Love Story: ପ୍ରେମ ପାଇଁ ଜୀବନ ହାରିଲେ ସମୁଦୀ-ସମୁଦୁଣୀ
Advertisement
Article Detail0/zeeodisha/odisha1927856

Love Story: ପ୍ରେମ ପାଇଁ ଜୀବନ ହାରିଲେ ସମୁଦୀ-ସମୁଦୁଣୀ

Love Story: ସେପ୍ଟେମ୍ବର ୨୩ରେ ଚୌଧାନପୁରକୁ ରାଜମିସ୍ତ୍ରୀ କାମ କରିବାକୁ ଯିବା ପରେ ନିଖୋଜ ହୋଇଯାଇଥିଲେ ଜଣେ ବ୍ୟକ୍ତି । ପରବର୍ତ୍ତି ମୁହୂର୍ତ୍ତରେ ତଦନ୍ତ କରିବା ପରେ ଯେଉଁ ତଥ୍ୟ ଆସିଲା ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରାଇଥିଲା ।

Love Story: ପ୍ରେମ ପାଇଁ ଜୀବନ ହାରିଲେ ସମୁଦୀ-ସମୁଦୁଣୀ

Love Story: ଉତ୍ତରପ୍ରଦେଶ କାନପୁରରୁ ଭିନ୍ନ ଏକ ଘଟଣା ଆସିଛି ଯାହା ସଭିଙ୍କୁ ଆଶ୍ଚର୍ଯ୍ୟ ହେବାକୁ ବାଧ୍ୟ କରୁଛି । ଶାହାଜାହାନପୁର-ସୀତାପୁର ରେଳ ଟ୍ରାକର ଜାହାନୀ ଖେଡା ନିକଟରେ ଟ୍ରେନରେ ଚକା ତଳେ ସମୁଦି ଓ ସମୁଦୁଣୀଙ୍କ ଜୀବନ ଯାଇଛି । ପ୍ରାୟ ମାସେ ଧରି ଉଭୟେ ଘରୁ ଫେରାର୍ ହୋଇଯାଇଥିବା ସୂଚନା ମିଳିଥିଲା । ମୃତ୍ୟୁ ସମ୍ପର୍କରେ ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ, ମୋବାଇଲ୍ ଫୋନ୍ ଏବଂ ଆଧାର କାର୍ଡ (aadhar card) ସାହାଯ୍ୟରେ ପରିବାର ଲୋକଙ୍କୁ ଠାବ କରି ସୂଚନା ଦେଇଥିଲା । ପରେ ପୋଷ୍ଟମର୍ଟମ କରାଯାଇ ମୃତଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା। ଲାକ୍ଷ୍ମୀପୁର ଖେରୀ ଜିଲ୍ଲାର ପାସିଗୱାନ୍ ପୋଲିସ୍ ଷ୍ଟେସନ୍ ଅନ୍ତର୍ଗତ ସାହନୁଆ ଗାଁର ବାସିନ୍ଦା ରାମନିବାସ୍ (୫୦) ଜଣେ ଘରୋଇ ବସ୍ ଡ୍ରାଇଭର (bus driver) ଥିଲେ।

ପାଞ୍ଚ ମାସ ପୂର୍ବରୁ ରାମନିବାସ ତାଙ୍କର ଗୋଟିଏ ବୋଲି ଝିଅକୁ ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ମାଗାଲଗଞ୍ଜ କୋଟୱାଲୀ ନିକଟରେ ଥିବା ମୁବାରକପୁରର ବାସିନ୍ଦା ଆଶାରାମଙ୍କ ପୁଅ ଶିବମଙ୍କୁ ବିବାହ କରାଇଥିଲେ। ଏହା ମଧ୍ୟରେ ରାମନିବାସଙ୍କ ନିଜ ୪୫ ବର୍ଷୀୟ ସମୁଦୁଣୀ ଆଶାରାଣୀଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ସନ୍ଦେହଜନକ ପରିସ୍ଥିତିରେ ଆଶାରାଣୀ ଘରୁ ବାହାରିଥିଲେ: ଆଶାରାଣୀ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୩ ତାରିଖରେ ସେ ଚୌଧାନପୁର ଯାଇଥିଲେ । ତଦନ୍ତ ସମୟରେ ଜଣାପଡିଥିଲା ​​ଯେ ରାମନିବାସ୍ ମଧ୍ୟ ସେପ୍ଟେମ୍ବର ୨୩ରୁ ନିଖୋଜ ଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିବା ନେଇ ଚର୍ଚ୍ଚା ହେଉଥିଲା ।

ରେଳ ଟ୍ରାକରେ ମୃତଦେହ: ଆଶାରାଣୀଙ୍କ ନିଖୋଜ ପରେ ତାଙ୍କ ସ୍ୱାମୀ ମାଗଲଗଞ୍ଜ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଥିଲେ। ରବିବାର ସକାଳେ, ପିହାନୀ କୋଟୱାଲୀ ଅଞ୍ଚଳ ଅନ୍ତର୍ଗତ ଶାହାଜାହାନପୁର-ସୀତାପୁର ରେଳ ଟ୍ରାକରେ ରାମ ନିବାସ ଏବଂ ଆଶାରାଣୀଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା।

ସୂଚନା ମୁତାବକ, ଜାହାନିକେଡା ଆଉଟପୋଷ୍ଟ ଦାୟିତ୍ୱରେ ଥିବା ରାମାନନ୍ଦ ମିଶ୍ର ପୋଲିସ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପଡିଥିବା ମୃତଦେହ ନିକଟରୁ ଆଧାର କାର୍ଡ ମିଳିଥିଲା । ରାମ ନିବାସଙ୍କ ମୃତଦେହ ନିକଟରୁ ମୋବାଇଲ୍ ଫୋନ୍ ମଧ୍ୟ ମିଳିଥିଲା । ଏହାକୁ ଆଧାର କରି ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଥିଲା। ପରେ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ଏହା ପରେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ବିବାହ ପରେ ରାମ ନିବାସ ତାଙ୍କ ସମୁଦୁଣୀ ଆଶାରାଣୀଙ୍କ ସହିତ ମିଶିବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅନେକ ଥର ଦୁହେଁ ଲୁଚି ଲୁଚି ପରସ୍ପରକୁ ଭେଟୁଥିଲେ । ଯେତେବେଳେ ପରିବାର ସଦସ୍ୟ ଏହି ସମ୍ପର୍କରେ ସୂଚନା ପାଇଲେ ସେତେବେଳେ ଦୁହିଁଙ୍କ ସମ୍ପର୍କ ବିଷୟରେ ପଚରାଉଚରା କରିଥିଲେ । ପରିବାର ଲୋକେ ଜାଣିବା ପରେ ଉଭୟଙ୍କ ମନରେ ଆଘାତ ହୋଇଥିଲା । ଉଭୟଙ୍କ ପ୍ରେମକୁ ସ୍ୱିକୃତି ନମିଳିବା କାରଣରୁ ଉଭୟେ ଏକାଠି ମରିବାକୁ ନିଷ୍ପତ୍ତି ନେଇଥିଲେ ।

ଦିଲ୍ଲୀରେ ବୁଲିଥିଲେ ସମୁଦୀ ସମୁଦୁଣୀ
ସୂଚନା ଅନୁଯାୟୀ ରାମ ନିବାସଙ୍କ ମୃତଦେହ ନିକଟରେ ଏକ ବସ୍ ଟିକେଟ୍ ମଧ୍ୟ ମିଳିଥିଲା। ଅକ୍ଟୋବର ୧୭ ତାରିଖରେ ଉଭୟେ ଦିଲ୍ଲୀ ଯାଇ ବୁଲାବୁଲି କରିଥିବା ଜଣାପଡିଥିଲା । ୫୩୫ ଟଙ୍କା ଦେଇ ଦୁହେଁ ଟିକେଟ୍ କରିଥିଲେ । ଯେଉଁଥିରୁ ଜଣାପଡିଥିଲା ଯେ, ଦୁହେଁ ଗାଁରୁ ବାହାରିବା ପରେ ଦିଲ୍ଲୀ ଯାଇ ରହିଥିଲେ । ଶେଷରେ କୌଣସି ସମାଧାନର ରାସ୍ତା ନବାହାରିବାରୁ ଉଭୟେ ମୃତ୍ୟର ରାସ୍ତାକୁ ବାଠି ନେଇଥିଲେ ।

Also Read- Vastu Tips: ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି କାମ, ମା’ଲକ୍ଷ୍ମୀ ହେବେ ପ୍ରସନ୍ନ

Also Read- Health Tips: ଡେଙ୍ଗୁ ସମୟରେ ପଇଡ ପାଣି, ଅମୃତଭଣ୍ଡା ପତ୍ର ରସ ପିଉଛନ୍ତି କି? ଜାଣନ୍ତୁ ସଠିକ ପଦ୍ଧତି