Mysterious Sound: ରହସ୍ୟମୟ ଶବ୍ଦକୁ ନେଇ ଆତଙ୍କିତ ହୋଇଉଠିଲେ ଲୋକ, କ'ଣ ଥିଲା କାରଣ?
Advertisement
Article Detail0/zeeodisha/odisha1454877

Mysterious Sound: ରହସ୍ୟମୟ ଶବ୍ଦକୁ ନେଇ ଆତଙ୍କିତ ହୋଇଉଠିଲେ ଲୋକ, କ'ଣ ଥିଲା କାରଣ?

Mysterious Sound in Odisha: ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ନଭେମ୍ବର ୨୩ ବୁଧବାର ସକାଳେ କେବଳ ମହାରାଷ୍ଟ୍ରରେ ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ଅନୁଭୂତ ହୋଇଥିବା ଅଞ୍ଚଳ ତାଲିକାରେ ରାଜ୍ୟ ନାହିଁ।

Mysterious Sound: ରହସ୍ୟମୟ ଶବ୍ଦକୁ ନେଇ ଆତଙ୍କିତ ହୋଇଉଠିଲେ ଲୋକ, କ'ଣ ଥିଲା କାରଣ?

Mysterious Sound in Odisha: ନଭେମ୍ବର ୨୩ ତାରିଖ ବୁଧବାର ରାଜ୍ୟର ଯାଜପୁର, ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାର କେତେକ ଅଞ୍ଚଳରେ ଏକ ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳିଥିଲା।  ଏହି ଶୁଣିବା ପରେ ଲୋକେ ରାସ୍ତା ଉପର ପଳାଇ ଆସିଥିଲେ।  ଏହି ଶବ୍ଦ କାହାକୁ ଏକ ବଡ଼ ବିସ୍ଫୋରଣ ଭଳି ଶୁଣାଯାଇଥିବା।  ରହସ୍ୟମୟ ଶବ୍ଦ ଶୁଣାଯିବା ଘଟଣାରେ ରାଜ୍ୟ ସରକାର ଏବଂ ପୋଲିସ  କୌଣସି ବିବୃତ୍ତି ରଖିନାହାଁନ୍ତି। 

ଏହି ଘଟଣାରେ ପ୍ରତିକ୍ରିୟା ରଖି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ରହସ୍ୟମୟ ଶବ୍ଦ ବିଷୟରେ ଆମର ପାଖରେ କୌଣସି ସୂଚନା ନାହିଁ। ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କହିଛି ଯେ ରାଜ୍ୟରେ ଭୂମିକମ୍ପ ଆସିବା ବିଷୟରେ କୌଣସି ସୂଚନା ମିଳିନାହିଁ।

ବରିଷ୍ଠ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ରାଜ୍ୟରେ ହୋଇଥିବା ଭୂକମ୍ପ ସମ୍ପର୍କରେ କୌଣସି ସୂଚନା ନାହିଁ। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ନଭେମ୍ବର ୨୩ ବୁଧବାର ସକାଳେ କେବଳ ମହାରାଷ୍ଟ୍ରରେ ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ଅନୁଭୂତ ହୋଇଥିବା ଅଞ୍ଚଳ ତାଲିକାରେ ଓଡିଶା ନାହିଁ।

ବୁଧବାର ରାଜ୍ୟର ଯାଜପୁର, ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାର କେତେକ ଅଞ୍ଚଳରେ ଏକ ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳିଥିଲା। ଏହାକୁ ଶୁଣିବା ପରେ ଲୋକେ ଘରୁ ବାହାରକୁ ପଳାଇ ଆସିଥିଲେ। ହେଲେ ଲୋକଙ୍କୁ କିଛି ଦେଖିବାକୁ ମିଳିନଥିଲା।  ଭଦ୍ରକର ଜଣେ ବାସିନ୍ଦା କହିଛନ୍ତି ଯେ ଏଠାରେ କୌଣସି ଭୂକମ୍ପ ନଥିଲା କିମ୍ବା ଏହାର କୌଣସି ଚିହ୍ନବର୍ଣ୍ଣ ନଥିଲା। ଏହି ଘଟଣାରେ ଯାଜପୁର-କେଉଁଝର ସୀମାରେ ଅବସ୍ଥିତ ଆନନ୍ଦପୁର ଅଞ୍ଚଳର ଲୋକଙ୍କ ଅନୁଭୂତି ମଧ୍ୟ ଏପରି ଥିଲା। 

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କିଛି ଲୋକଙ୍କୁ ସନ୍ଦେହ ହେଉଛି ଯେ ଏଭଳି ରହସ୍ୟମୟ ଶବ୍ଦ ରାଜ୍ୟର ଖଣି ଆଞ୍ଚଳରୁ ଆସି ଥାଇପାରେ। ଯେଉଁଠାରେ ବିସ୍ଫୋରଣ ପାଇଁ ଭାରୀ ମାତ୍ରାରେ ବିସ୍ଫୋରକ ବ୍ୟବହାର କରାଯାଇ ଥାଇପାରେ। ଅଧକାରୀ ଜଣଙ୍କ କହିଛନ୍ତି ଯେ ଏହାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଏହି ଘଟଣାରେ ଅଧିକ କିଛି କୁହାଯାଇ ପାରିବ ନାହିଁ। ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଯଦିଓ ଲୋକ ଏହି ରହସ୍ୟମୟ ଶବ୍ଦ ବାବଦରେ ସଚେତନ ହୋଇଛନ୍ତି।