Cyclone Dana Update: ବାତ୍ଯା 'ଦାନା' ପାଇଁ ହବିଷ୍ଯାଳିମାନଙ୍କ ପାଇଁ ୨ଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ
Advertisement
Article Detail0/zeeodisha/odisha2486894

Cyclone Dana Update: ବାତ୍ଯା 'ଦାନା' ପାଇଁ ହବିଷ୍ଯାଳିମାନଙ୍କ ପାଇଁ ୨ଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ

Cyclone Dana Update: ବେଳାଭୂମି ରାସ୍ତା ଉପରୁ ଥାଇ ଅଶାନ୍ତ ସମୁଦ୍ରର ଦୃଶ୍ୟକୁ ଉପଭୋଗ କରୁଛନ୍ତି। ତେବେ ସରକାର ପର୍ଯ୍ଯଟକ ମାନଙ୍କ ସୁରକ୍ଷାକୁ ନେଇ ସମୁଦ୍ର ବାରଣ କରିଛନ୍ତି। ସମସ୍ତେ ସହଯୋଗ କରିବା ଆବଶ୍ୟକ। ପୁରୀରେ ବାତ୍ଯାର ପ୍ରଭାବ ସେତେଟା ନଥିବା ବେଳେ ପ୍ରଶାସନର ପ୍ରାକ୍ ପ୍ରସ୍ତୁତିକୁ ବେଶ୍ ପ୍ରଶଂସା କରିଛନ୍ତି ପର୍ଯ୍ଯଟକ। ସେପଟେ କୋଣାର୍କ, ଅସ୍ତରଙ୍ଗ, ଗୋପ,ପୁରୀ, କୃଷ୍ଣପ୍ରସାଦର ତଳି ଅଞ୍ଚଳ ଚିହ୍ନଟ କରାଯାଇ ସ୍ଥାନାନ୍ତର ପ୍ରକ୍ରୀୟା ଆରମ୍ଭ କରାଯାଇଛି। ପୁରୀ ପେଣ୍ଠକଟା ଅଞ୍ଚଳରୁ ପାଞ୍ଚଶହରୁ ଉର୍ଦ୍ଧ୍ବ ଲୋକଙ୍କୁ ବାତ୍ଯାଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି। 

Cyclone Dana Update: ବାତ୍ଯା 'ଦାନା' ପାଇଁ ହବିଷ୍ଯାଳିମାନଙ୍କ ପାଇଁ ୨ଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ

Cyclone Dana Update: ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ଯା ଦାନା। ଆଜି ମଧ୍ଯରାତ୍ରରେ କରିବ ଲ୍ଯାଣ୍ଡଫଲ। ଏଣୁ ବାତ୍ଯାର ପ୍ରଭାବ ପାଞ୍ଚଟି ଜିଲ୍ଲାରେ ଅନୁଭୁତ ହେଉଛି। ସକାଳୁ ପୁରୀରେ ବର୍ଷା ଲାଗି ରହିବା ସହ ସମୁଦ୍ର ଅଶାନ୍ତ ରହିଛି। ସେପଟେ ସମୁଦ୍ରକୁ ଯିବା ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ବାରଣ କରାଯାଇଥିବା ବେଳେ ସମୁଦ୍ର ସ୍ନାନ ଉପରେ କଟକଣା ଲଗାଯାଇଛି। ପର୍ଯ୍ଯଟକ ମାନଙ୍କୁ ସମୁଦ୍ରକୂଳକୁ ଛଡାଯାଉନାହିଁ। ସେପଟେ ହବିଷ୍ଯାଳିମାନଙ୍କ ପାଇଁ ଦୁଇଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ କରାଯାଇଛି।

ବାତ୍ଯା ପାଇଁ।ପର୍ଯ୍ଯଟକଙ୍କୁ ସମୁଦ୍ର ମନା। ସ୍ନାନ କରିପାରିବେ ନାହିଁ କି ସମୁଦ୍ର ପାଖକୁ ଯାଇପାରିବେ ନାହିଁ ପର୍ଯ୍ଯଟକ । ବାତ୍ଯାର ଭୟାବହତାକୁ ନେଇ ଆଜି ଏଭଳି କଟକଣା କରିଛି ଜିଲ୍ଲା ପ୍ରଶାସନ। ପର୍ଯ୍ଯଟକ ମାନଙ୍କୁ ସମୁଦ୍ରକୂଳକୁ ଛଡାଯାଉ ନାହିଁ କି ସ୍ନାନ ପାଇଁ ଦିଆଯାଉନାହିଁ ଅନୁମତି। ସବୁ ଯାଗାରେ ଏନଫୋର୍ସମେଣ୍ଟ ଜାରି ରହିଛି। ଅଗ୍ନିଶମ ବିଭାଗ, ପୁଲିସ ଓ ସମୁଦ୍ର କୂଳରେ ବ୍ଯବସାୟ କରୁଥିବା ଉଠାଦୋକାନୀ ମାନେ ବି ଏନଫୋର୍ସମେଣ୍ଟ କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି। ବେଳାଭୂମି ରାସ୍ତା ଉପରୁ ଥାଇ ଅଶାନ୍ତ ସମୁଦ୍ରର ଦୃଶ୍ୟକୁ ଉପଭୋଗ କରୁଛନ୍ତି। ତେବେ ସରକାର ପର୍ଯ୍ଯଟକ ମାନଙ୍କ ସୁରକ୍ଷାକୁ ନେଇ ସମୁଦ୍ର ବାରଣ କରିଛନ୍ତି। ସମସ୍ତେ ସହଯୋଗ କରିବା ଆବଶ୍ୟକ। ପୁରୀରେ ବାତ୍ଯାର ପ୍ରଭାବ ସେତେଟା ନଥିବା ବେଳେ ପ୍ରଶାସନର ପ୍ରାକ୍ ପ୍ରସ୍ତୁତିକୁ ବେଶ୍ ପ୍ରଶଂସା କରିଛନ୍ତି ପର୍ଯ୍ଯଟକ। ସେପଟେ କୋଣାର୍କ, ଅସ୍ତରଙ୍ଗ, ଗୋପ,ପୁରୀ, କୃଷ୍ଣପ୍ରସାଦର ତଳି ଅଞ୍ଚଳ ଚିହ୍ନଟ କରାଯାଇ ସ୍ଥାନାନ୍ତର ପ୍ରକ୍ରୀୟା ଆରମ୍ଭ କରାଯାଇଛି। ପୁରୀ ପେଣ୍ଠକଟା ଅଞ୍ଚଳରୁ ପାଞ୍ଚଶହରୁ ଉର୍ଦ୍ଧ୍ବ ଲୋକଙ୍କୁ ବାତ୍ଯାଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି। 

 ସେପଟେ ବାତ୍ଯାର ପ୍ରଭାବରେ ବର୍ଷା ଓ ପବନର ମାତ୍ରା ବୃଦ୍ଧି ପାଇଛି। ଏଣୁ ଆଜି ଏବଂ କାଲି ଦୁଇଦିନ ହବିଷ୍ଯାଳି ମାନଙ୍କ ଶ୍ରୀମନ୍ଦିର ଦର୍ଶନ ବନ୍ଦ କରାଯାଇଛି। ହେଲେ ମହାପ୍ରସାଦ ବନ୍ଦ କରାଯିବ ନାହିଁ ପୂର୍ବଭଳି ମାଆ ମାନେ ପାଇବେ। ଶ୍ରୀମନ୍ଦିର ଆସିନଥିଲେ ମଧ୍ୟ ଶିବିରରେ ରହି ପୂଜାର୍ଚ୍ଚନା କରିଥିଲେ ହବିଷ୍ଯାଳି। ବାତ୍ଯା ସତ୍ତ୍ୱେ ସରକାର ଯେତିକି ସୁବିଧା ଦେଉଛନ୍ତି ସେଥିରେ ସମସ୍ତେ ଖୁସି ଥିବା କହିଛନ୍ତି। ବାତ୍ଯାର ପ୍ରଭାବକୁ ନେଇ ଏବେବି ଚିନ୍ତାରେ ଉପକୂଳ ବାସୀ। ସ୍ଥଳଭାଗ ଛୁଇଁବା ବେଳେ କିଭଳି ରଚିବ ବାତ୍ଯା ଦାନା ତାହା ଉପରେ ରହିଛି ସମସ୍ତଙ୍କ ନଜର।