Mahakal Temple: ବାବା ମହାକାଳେଶ୍ୱରଙ୍କୁ ଦର୍ଶନ କଲେ ଶିଖର ଧାୱନ ଓ ଅକ୍ଷୟ କୁମାର...
Advertisement

Mahakal Temple: ବାବା ମହାକାଳେଶ୍ୱରଙ୍କୁ ଦର୍ଶନ କଲେ ଶିଖର ଧାୱନ ଓ ଅକ୍ଷୟ କୁମାର...

ଆପଣଙ୍କ ପ୍ରିୟ କ୍ରେିକେଟର ଶିଖର ଧାୱନ (shikhar dhawan)ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଖୁବ ଭାଇରାଲ ହେବାରେ ଲାଗିଛି । ହିନ୍ଦୁ ଧର୍ମର ଅନେକ ଲୋକଙ୍କ ମନରେ ବିଶ୍ୱାସ ରହିଛି ଯେ, ବାବା ମହାକାଳଙ୍କ ଦରବାରରୁ କେହି କେବେ ଖାଲି ହାତରେ ଫେରନ୍ତିନି । ଶେଖର ଧାୱନ ମଧ୍ୟ ବାବା ମହାକାଳଙ୍କ ଦର୍ଶନ କରିବା ସହିତ ନିଜର ମନସ୍କାମନାକୁ ପ୍ରଭୁ

Mahakal Temple: ବାବା ମହାକାଳେଶ୍ୱରଙ୍କୁ ଦର୍ଶନ କଲେ ଶିଖର ଧାୱନ ଓ ଅକ୍ଷୟ କୁମାର...

Mahakal Temple: ଆପଣଙ୍କ ପ୍ରିୟ କ୍ରେିକେଟର ଶିଖର ଧାୱନ (shikhar dhawan)ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଖୁବ ଭାଇରାଲ ହେବାରେ ଲାଗିଛି । ହିନ୍ଦୁ ଧର୍ମର ଅନେକ ଲୋକଙ୍କ ମନରେ ବିଶ୍ୱାସ ରହିଛି ଯେ, ବାବା ମହାକାଳଙ୍କ ଦରବାରରୁ କେହି କେବେ ଖାଲି ହାତରେ ଫେରନ୍ତିନି । ଶେଖର ଧାୱନ ମଧ୍ୟ ବାବା ମହାକାଳଙ୍କ ଦର୍ଶନ କରିବା ସହିତ ନିଜର ମନସ୍କାମନାକୁ ପ୍ରଭୁଙ୍କ ନିକଟରେ ଜଣାଇଛନ୍ତି । ଯଦି ତାହା ପୂରଣ ହୁଏ ତେବେ ସମଗ୍ର ଦେଶବାସୀ ଖୁବ ଖୁସି ହେବେ ।  ତେବେ ଶେଖର ବାବା ମହାକାଳଙ୍କୁ ଏମିତି କଣ ମଗିଛନ୍ତି ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

ଶେଖର ଧାୱନ ଦୀର୍ଘ ଦିନ ହେବ ଟିମ୍ ଇଣ୍ଡିଆ (Team india)ରୁ ବାହାରି ଆସିଥିଲେ ମଧ୍ୟ ସେ ସର୍ବଦା ବ୍ୟକ୍ତିଗତ ଭାବରେ ଟିମ ସଦସ୍ୟଙ୍କ ସହିତ କଣ୍ଟାକ୍ଟରେ ଅଛନ୍ତି । ଅନେକ ଖେଳାଳୀ ଶେଖରଙ୍କୁ କଲ କରି ଅନେକ ପରାମର୍ଶ ମଧ୍ୟ ନେଇଥାନ୍ତି । ଶନିବାର ସକାଳ ସମୟରେ ଧାୱନ ବାବା ମହାକାଳଙ୍କ ଦର୍ଶନ ପାଇଁ ମନ୍ଦିରରେ ପହଞ୍ଚିଥିଲେ । ପୂଜାପାଠ କରିବା ସହିତ ମନ୍ଦିରରେ ଆରତୀ ହେବା ସମୟରେ ଉପସ୍ଥିତ ରହି ଦର୍ଶନ କରିଥିଲେ । ଆଉ ଏକ ଖାସ୍ କଥା ଏହା ଯେ, ଧାୱନଙ୍କ ସହିତ ବଲିଉଡ ଖିଲାଡି ତଥା ଅଭିନେତା ଅକ୍ଷୟ କୁମାର (Actor akshay kumar) ମଧ୍ୟ ବାବା ମହାକାଳଙ୍କୁ ଦର୍ଶନ କରିବା ପାଇଁ ସେଠାରେ ଉପସ୍ଥିତ ଥିଲେ। 

ଶିଖର ନିଜ ଦଳର ସଦସ୍ୟଙ୍କ ପାଇଁ ତଥା ଟିମ୍ ଇଣ୍ଡିଆ ପାଇଁ ଶୁଭ ମନାସିବା ସହିତ ପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ । ଯେତେବେଳେ ସାମ୍ୱାଦିକମାନେ ଶିଖର ଧାୱନଙ୍କୁ ବିଶ୍ୱକପ ବିଷୟରେ ପଚାରିଥିଲେ ସେତେବେଳେ ତାଙ୍କର ଉତ୍ତର ପ୍ରତ୍ୟେକ କ୍ରିକେଟ୍ ପ୍ରଶଂସକଙ୍କ ହୃଦୟକୁ ଛୁଇଁଥିଲା । ଧାୱନ କହିଥିଲେ ଯେ, ପ୍ରତି ଭାରତୀୟଙ୍କର ଇଚ୍ଛା ଟିମ୍ ଇଣ୍ଡିଆ ବିଶ୍ୱକପ (World Cup) ଜିତୁ ତେଣୁ ମୁଁ ମଧ୍ୟ ଏହା ଚାହୁଁଛି ଯେ ଆମ ଟିମ ବିଜୟ ହାସଲ କରୁ । ତେଣୁ ସେଥିପାଇଁ ମୁଁ ବାବା ମହାକାଳଙ୍କୁ ଦର୍ଶନ କରିବା ସହିତ ମନ କଥା ଜଣାଇଛି । ଭାଇରାଲ୍ ହୋଇଥିବା ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ଉଭୟ ଶିଖର ଧାୱନ ଏବଂ ଅକ୍ଷୟ କୁମାର ପ୍ରଭୁଙ୍କ ଆରତୀ ସମୟରେ ନିଜକୁ ସାମିଲ କରି ନିଜକୁ ସୌଭାଗ୍ୟବାନ ବୋଲି ମନେ କରିଛନ୍ତି । ପୂର୍ବରୁ ବାବା ମହାକାଳଙ୍କ ମନ୍ଦିରକୁ ଅନେକ କ୍ରିକେଟର ଦର୍ଶନ କରିବାକୁ ଆସିଛନ୍ତି । ସେମଧ୍ୟରେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଏବଂ କୁଲଦୀପ ଯାଦବଙ୍କ ନାଁ ରହିଛି ।

Post- 

ଅନ୍ୟପଟେ, ଆଜି ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ୫୬ତମ ଜନ୍ମଦିନ (Birthday) ହୋଇଥିବାରୁ ସେ ନିଜ ପରିବାର ସଦସ୍ୟଙ୍କ ସହିତ ପ୍ରଭୁ ମହାକାଳଙ୍କ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିଲେ । ସେଠାରେ ଧାୱନଙ୍କ ସମେତ ଅନେକ ପ୍ରଶଂସକ ଅକ୍ଷୟ କୁମାରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅକ୍ଷୟ କୁମାର କହିଛନ୍ତି ଯେ, ଦେଶର ପ୍ରଗତି ପାଇଁ ସେ ବାବା ମହାକାଳଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଯେତେବେଳେ ସାମ୍ୱାଦିକମାନେ ଅକ୍ଷୟଙ୍କୁ ବିଶ୍ୱକପ ବିଷୟରେ ପ୍ରଶ୍ନ କରିଥିଲେ ସେତେବେଳେ ଅକ୍ଷୟ କହିଥିଲେ ପ୍ରଭୁ ମହାକାଳଙ୍କ ପାଇଁ ବିଶ୍ୱକପ ଏକ ଛୋଟ କଥା । କିନ୍ତୁ ବ୍ୟକ୍ତିଗତ ଭାବରେ ସବୁ ଭାରତୀୟଙ୍କ ପରି ଅକ୍ଷୟ ମଧ୍ୟ ଭାରତୀୟ କ୍ରିକେଟ ଟିମ ସଦସ୍ୟଙ୍କୁ ଖୁବ ଭଲ ପାଆନ୍ତି । ତେବେ ଆପଣଙ୍କୁ କହିରଖୁଛୁ ଯେ, ନିକଟରେ ରିଲିଜ୍ ହୋଇଥିବା ଅକ୍ଷୟ କୁମାରଙ୍କର ସିନେମା (OMG 2)କୁ ଲୋକମାନେ ଖୁବ ପ୍ରଶଂସା କରିଥିଲେ । ଅକ୍ଷୟ ଖୁବ ଶିଘ୍ର ତାଙ୍କର ନୂଆ ପ୍ରୋଜେକ୍ଟ ବିଷୟରେ ସୂଚନା ଦେଇପାରନ୍ତି ।

 

Also Read- ଜୀ ସାର୍ଥକରେ ଆସୁଛି "ଡବଲ୍ ଡେ' ଡବଲ୍ ଧମାକା" ଏଇ ମହା ରବିବାର ଓ ସ୍ପେଶାଲ ସୋମବାରରେ