Seema Haider: ହାତୁଡିରେ ଇଟା ଭାଙ୍ଗୁଛନ୍ତି ସୀମା ହାଇଦରଙ୍କ ସହ ସଚିନ୍ ମୀନା, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1864665

Seema Haider: ହାତୁଡିରେ ଇଟା ଭାଙ୍ଗୁଛନ୍ତି ସୀମା ହାଇଦରଙ୍କ ସହ ସଚିନ୍ ମୀନା, ଜାଣନ୍ତୁ କାରଣ

Seema Haider and Sachin Meena: ଭାଇରାଲ ହେଉଥିବା ଭିଡିଓ ସମ୍ପର୍କରେ ଯାହା ସୂଚନା ମିଳିଛି ସେଥିରେ ସଚିନଙ୍କର ଏକ ନୂଆ ଘର ତିଆରି ହେଉଛି । ଉକ୍ତ ଭିଡିଓଟିକୁ ୧ ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି ।

Seema Haider: ହାତୁଡିରେ ଇଟା ଭାଙ୍ଗୁଛନ୍ତି ସୀମା ହାଇଦରଙ୍କ ସହ ସଚିନ୍ ମୀନା, ଜାଣନ୍ତୁ କାରଣ

Seema Haider and Sachin Meena: ପ୍ରେମ ପାଇଁ ପାକିସ୍ତାନରୁ ଭାରତକୁ ଆସିଥିବା ସୁନ୍ଦରୀ ମହିଳା ସୀମା ହାଇଦରଙ୍କ ନୂଆ ଭିଡିଓ ସୋସିଆଲ ମିଡିଆ (Social Media)ରେ ଟ୍ରେଣ୍ଡ୍ କରୁଛି । ସାରା ଦୁନିଆରେ ଦୁହିଁଙ୍କ ପ୍ରେମ କାହାଣୀକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଲାଗି ରହିଛି । କିନ୍ତୁ ଉଭୟେ ପରସ୍ପର ପ୍ରେମରେ ବାନ୍ଧି ହୋଇ ନୂଆ ସଂସାର କରିବାର ସ୍ୱପ୍ନ ଦେଖିଛନ୍ତି ।

ପୂର୍ବରୁ ସୀମା ହାଇଦରଙ୍କ ବିଷୟରେ ଆମେ ଆରଣଙ୍କୁ ଅନେକ ତଥ୍ୟ ଜଣାଇଛୁ । ସୀମା ନିଜର ଚାରି ସନ୍ତାନଙ୍କୁ ନେଇ ପାକିସ୍ତାନ (Pakistan)ରୁ ଦୁବାଇ ଓ ପରେ ଦୁବାଇରୁ ନେପାଳରେ ପହଞ୍ଚି ଭାରତ ନେପାଳ ବର୍ଡର (Nepal border) ଅତିକ୍ରମ କରି ଭାରତରେ ପହଞ୍ଚିଥିଲେ । ଭାରତରେ ପହଞ୍ଚିବା ପରେ ସେ ତାଙ୍କ ପ୍ରେମିକ ସଚିନଙ୍କ ଗ୍ରେଟର ନୋଏଡା (Greater Noida) ସ୍ଥିତ ଭଡା ଘରେ ପହଞ୍ଚିଥିଲେ। ସୀମା ହାଇଦର୍ କିଛି ଦିନ ପରିଚୟ ନଦେଇ ଲୁଚି ରହିଥିଲେ । ଯେତେବେଳେ ସୀମା ହାଇଦରଙ୍କ ରହସ୍ୟ ବିଷୟରେ ସାରା ଦୁନିଆ ଜାଣିଲା ସେତେବେଳେ ସମସ୍ତଙ୍କୁ ଏହି ଖବର ଖୁବ ଆଶ୍ଚର୍ଯ୍ୟ କରିଥିଲା । ଏପରି କି ଉତ୍ତରପ୍ରଦେଶ ଏଟିଏସ୍ (Uttar Pradesh ATS) ସୀମା ହାଇଦରଙ୍କୁ ପଚରାଉଚରା କରିଥିଲା ।

ପାକିସ୍ତାନୀ ମହିଳା ସୀମା ହାଇଦରଙ୍କ କହିବା ଅନୁଯାୟୀ, ସେ ତାଙ୍କ ପ୍ରେମିକ ସଚିନ ମୀନାଙ୍କ ସହିତ ସାରା ଜୀବନ ରହିବା ପାଇଁ ସୀମା ପାର କରିଛନ୍ତି । ସେ ଆଉ ଭାରତରୁ ପାକିସ୍ତାନକୁ କଦାପି ଫେରିବେ ନାହିଁ । ଯାହା ବି ପରିସ୍ଥିତି ଆସିବ ତାହାକୁ ସାମ୍ନା କରିବାକୁ ସୀମା ପ୍ରସ୍ତୁତ ଅଛନ୍ତି । ଏପରିକି ସୀମା କହିଛନ୍ତି ଯେ, ଯଦି ମତେ ଜେଲ୍ ଯିବାକୁ ପଡେ ମୁଁ ଯିବାକୁ ପ୍ରସ୍ତୁତ କିନ୍ତୁ ସଚିନଙ୍କ ହାତ ମୁଁ ଛାଡିବି ନାହିଁ । ବର୍ତ୍ତମାନ ଉତ୍ତରପ୍ରଦେଶ ଗ୍ରେଟର ନୋଏଡାରେ ବର୍ତ୍ତମାନ ସୀମା ହାଇଦର ପ୍ରେମିକ ସଚିନଙ୍କ ସହିତ ରହୁଛନ୍ତି ।

ବର୍ତ୍ତମାନ ସଚିନ ମୀନା ଏବଂ ସୀମା ହାଇଦରଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ ସୀମା ଓ ସଚିନ ଦୁଇଟି ହାତୁଡ଼ିରେ ଇଟା ଭାଙ୍ଗୁଥିବାର ଦେଖିବାକୁ ମିଳିଛି । ଇଣ୍ଟରନେଟରେ ଭାଇରାଲ ହେବା ପରେ ଲୋକମାନେ ଏହା ଉପରେ ବିଭିନ୍ନ ମତାମତ ଦେବାରେ ଲାଗିଛନ୍ତି । ଭାଇରାଲ ହେଉଥିବା ଭିଡିଓ ସମ୍ପର୍କରେ ଯାହା ସୂଚନା ମିଳିଛି ସେଥିରେ ସଚିନଙ୍କର ଏକ ନୂଆ ଘର ତିଆରି ହେଉଛି । ଉକ୍ତ ଭିଡିଓଟିକୁ ୧ ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି । ସୀମା ହାଇଦର ପ୍ରେମିକ ସଚିନ ମୀନା ଉଭୟେ ଘର ତିଆରି ପାଇଁ କଠିନ ପରିଶ୍ରମ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । କିଛି ବ୍ୟକ୍ତି ଏହି ଭିଡିଓକୁ ନେଇ ଅନେକ ଟ୍ରୋଲ ମଧ୍ୟ କରୁଛନ୍ତି ।

ସୂଚନାଯୋଗ୍ୟ, ସୀମା ହାଇଦର ଭାରତରେ ପହଞ୍ଚିବା ପୂର୍ବରୁ ନେପାଳର ଏକ ହୋଟେଲରେ ସଚିନଙ୍କ ସହିତ କିଛି ଦିନ ରହିଥିଲେ । ପରେ ଗ୍ରେଟର ନୋଏଡାରେ ପହଞ୍ଚିବା ପରେ ଏକ ଭଡା ଘରେ ରହିଥିଲେ । ଘର ମାଲିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସଚିନ ଘର ଭଡା ନେବା ପୂର୍ବରୁ ଘର ମାଲିକଙ୍କୁ କହିଥିଲେ ଆମର ନୂଆ ଘର ତିଆରି ହେଉଥିବାରୁ ଆମେ କିଛି ଦିନ ଭଡା ଘରେ ରହିବୁ । ଉଭୟେ ସ୍ୱାମୀ ସ୍ତ୍ରୀ ହିସାବରେ ସେହି ଘରେ ରହିଥିଲେ ମଧ୍ୟ ବିବାହ କରିଥିବାର କୌଣସି ଡକ୍ୟୁମେଣ୍ଟ ଘର ମାଲିକଙ୍କୁ ଦେଇନଥିଲେ । ଘଟଣା ପ୍ରଘଟ ହେବା ପରେ ସୀମାଙ୍କ ପ୍ରତିକ୍ରିୟା ନେବା ପାଇଁ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଥିଲେ । ପରେ ପ୍ରଶାସନ ମଧ୍ୟ ସୀମାଙ୍କ ନିକଟରେ ପହଞ୍ଚିଥିଲା ।

Also Read- ଚାରି ବିଳାସପୂର୍ଣ୍ଣ ଘର, କୋଟି କୋଟି ମୂଲ୍ୟର ସମ୍ପତ୍ତି ଏବଂ ବିଳାସପୂର୍ଣ୍ଣ କାର; ଜାଣନ୍ତୁ ଋଷି ସୁନାକ କେତେ ଧନୀ