ଆଳୁ ପାଇଁ ନିଲମ୍ବିତ ହେଲେ ସବ ଇନସପେକ୍ଟର
Advertisement
Article Detail0/zeeodisha/odisha2378004

ଆଳୁ ପାଇଁ ନିଲମ୍ବିତ ହେଲେ ସବ ଇନସପେକ୍ଟର

ଏକ ମାମଲାର ତଦନ୍ତ କରିବା ସମୟରେ ରାମ କ୍ରିପାଲ ଜଣେ ଚାଷୀଙ୍କୁ ୫କିଲୋ ଆଳୁ ମାଗିଥିଲେ ।

ଆଳୁ ପାଇଁ ନିଲମ୍ବିତ ହେଲେ ସବ ଇନସପେକ୍ଟର

Bribe News: ବର୍ତ୍ତମାନ ରାଜ୍ୟରେ ଆଳୁ ସଂକଟ ଦେଖାଦେଇଛି । ଚଢା ଦରରେ ଆଳୁ କିଣି ଖାଇବା ଖାଉଟିଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଟ୍ରକ ନଆସିବା କାରଣରୁ ରାଜନୀତି ମଧ୍ୟ ଜୋର ଧରିଛି । ଓଡ଼ିଶା ସରକାର ବର୍ତ୍ତମାନ ଉତ୍ତରପ୍ରଦେଶରୁ ଆଳୁ ମଗାଇ ରାଜ୍ୟରେ ଆଳୁ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଆବଶ୍ୟକ ପଡିଲେ ପଞ୍ଜାବରୁ ଆଳୁ ଆସିବ ବୋଲି କୁହାଯାଇଛି । ରାଜ୍ୟର ବିରୋଧୀ ଦଳ ବର୍ତ୍ତମାନ ଆଳୁ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଆରମ୍ଭ କରିସାରିଛି । ଆଳୁ ଦର ନିୟନ୍ତ୍ରଣ ପାଇଁ ସରକାରୀ ସ୍ତରରେ ପ୍ରୟାସ ଆରମ୍ଭ ହୋଇଥିବା ସମୟରେ ବିଭିନ୍ନ ସ୍ଥାନରେ ବର୍ତ୍ତମାନ ରେଡ୍ ମଧ୍ୟ କରାଯାଉଛି । ନିର୍ଦ୍ଧାରିତ ଦରରେ ଖାଉଟିକୁ ଆଳୁ ବିକ୍ରି କରିବାକୁ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଅବଗତ କରାଯାଇଛି । ତେବେ ଏହାରି ମଧ୍ୟରେ ଏପରି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ । ଆଳୁ ପାଇଁ ଜଣେ ପୋଲିସ ସବଇନିସପେକ୍ଟର ନିଲମ୍ୱିତ ହୋଇଛନ୍ତି । ଘଟଣାଟି ଉତ୍ତର ପ୍ରଦେଶ କନୌଜର ହୋଇଥିବା ସମୟରେ ଏହି ଖବର ବର୍ତ୍ତମାନ ସମଗ୍ର ଦେଶରେ ଭାଇରାଲ୍ ହେବାରେ ଲାଗିଛି ।

ସୂଚନା ମୁତାବକ, ରାମ କ୍ରିପାଲ ସିଂହ ନାମକ ବ୍ୟକ୍ତି ସବ ଇନସପେକ୍ଟର ଭାବେ ପୋଲିସ୍ ବିଭାଗରେ କାର୍ଯ୍ୟ କରନ୍ତି । ସେ ସୌରିଖ ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ଭାୱାଲପୁର ଚାପୁନ୍ନା ଚୌକରେ ଡ୍ୟୁଟି କରୁଥିଲେ । ଏକ ମାମଲାର ତଦନ୍ତ କରିବା ସମୟରେ ରାମ କ୍ରିପାଲ ଜଣେ ଚାଷୀଙ୍କୁ ୫କିଲୋ ଆଳୁ ମାଗିଥିଲେ । କୁହାଯାଉଛି ଯେ, ଆଳୁକୁ ଏକ କୋଡ ୱାର୍ଡ ଭାବେ ବ୍ୟବହାର କରାଯାଇଥିଲା । ଆଳୁ ମାଗିବା ସମୟର ଏକ ଅଡିଓ ଭାଇରାଲ୍ ହେବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା । ଚାଷୀଙ୍କୁ ପୋଲିସ ସବ ଇନସପେକ୍ଟର ୫ କେଜି ଆଳୁ ମାଗିଥିବା ସମୟରେ ଚାଷୀ ଜଣକ ୨କେଜି ଆଳୁ ଦେବେ ବୋଲି କହୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଚାଷୀ ଜଣଙ୍କ ୩ କେଜି ଆଳୁ ଦେବେ ବୋଲି ସବଇନିସପେକ୍ଟରଙ୍କୁ କହିଥିଲେ । କନୌଜ ଏସ୍‌ପି ଅମିତ କୁମାର ଆନନ୍ଦ ମାମଲା ସମ୍ପର୍କରେ ଜାଣିବା ପରେ ଏହାକୁ ଗୁରୁତର ଭାବେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । କନୌଜର ସର୍କଲ ଅଫିସର କମଲେଶ କୁମାର ବର୍ତ୍ତମାନ ଉକ୍ତ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

 

ଅଭିଯୁକ୍ତ ପୋଲିସ ଅଫିସର ରାମ କ୍ରିପାଲଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରାଯାଇଛି ବୋଲି କନୌଜ ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଳୁକୁ କେଉଁ ଜିନିଷର କୋର୍ଡ ୱାର୍ଡ ଭାବେ ବ୍ୟବହାର କରାଯାଇ ଲାଞ୍ଚ ମଗାଯାଉଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳିନାହିଁ । ରାମ କ୍ରିପାଲ କେଉଁ ବ୍ୟକ୍ତିଙ୍କ ସହ କଥା ହୋଇ ଡିଲ୍ କରୁଥିଲେ ତାହା ଖୁବ ଶୀଘ୍ର ଜଣାପଡିବ ବୋଲି ଆଶା କରାଯାଉଛି ।ଂ

Also Read- Shani Dev: ଏହି ୪ ରାଶି ଉପରେ ସର୍ବଦା ରହିଥାଏ ଶନିଦେବଙ୍କ କୃପା

Also Read- ଅନନ୍ତନାଗରେ ଆତଙ୍କବାଦୀ ହମଲା, ୨ ସୁରକ୍ଷାକର୍ମୀ ଆହତ