Shocking News: ଆକାଶରେ ଦେଖାଗଲା ରହସ୍ୟମୟ ଆଲୋକ; ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ, ପଚାରିଲେ କ'ଣ ଏଲିୟନ ଆସିଗଲେ?
Advertisement
Article Detail0/zeeodisha/odisha1493016

Shocking News: ଆକାଶରେ ଦେଖାଗଲା ରହସ୍ୟମୟ ଆଲୋକ; ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ, ପଚାରିଲେ କ'ଣ ଏଲିୟନ ଆସିଗଲେ?

Mysterious Light News: ନିକଟରେ ଆକାଶରେ ରହସ୍ୟମୟ ଆଲୋକ ଦେଖାଯିବାର ଫଟୋ ଜଣେ ସୋସିଆଲ ମିଡି଼ଆ ୟୁଜର ପୋଷ୍ଟ କରିଥିଲେ। ଏହି ଫଟୋ ସେୟାର ସେ କ୍ୟାପସନ ଲେଖିଛନ୍ତି ଯେ ଆକାଶର ଅନେକ ସ୍ଥାନରେ ରହସ୍ୟମୟ ଆଲୋକ ଦେଖିବାକୁ ମିଳିଛି। ଏହି ଆଲୋକ କୋଲକାତାର ଅନେକ ସ୍ଥାନରେ ଦେଖିବାକୁ ମିଳିଥିଲା। ଏହା ପରେ ସେ ଏହାର ଦୁଇଟି ଫଟୋ ସେୟାର କରିଛନ୍ତି। ଯେଉଁଥିରୁ ଦୃଶ୍ୟମାନ ହେଉଛି ଯେ ଆକାଶରେ ଅନ୍ଧକାରକୁ ଚିରି ଦେଉଥିବା ଏକ ଉଜ୍ଜ୍ୱଳ ଆଲୋକ ଦୃଶ୍ୟମାନ ହେଉଛି। 

Shocking News: ଆକାଶରେ ଦେଖାଗଲା ରହସ୍ୟମୟ ଆଲୋକ; ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ, ପଚାରିଲେ କ'ଣ ଏଲିୟନ ଆସିଗଲେ?

Mysterious Light: ବିଭିନ୍ନ ସମୟରେ ଅନେକ ଥର ଆକାଶରେ ଏପରି ଘଟଣା ଘଟିଥାଏ ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି।ଛ କିଛି ଲୋକ ଏହା ପଛରେ ରହିଥିବା ରହସ୍ୟ କିମ୍ବାା କାରଣ ଜାଣିନଥାନ୍ତି। ଏହି ଘଟଣାକୁ ନେଇ ବିଭିନ୍ନ ମତ ଏବଂ ପ୍ରତିକ୍ରିୟା ସାମ୍ନାକୁ ଆସିବା ଆରମ୍ଭ କରିତାଏ। ସଦ୍ୟ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିବା ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ଗତ ସପ୍ତାହରେ ଲୋକେ ଆକାଶରେ ଆଲୋକ ପରି କିଛି ଦେଖିବାକୁ ପାଇଥିଲେ। ଲୋକେ ଏହି ରହସ୍ୟମୟ ଆଲୋକ ଦେଖିବା ପରେ ବିଭିନ୍ନ ପ୍ରଶ୍ନ ପଚାରିବା ଆରମ୍ଭ କରି ଦେଇଥିଲେ। କେହି କେହି ପଚାରିବାରେ ଲାଗିଥିଲେ ଯେ କ'ଣ ପୃଥିବୀକୁ ଏଲିଅନ ଆସିଗଲେ? 

ନିକଟରେ ଆକାଶରେ ରହସ୍ୟମୟ ଆଲୋକ ଦେଖାଯିବାର ଫଟୋ ଜଣେ ସୋସିଆଲ ମିଡି଼ଆ ୟୁଜର ପୋଷ୍ଟ କରିଥିଲେ। ଏହି ଫଟୋ ସେୟାର ସେ କ୍ୟାପସନ ଲେଖିଛନ୍ତି ଯେ ଆକାଶର ଅନେକ ସ୍ଥାନରେ ରହସ୍ୟମୟ ଆଲୋକ ଦେଖିବାକୁ ମିଳିଛି। ଏହି ଆଲୋକ କୋଲକାତାର ଅନେକ ସ୍ଥାନରେ ଦେଖିବାକୁ ମିଳିଥିଲା। ଏହା ପରେ ସେ ଏହାର ଦୁଇଟି ଫଟୋ ସେୟାର କରିଛନ୍ତି। ଯେଉଁଥିରୁ ଦୃଶ୍ୟମାନ ହେଉଛି ଯେ ଆକାଶରେ ଅନ୍ଧକାରକୁ ଚିରି ଦେଉଥିବା ଏକ ଉଜ୍ଜ୍ୱଳ ଆଲୋକ ଦୃଶ୍ୟମାନ ହେଉଛି। 

ଆଶ୍ଚର୍ଯ୍ୟର କଥା ଯେ ଏହି ଫଟୋ ଦେଖିଲେ ଏପରି ଲାଗୁଛି ଯେ, କେହି ଜଣେ ଆକାଶରେ ବସି ଦୀପ ଜାଳୁଛନ୍ତି। ଏହି ଆଲୋକ ସିଧାସଳଖ ଆସୁଛି। ଏନେଇ ମିଳିଥିବା ଖବର ଅନୁଯାୟୀ ପଶ୍ଚିମବଙ୍ଗ ଏବଂ ଓଡିଶା ଆକାଶରେ ଏହି ରହସ୍ୟମୟ ଆଲୋକ ପ୍ରାୟ ୫ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିଲା। ଏହି ଆଲୋକ ଉପଗ୍ରହ କିମ୍ବା ଅଗ୍ନି-୫ କ୍ଷେପଣାସ୍ତ୍ର ପରୀକ୍ଷଣର ଆଲୋକ ହୋଇପାରେ ବୋଲି ଦାବି କରାଯାଉଥିଲା।

Also Read: Mysterious Sound: ରହସ୍ୟମୟ ଶବ୍ଦକୁ ନେଇ ଆତଙ୍କିତ ହୋଇଉଠିଲେ ଲୋକ, କ'ଣ ଥିଲା କାରଣ?

ଆକାଶରେ ଏପରି ରହସ୍ୟମୟ ଆଲୋକ ଦେଖାଯିବା ପଛରେ କ୍ଷେପଣାସ୍ତ୍ର ପରୀକ୍ଷଣକୁ ଏକ ମୁଖ୍ୟ କାରଣ ଭାବେ ଦର୍ଶାଯାଉଛି। ଗତ ଗୁରୁବାର ସନ୍ଧ୍ୟାରେ ଭାରତ ଅଗ୍ନି-୫ ବାଲିଷ୍ଟିକ୍ ମିସାଇଲ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଓଡିଶାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସନ୍ଧ୍ୟା ୫.୩୦ ମିନିଟ ସମୟରେ କରାଯାଇଥିଲା। କେବଳ ଏହି ପରୀକ୍ଷା ପରେ ଉଭୟ ରାଜ୍ୟର ଅନେକ ସ୍ଥାନରେ ଆଲୋକ ଦେଖିଯିବାର ସମ୍ଭାବନା ରହିଥିଲା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ନିଶ୍ଚିତ କରାଯାଇନାହିଁ।

ଏପରି ଆଲୋକ ଦେଖାଯିବା ପୂର୍ବରୁ ରହସ୍ୟମୟ ଶବ୍ଦକୁ ନେଇ ଚକିତ ହୋଇ ପଡ଼ିଥିଲେ ଲୋକେ।  ଗତ ୨୩ ନଭେମ୍ବରରେ ରାଜ୍ୟର ଯାଜପୁର, ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାର କେତେକ ଅଞ୍ଚଳରେ ଏକ ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳିଥିଲା।  ଏହାକୁ ଶୁଣିବା ପରେ ଲୋକେ ରାସ୍ତା ଉପରକୁ ପଳାଇ ଆସିଥିଲେ।  ଏହି ଶବ୍ଦ କାହାକୁ ଏକ ବଡ଼ ବିସ୍ଫୋରଣ ଭଳି ଶୁଣାଯାଇଥିଲା। ହେଲେ ଲୋକଙ୍କୁ କିଛି ଦେଖିବାକୁ ମିଳିନଥିଲା।  ଲୋକଙ୍କୁ ସନ୍ଦେହ ହୋଇଥିଲା ଯେ ଏଭଳି ରହସ୍ୟମୟ ଶବ୍ଦ ରାଜ୍ୟର ଖଣି ଆଞ୍ଚଳରୁ ଆସି ଥାଇପାରେ। ଯେଉଁଠାରେ ବିସ୍ଫୋରଣ ପାଇଁ ଭାରୀ ମାତ୍ରାରେ ବିସ୍ଫୋରକ ବ୍ୟବହାର କରାଯାଇ ଥାଇପାରେ।