Road Aaccident: ଅଟୋ ଉପରେ ଚଢିଗଲା ବସ୍, ଘଟଣାସ୍ଥଳରେ ୬ ମୃତ ଏକାଧିକ ଆହତ
Advertisement
Article Detail0/zeeodisha/odisha1695788

Road Aaccident: ଅଟୋ ଉପରେ ଚଢିଗଲା ବସ୍, ଘଟଣାସ୍ଥଳରେ ୬ ମୃତ ଏକାଧିକ ଆହତ

Road Aaccident News In Odia: ଅଟୋ ଉପରେ ଚଢିଗଲା ବସ୍ (Road Aaccident) । ବସ ଚଢିଯିବାରୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ (five injured)ହୋଇଥିବା ଜଣାପଡିଛି । ମୃତକ ସମସ୍ତ ମହିଳା ଶ୍ରମିକ ଶ୍ରେଣୀର ହୋଇଥବା ଜଣାପଡିଛି । ମହିଳା ଶ୍ରମିକମାନେ ଏକ ଅଟୋରେ ଫ୍ୟାକ୍ଟ୍ରିରୁ କାମ ସାରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ, ଅଟୋରେ ୧୫ରୁ ଅଧିକ ମହିଳା ଥିବା ଜଣାପଡିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପଢନ୍ତୁ ପୁରା ରିପୋର୍ଟ।...

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Aaccident News In Odia: ରାସ୍ତା ଛକି ବସିଥିଲା ଜମ । ଚାହୁଁଚାହୁଁ ନେଇଗଲା ୬ ଜୀବନ (Six dead ) । କ୍ଷଣକି ମଧ୍ୟରେ ଓଲଟପାଲଟ ହୋଇଗଲା ସବୁକିଛି। ଏକ ଅଟୋ ଉପରେ ଚଢିଗଲା ବସ୍ (Road Aaccident) । ବସ ଚଢିଯିବାରୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ (five injured)ହୋଇଥିବା ଜଣାପଡିଛି । ମୃତକ ସମସ୍ତ ମହିଳା ଶ୍ରମିକ ଶ୍ରେଣୀର ହୋଇଥବା ଜଣାପଡିଛି ।  ମହିଳା ଶ୍ରମିକମାନେ ଏକ ଅଟୋରେ ଫ୍ୟାକ୍ଟ୍ରିରୁ କାମ ସାରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ, ଅଟୋରେ ୧୫ରୁ ଅଧିକ ମହିଳା ଥିବା ଜଣାପଡିଛି । ଆନ୍ଧ୍ରପ୍ରଦେଶର କାକିନନ୍ଦ(Kakinada) ଜିଲ୍ଲାରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବଢିବ ବୋଲି କୁହାଯାଉଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଚଳାଇଛି। ସମସ୍ତ ମୃତକଙ୍କ ଘର  ନୀଲାପଲ୍ଲୀ ଓ ୟନମ ଅଞ୍ଚଳରେ ହୋଇଥିବା ଜଣାପଡିଛି ।  

ସୂଚନା ଅନୁସାରେ,  ଆନ୍ଧ୍ରପ୍ରଦେଶର କାକିନନ୍ଦ ଜିଲ୍ଲାର ୨୧୬ ଜାତୀୟ ରାଜପଥରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆନ୍ଧ୍ର ପ୍ରଦେଶର ସୁବାରାୟୁଡୁ ପାଲେମ୍(Subbarayudu Palem)  ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରୁ ୧୫ରୁ ଅଧିକ ମହିଳା କାମ କରି ଏକ ଅଟୋ ଯୋଗେ ଘରକୁ ଫେରୁଥିଲେ। ଅଟୋଟି   କାକିନନ୍ଦ ଜିଲ୍ଲାରେ ପହଞ୍ଚିଥିବା ବେଳେ  ଆମଲାପୁରମରୁ ଦ୍ରୃତଗତିରେ ଆସୁଥିବା ଏକ ଆରଟିସି ବସ୍ ଅଟୋକୁ ପ୍ରଥମେ ଧକ୍କା ଦେଇଥିଲା । ପରେ ଅଟୋକୁ କିଛି ବାଟ ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଫଳରେ ଘଟଣାସ୍ଥଳରେ ଅଟୋରେ ଥିବା ୬ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଅଟୋ ଭିତରୁ ଆହତ ମହିଳାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା। ଏବଂ ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬ ମହିଳାଙ୍କ ଶରୀରର ମୁଣ୍ତରୁ ଗଣ୍ତି ଅଲଗା ହୋଇ ରାସ୍ତାରେ ପଡିଥିବା ଦେଖିବାକୁ ମିଳିଥିଲା। ମୃତଦେହ ଗୁଡିକୁ ଉଦ୍ଧାର କରି ପୋଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇଛି। କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶଙ୍କା ରହିଛି । ଫଳରେ ଦୁର୍ଘଟଣା ଘଟାଇଥିବା ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି ପୋଲିସ ।

Also Read: Koraput News: ମାଟ୍ରିମୋନିରୁ ମିଳିଲା ଧୋକା! ସ୍ବାମୀଙ୍କ ବିରୋଧରେ ଏତଲା ଦେଲେ OAS ଅଧିକାରିଣୀ, ଜାଣନ୍ତୁ କ'ଣ ରହିଛି ପୂରା ମାମଲା?

Also Read: Sambalpur Triple Murder Case: କିଏ ସେହି ଯୁବକ? ଯିଏ ଗୋଟିଏ ଘରେ ମାଆ ସହ ଦୁଇ ଛୁଆଙ୍କୁ କରିଛି ହତ୍ୟା

ସେହିପରି ନିକଟରେ, ମଧ୍ୟପ୍ରଦେଶ ଖରଗୋନ ଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା।  ଏକ ଘରୋଇ ବସ ହଠାତ ନଦୀ ଉପରୁ ୫୦ଫୁଟ ତଳକୁ ଖସିପଡିଥିଲା ।  ଏହି ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୪ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ନେଇ ଘୋଷଣା କରିଛନ୍ତି । ଏହାବାଦ୍ ଗୁରୁତରଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଓ ସାମାନ୍ୟ ଆହତ ଥିବା ବ୍ୟକ୍ତିଙ୍କ ଚିକିତ୍ସା ବାବଦକୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେହିପରି ପ୍ରଧାନମନ୍ତ୍ରୀ ମଧ୍ୟ ଘଟଣାକୁ ନେଇ ଶୋକପ୍ରକାଶ କରିବା ସହ ତାଙ୍କ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି ।