବ୍‌‌ଶୀଘ୍ର ଏହା ଉପରେ ମଧ୍ୟ ଖୁସି ଖବର ମୁଖ୍ୟମନ୍ତ୍ରୀ ଦେବେ। 

ଅନ୍ୟପଟେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ବବି ଦାସ କହିଥିଲେ ଯେ, ସମ୍ବଲପୁର ପ୍ରେସ କ୍ଲବ ଜମି ସମସ୍ୟା ଦୂର ହୋଇଯିବ। କ୍ଲବ ନିର୍ମାଣ ହୋଇଥିବା ଜମିର କିସମ ଜଣା ପଡ଼ିବା ପରେ ଆଇନ ସଙ୍ଗତ ଥିଲେ ତୁରନ୍ତ ଜମି କ୍ଲବ ନାମରେ କରାଯିବ। ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ପ୍ରେସ କ୍ଲବ୍ କୁ ଅତ୍ୟାଧୁନିକ ସହ ଆହୁରି ବିକଶିତ କରାଯିବ। ସେ ନେଇ ଆବଶ୍ୟକ ଅନୁଦାନ ମଧ୍ୟ ଦିଆଯିବ। ବହୁ ଦିନରୁ ସାମ୍ବାଦିକ ଭାଇଙ୍କ ସହ ଏଭଳି ବୈଠକ ହୋଇନଥିଲା। ଆଲୋଚନା ହେବା ଫଳରେ ଅନେକ କଥା ଜଣାପଡୁଛି। ଖୁବ ଶୀଘ୍ର ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ଉଭୟେ ପ୍ରତିଶୃତି ଦେଇଥିଲେ। 

ସମ୍ବଲପୁର ପ୍ରେସ କ୍ଲବ ସଭାପତି ତ୍ରିବିକ୍ରମ ପ୍ରଧାନ, ରତ୍ନାକର ଭୋଇ, ବିଷ୍ଣୁ ପ୍ରସାଦ ଦ୍ୱିବେଦୀ, ସୁବ୍ରତ ମିଶ୍ର, ମାନସ ସାହୁ, ଅମଲେନ୍ଦୁ ନାଏକ, ଜୁସ୍ମନ ରଣା, ମଳୟ ଭୋଇ, ମଳୟ ପରିଡ଼ା, ରାଧେଶ୍ୟାମ ବର୍ମା, ଶ୍ରବଣ ପତି, ଶଙ୍କର ବେହେରା, ଶିବବ୍ରତ ଦାସ, ଭବାନୀ ଭୋଇ, ପ୍ରମୋଦ ବହିଦାର, ଯଜ୍ଞ ଦତ୍ତ, ଗୌତମ ମିଶ୍ର, ନରେଶ ସେଠ, ସଦାଶିବ ମହାପାତ୍ର, ସୁକାନ୍ତ କର, ଧମେନ୍ଦ୍ର ପଟ୍ଟନାୟକ, ନବୀନ ଦାସ, ଗୁଣମଣି ବିଶ୍ୱାଳ, ଶୁଭଶ୍ରୀ ବାରିକ, ବିରାଜ ମିଶ୍ର, ସଞ୍ଜୟ ଜେନା, ଅଜୟ ନାଥଙ୍କ ସମେତ ନରୋତ୍ତମ ଗୁରୁ, ଶୁଭାଶିଷ ପାଢ଼, ଶୁଭମ ଖଡିରତ୍ନ, ନୃସିଂହ ବଗର୍ତ୍ତି, ସୁଧିର ସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ।