Dogs of Chernobyl: ଚେର୍ନୋବିଲ ଅଞ୍ଚଳର କୁକୁରଙ୍କ ଉପରେ ହେଉଥିବା ଅଧ୍ୟୟନରୁ ଅନେକ ରହସ୍ୟ ଉନ୍ମୋଚିତ ହୋଇପାରିବ। କାରଣ ସେମାନେ କିପରି ଏଭଳି ଦୂଷିତ ପରିବେଶରେ ୩୦ ବର୍ଷ ଧରି ବଞ୍ଚିବାରେ ସକ୍ଷମ ହୋଇଥିଲେ।
Trending Photos
Chernobyl Nuclear Plant Disaster: ୧୯୮୬ ମସିହାରେ ହୋଇଥିବା ଚେର୍ନୋବିଲ ପରମାଣୁ କେନ୍ଦ୍ର ଦୁର୍ଘଟଣାକୁ ୩୭ ବର୍ଷ ପୂରଣ ହୋଇସାରିଛି। ହେଲେ ଏହି ଦୁର୍ଘଟଣା କାରଣରୁ ହୋଇଥିବା ରେଡ଼ିଓ ବିକିରଣର ପ୍ରଭାବ ଆଜି ପର୍ଯ୍ୟନ୍ତ ମଧ୍ୟ ଅନୁଭୂତ ହେଉଛି। ହେଲେ ୟୁକ୍ରେନ ପ୍ରିପିୟଟ୍ ସହରରେ ଅବସ୍ଥିତ ରହିଥିବା ଚେର୍ଣ୍ଣୋବିଲ ପରମାଣୁ କେନ୍ଦ୍ରରେ ହୋଇଥିବା ଦୁର୍ଘଟଣାର ପ୍ରଭାବ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଅନୁଭୂତ ହେଉଛି। ଏହି ଘଟଣାକୁ ୩୭ ବର୍ଷ ବିତିଯାଇଥିଲେ ମଧ୍ୟ ରେଡ଼ିଓ ବିକିରଣର ପ୍ରଭାବ ଆହୁରି ଅତି କମରେ ୩୦୦୦ ବର୍ଷ ପର୍ଯ୍ୟନ୍ତ ରହିବା ନେଇ ଆଶଙ୍କା କରାଯାଉଛି।
ଚେର୍ଣ୍ଣୋବିଲ ପରମାଣୁ କେନ୍ଦ୍ରରେ ହୋଇଥିବା ଦୁର୍ଘଟଣା ପରେ ପ୍ରିପିୟଟ୍ ସହରରେ କୌଣସି ମାନବ ଜନବସତି ନାହିଁ। ବର୍ତ୍ତମାନ ସେଠାରେ କେବଳ ବୁଲା କୁକୁର ରହୁଛନ୍ତି। ଯେଉଁମାନେ ପରମାଣୁ କେନ୍ଦ୍ରରେ ହୋଇଥିବା ଦୁର୍ଘଟଣା କାରଣରୁ ସୃଷ୍ଟି ହୋଇଥିବା ରେଡ଼ିଓ ବିକିରଣକୁ ସହ୍ୟ କରିଛନ୍ତି। ହେଲେ ପ୍ରଥମ ଥର ପାଇଁ ଏହି କୁକୁରଙ୍କ ଉପରେ ଏକ ଅଧ୍ୟୟନ କରାଯାଉଛି। ଯେଉଁଥିରେ ବୈଜ୍ଞାନିକ ଜାଣିବାକୁ ପାଇଛନ୍ତି ଯେ ଏହି କୁକୁର ଆନୁବଂଶିକ ରୂପରେ ହେଉଛନ୍ତି ଭିନ୍ନ। ସାଇନ୍ସ ଆଡଭାନ୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ, ଅନୁସନ୍ଧାନକାରୀ ପ୍ରାୟ ୩୦୨ କୁକୁରଙ୍କ ଆନୁବଂଶିକ ଗଠନ ଉପରେ ଅନୁସନ୍ଧାନ କରିଛନ୍ତି। ଯେଉଁମାନେ ଚେର୍ଣ୍ଣୋବିଲ ପରମାଣୁ କେନ୍ଦ୍ର ଅଞ୍ଚଳରେ ରହୁଛନ୍ତି। ଏହି ଅଧ୍ୟୟନ ପାଇଁ ବାହାରେ ବୁଲୁଥିବା ଏଠାକାର ଦୁଇ ତିନୋଟି କୁକୁର ଉପରେ ପରୀକ୍ଷଣ କରାଯାଇଥିଲା। ଏହି କୁକୁର ଦୁର୍ଘଟଣା ସ୍ଥଳ ଠାରୁ ପ୍ରାୟ ୧୪-୧୫ କିଲୋମିଟର ଦୂରରେ ରହୁଛନ୍ତି।
ଏହି ରିପୋର୍ଟ ମାଧ୍ୟମରେ ଆହୁରି ମଧ୍ୟ କୁହାଯାଇଛି ଯେ ଚେର୍ଣ୍ଣୋବିଲ ପରମାଣୁ କେନ୍ଦ୍ର ଅଞ୍ଚଳରେ ରହୁଥିବା କୁକୁର ଏବଂ ବ୍ୟକ୍ତିଙ୍କ ଆନୁବଂଶିକ ଗଠନ ହେଉଛି ଭିନ୍ନ। ଆଣବିକ କାରଖାନା ଏବଂ ଏହାର ଆଖପାଖରେ ରହୁଥିବା ପଶୁଙ୍କୁ ଡିଏନଏ ଉପରେ ଏହା ହେଉଛି ପ୍ରଥମ ଗଭୀର ଅଧ୍ୟୟନ। ଯାହା ମାଧ୍ୟମରେ ଗବେଷକ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି ଚେର୍ଣ୍ଣୋବିଲ ପରମାଣୁ କେନ୍ଦ୍ରରେ ହୋଇଥିବା ଦୁର୍ଘଟଣା ପରେ ହୋଇଥିବା ରେଡ଼ିଓ ବିକିରଣର କାରଣରୁ ଏଠକାର କୁକୁରଙ୍କ ଆନୁବଂଶିକ ଗଠନ ଉପରେ କେଉଁ ପ୍ରକାର ପ୍ରଭାବ ପଡ଼ିଛି। ଦୀର୍ଘ ଦିନ ଧରି ରେଡିଓ ବିକିରଣ ଅନୁଭୂତ ହେବା ଜାରି ରହିଲେ ପଶୁଙ୍କ ଜିନ ଉପରେ କେଉଁ ପ୍ରକାର ପଭାବ ପଡ଼ୁଛି ତାହା ଜାଣିବାକୁ ଏହି ଅଧ୍ୟୟନ କରାଯାଉଛି।
ଏହି ଅଧ୍ୟୟନ ମାଧ୍ୟମରେ ଚେର୍ଣ୍ଣୋବିଲ ପରମାଣୁ କେନ୍ଦ୍ର ଅଞ୍ଚଳରେ ରହୁଥିବା କୁକୁରଙ୍କ ଜିନ ଉପର ପରୀକ୍ଷଣ କରାଯିବ। କାରଣ ଏଠାକାର ରେଡ଼ିଓ ବିକିରଣ ଭଳି ସମସ୍ୟାର ସାମ୍ନା କରିଛନ୍ତି। ହେଲେ ଏଭଳି ବିପଦର ସାମ୍ନା କରିବା ସତ୍ତ୍ୱ ସେମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଅନୁସନ୍ଧାନକାରୀ ଅଧ୍ୟୟନ ବେଳ ଲକ୍ଷ୍ୟ କରିଛନ୍ତି ଯେ ଚେର୍ଣ୍ଣୋବିଲ ପରମାଣୁ କେନ୍ଦ୍ରରେ ହୋଇଥିବା ଦୁର୍ଘଟଣା ପରେ ଏଠାରେ ବନ୍ୟଜନ୍ତୁଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇଛି। ଯଦିଓ କେତେକ ପ୍ରଜାତି ସୁସ୍ଥ ହୋଇଥିବାର ଦେଖାଯାଉଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନୁସନ୍ଧାନକାରୀ ଏଠାକାର କୁକୁରଙ୍କ ଉପରେ ଗବେଷଣା କରୁଛନ୍ତି। କାରଣ ଚେର୍ଣ୍ଣୋବିଲ ପରମାଣୁ କେନ୍ଦ୍ରରେ ହୋଇଥିବା ଦୁର୍ଘଟଣା କବଳରୁ କିପରି ସେମାନେ ନିଜକୁ ବଞ୍ଚାଇ ରଖିବାରେ ସଫଳ ହୋଇଥିଲେ। ଏହି କୁକୁରଙ୍କ ପୂର୍ବଜଙ୍କ ମଧ୍ୟରୁ କେତେକ ଗୃହପାଳିତ ହୋଇ ଥାଇପାରନ୍ତି। ଯେତେବେଳେ ଏହି ଦୁର୍ଘଟଣା ଘଟିଲା ସେତେବେଳେ ଏଠାକାର ଲୋକ ସହର ଛାଡି଼ ଚାଲିଯାଇଥିଲେ। ଦୁର୍ଘଟଣା ଘଟିବା ସମୟରେ ଏଠାକାର ୫୦ ହଜାର ଲୋକଙ୍କ ଜନବସତି ରହିଥିଲା। ସହର ଛାଡି଼ବା ବେଳେ ଏଠାକାର ଲୋକ ସେମାନଙ୍କ ପୋଷା କୁକୁର ଛାଡ଼ି ଦେଇ ପଳାୟନ କରିଥିବାର କୁହାଯାଏ। ସହର ଖାଲି କରିବା ପରେ ସ୍ଥାନୀୟ ପ୍ରଶାସନ ପରିତ୍ୟକ୍ତ ଗୃହପାଳିତ ପଶୁଙ୍କୁ ଅଟକାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ଯାହା ଦ୍ୱାରା ରେଡ଼ିଓ ବିକିରଣକୁ ରୋକାଯାଇ ପାରିବ। ତଥାପି କେତେକ କୁକୁର ମଣିଷଙ୍କ ଠାରୁ ଦୂରେଇ ଯାଇଛନ୍ତି। ଚେର୍ନୋବିଲ୍ ସଫେଇ କର୍ମଚାରୀଙ୍କ କ୍ୟାମ୍ପ ଦ୍ୱାରା ସେମାନଙ୍କୁ ଖାଇବାକୁ ଦିଆଯାଉଥିଲା।
ଅନୁସନ୍ଧାନକାରୀ ଜାଣିବାକୁ ପାଇଛନ୍ତି ଯେ ଏହି ଅଞ୍ଚଳରେ ଦୁଇଟି ସ୍ଥାନୀୟ ପୃଥକ ଜନସଂଖ୍ୟା ରହିଛି। ପାୱାର ପ୍ଲାଣ୍ଟ ଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ ଚେର୍ନୋବିଲ ସିଟି ଏବଂ ଆଣବିକ କାରଖାନାରେ ରହୁଥିବା କୁକୁର। ଏହି ଦୁଇ ଜନସଂଖ୍ୟାରେ ଭିନ୍ନ ଭିନ୍ନ ଜେନେଟିକ୍ ମେକ୍ଅପ୍ ରହିଛି। ସେମାନେ ଏକ ବୃହତ୍ ଶରୀର ବିଶିଷ୍ଟ ସ୍ତନ୍ୟପାୟୀ ପ୍ରଜାତି ଉପରେ ନିରନ୍ତର ପରିବେଶ ବିକିରଣର ପ୍ରଭାବର ଅନୁସନ୍ଧାନ ପାଇଁ ପ୍ରୟାସ କରୁଛନ୍ତି। ଚେର୍ନୋବିଲ ଅଞ୍ଚଳର କୁକୁରଙ୍କ ଉପରେ ହେଉଥିବା ଅଧ୍ୟୟନରୁ ଅନେକ ରହସ୍ୟ ଉନ୍ମୋଚିତ ହୋଇପାରିବ। କାରଣ ସେମାନେ କିପରି ଏଭଳି ଦୂଷିତ ପରିବେଶରେ ୩୦ ବର୍ଷ ଧରି ବଞ୍ଚିବାରେ ସକ୍ଷମ ହୋଇଥିଲେ।