Shocking News: ମୂଷା ମୃତ୍ୟୁକୁ ନେଇ ଥାନାରେ ରୁଜୁ ହେଲା ମାମଲା, ଜାଣନ୍ତୁ ପୁରା ଘଟଣାକ୍ରମ
Advertisement
Article Detail0/zeeodisha/odisha1459236

Shocking News: ମୂଷା ମୃତ୍ୟୁକୁ ନେଇ ଥାନାରେ ରୁଜୁ ହେଲା ମାମଲା, ଜାଣନ୍ତୁ ପୁରା ଘଟଣାକ୍ରମ

Rat Death Case: ଗତ ଶୁକ୍ରବାର ଜଣେ ବ୍ୟକ୍ତି ଏକ ମୂଷା ମୃତ୍ୟୁ ମାମଲାରେ ପୋଲିସ ପାଖରେ ଅଭିଯୋଗ କରିଛନ୍ତି। ପୋଲିସ ମୂଷାର ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। 

Shocking News: ମୂଷା ମୃତ୍ୟୁକୁ ନେଇ ଥାନାରେ ରୁଜୁ ହେଲା ମାମଲା, ଜାଣନ୍ତୁ ପୁରା ଘଟଣାକ୍ରମ

Rat Death News: କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଥାନାରେ ମାମଲା ରୁଜୁ କରାଯାଉଥିବା ସମ୍ପର୍କରେ ଆପଣ ଜାଣିଥିବେ। ହେଲେ କେବେ ଆପଣ ମୂଷା ମୃତ୍ୟୁକୁ ନେଇ ଥାନାରେ ମାମଲା ରୁଜୁ ହେବା ସମ୍ପର୍କରେ ଶୁଣିଛନ୍ତି। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏହା ସତ୍ୟ। ଉତ୍ତର ପ୍ରଦେଶ ବାଦାୟୁଁ ଜିଲ୍ଲାର ସଦର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଆଶ୍ଚର୍ଯ୍ୟଚକିତ କରିବା ଭଳି ଘଟଣା।

ଗତ ଶୁକ୍ରବାର ଜଣେ ବ୍ୟକ୍ତି ଏକ ମୂଷା ମୃତ୍ୟୁ ମାମଲାରେ ପୋଲିସ ପାଖରେ ଅଭିଯୋଗ କରିଛନ୍ତି। ପୋଲିସ ମୂଷାର ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପିପୁଲ ଫର ଆନିମଲ (People For Animal) ନାମକ ସଂସ୍ଥାର ଜିଲ୍ଲା ସଭାପତି ବିକେନ୍ଦ୍ର ଶର୍ମା ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସଭାପତି କହିଛନ୍ତି ଯେ ଯେ ସେ ରାସ୍ତାରେ ଦେଖିଥଲେ ଯେ ଜଣେ ଯୁବକ ଗୋଟିଏ ମୂଷାକୁ ଧରିବା ପରେ ତାର ଲାଞ୍ଜକୁ ଏକ ପଥର ଖଣ୍ଡରେ ବାନ୍ଧି ଏହାକୁ ଡ୍ରେନ ଭିତରକୁ ଫିଙ୍ଗି ଦେଇଥିଲା। ଏହା ପରେ ମୁଁ ଡ୍ରେନ୍ ଭିତରେ ପଶି ସେହି ମୂଷାକୁ ବାହାର କରିଥିଲି। ହେଲେ କିଛି ସମୟ ମଧ୍ୟରେ ଏହି ମୂଷା ମରି ଯାଇଥିଲା।

Also Read: Shocking News: ଚର୍ଚ୍ଚାରେ ମୂଷାଙ୍କ କାରନାମା, ଶୁଣିଲେ ଉଡ଼ିଯିବ ହୋସ

ଅନ୍ୟପଟେ ପୋଲିସ ସୂତ୍ର ଅନୁଯାୟୀ, ପଶୁ କ୍ରୁରତା ଅଧିନିୟମ ଅନୁଯାୟୀ ପିପୁଲ ଫର ଆନିମଲ ଜିଲ୍ଲା ସଭାପତି ବିକେନ୍ଦ୍ର ଶର୍ମା ଏହି ଘଟଣାରେ ସଦର ଥାନାରେ ଅଭିଯୋଗ କରିଥିଲେ। ଯେଉଁଥିରେ ସେ କହିଛନ୍ତି ଗତ ଶୁକ୍ରବାର ଅପରାହ୍ନରେ ସେ ବଦାୟୁଁ ସହରର ଗାନ୍ଧୀ ଗ୍ରାଉଣ୍ଡ ଛକ ନିକଟରେ ଯାଉଥିବାବେଳେ ମନୋଜ କୁମାର ନାମକ ଜଣେ ଯୁବକ ମୂଷା ଲାଞ୍ଜରେ ପଥର ବାନ୍ଧି ଏହାକୁ ସେଠାରେ ଥିବା ଡ୍ରେନ ଭିତରେ ଫିଙ୍ଗି ଦେଉଥିବାର ନଜର ଆସିଥିଲେ। ଏହା ସେ ସଙ୍ଗେ ସଙ୍ଗେ ଡ୍ରେନ୍ ଭିତରକୁ ଡେଇଁପଡ଼ି ସେହି ମୂଷାକୁ ବାହାର କରିଥିଲେ। ହେଲେ ଡ୍ରେନ ଭିତରୁ ବାହାରିବାର କିଛି ସମୟ ପରେ ଏହି ମୂଷା ମରିଯାଇଥିଲା। 

ବିକେନ୍ଦ୍ର ଶର୍ମାଙ୍କ ଅଭିଯୋଗ ସଦର ଥାନା ପୋଲିସ ମୂଷା ମୃତଦେହକୁ ଜବତ କରି ବଦାୟୁଁ ପ୍ରାଣୀ ଚିକିତ୍ସାଳୟକୁ ପଠାଇଥିଲା। ହେଲେ ସମ୍ବଳ ଅଭାବରୁ ପ୍ରାଣୀ ଚିକିତ୍ସାଳୟ କର୍ମଚାରୀ ପୋଷ୍ଟମର୍ଟମ କରିବାକୁ ମନା କରି ଦେଇଥିଲେ। ପିପୁଲ ଫର ଏହା ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ମୂଷା ମୃତଦେହକୁ ବରେଲି ସ୍ଥିତ ଭାରତୀୟ ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନକୁ ପଠାଇଛି। 

ଏହି ଘଟଣାରେ ପ୍ରତିକ୍ରିୟା ରଖି ବଦାୟୁଁ ନଗର ଡେପୁଟି ପୋଲିସ୍ ଅଧୀକ୍ଷକ ଆଲୋକ ମିଶ୍ର କହିଛନ୍ତି ଯେ, ଏକ ନାଳୀରେ ଏକ ମୂଷାକୁ ବୁଡ଼ାଇ ମାରିବାର ଅଭିଯୋଗ ଆମ ପାଖକୁ ଆସିଥିଲା।  ଯେଉଁଥିରେ ଅଭିଯୁକ୍ତ ମନୋଜ କୁମାରଙ୍କୁ ପୋଲିସ ଥାନାକୁ ଡକାଇ ଘଟଣା ବାବଦରେ ପଚରାଉଚରା କରିଥିଲା। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନାଳୀଗେ ବୁଡ଼ି ମରିଯାଇଥିବା ମୂଷା ପଶୁ ବର୍ଗରେ ଆସୁନାହିଁ। ତେଣୁ ଏହି ଘଟଣାରେ ପଶୁ କ୍ରୁରତା ଆଇନ ଲାଗୁ ହେବ ନାହିଁ।