Success Story: ବିଏସଏଫରେ ନିଯୁକ୍ତି ପାଇଲେ ସିକ୍ୟୁରିଟି ଗାର୍ଡଙ୍କ ଝିଅ, ଜାଣନ୍ତୁ ସଫଳତା ପଛର ସଂଘର୍ଷ
Advertisement
Article Detail0/zeeodisha/odisha1860492

Success Story: ବିଏସଏଫରେ ନିଯୁକ୍ତି ପାଇଲେ ସିକ୍ୟୁରିଟି ଗାର୍ଡଙ୍କ ଝିଅ, ଜାଣନ୍ତୁ ସଫଳତା ପଛର ସଂଘର୍ଷ

Success Story: ସୀମା ସୁରକ୍ଷା ବଳ ପାଇଁ ସିକ୍ୟୁରିଟି ଗାର୍ଡଙ୍କ ଝିଅ ପୁନମ କୁମାରୀଙ୍କୁ ଚୟନ କରାଯିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ସେ ତାଲିମ ପାଇଁ ପଶ୍ଚିମବଙ୍ଗର ସିଲିଗୁରି ଯିବେ ।

Success Story: ବିଏସଏଫରେ ନିଯୁକ୍ତି ପାଇଲେ ସିକ୍ୟୁରିଟି ଗାର୍ଡଙ୍କ ଝିଅ, ଜାଣନ୍ତୁ ସଫଳତା ପଛର ସଂଘର୍ଷ

Success Story: ଯେଉଁଠି ଦିନେ ନକ୍ସଲର ଭୟ ଥିଲା ସେଠାରେ ଆଜି ଝିଅମାନେ ସଫଳତା ଅର୍ଜନ କରୁଥିବାର ଚିତ୍ର ସାମ୍ନାକୁ ଆସୁଛି । ଆମେ କହୁଛୁ ଗୟା ଇମାମଗଞ୍ଜ ବ୍ଲକ ନକ୍ସଲ ପ୍ରଭାବିତ ଅଞ୍ଚଳ (Naxal affected areas) କଥା । ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ୫ଜଣ ଝିଅଙ୍କୁ ଭର୍ତ୍ତି ପାଇଁ ଚୟନ କରାଯାଇଛି। ଅନେକ ଅଭାବ ସତ୍ୱେ ଏଠାକାର ଝିଅମାନେ ନିଜର ନିଷ୍ଠା ଓ ପରିଶ୍ରମ (Determination and hard work) ଦ୍ୱାରା ସଫଳତା ହାସଲ କରିଛନ୍ତି । ଏହି କାରଣ ପାଇଁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । କେବଳ ଘର କାମ ନୁହେଁ ବରଂ ଭାରତ ମାତାର ସେବା ପାଇଁ ବର୍ତ୍ତମାନ ଏଠାକାର ଝିଅ ପ୍ରସ୍ତୁତ । ନିଯୁକ୍ତିପତ୍ର ପାଇଥିବା ୫ ଜଣ ଝିଅଙ୍କ ମଧ୍ୟରେ ରହିଛନ୍ତି ପୁନମ କୁମାରୀ ଯିଏ ଗୟା ମୁଖ୍ୟ ଡାକ୍ତରଖାନାଠାରୁ ପ୍ରାୟ ୭୫ କିମି ଦୂରରେ ଥିବା କୋଟି ତେଲୱାରୀ ଗାଁରେ ରୁହନ୍ତି ।

ସଫଳତା ପାଇବା ପାଇଁ କୌଣସୀ ଅଭାବ ବାଧା ଦେଇପାରେନାହିଁ ବୋଲି ଏଠାରେ ପ୍ରମାଣିତ ହୋଇଛି । କାରଣ ସୀମା ସୁରକ୍ଷା ବଳରେ କାର୍ଯ୍ୟ କରିବା ପାଇଁ ପୁନମ କୁମାରୀଙ୍କୁ ଚୟନ କରାଯାଇଛି। କିଛିଦିନ ମଧ୍ୟରେ ସେ ବିଏସଏଫ (BSF) ତାଲିମ ପାଇଁ ପଶ୍ଚିମବଙ୍ଗର ସିଲିଗୁରି କ୍ୟାମ୍ପ (siliguri bsf camp)କୁ ଯିବେ । ବିଏସ୍ଏଫରେ ନିଯୁକ୍ତି ପାଇବା ପୂର୍ବରୁ ଅନେକ ସଂଘର୍ଷମୟ ଥିଲା ପୁନମଙ୍କ ଯାତ୍ରା । କାରଣ ପ୍ରତ୍ୟକଦିନ ପୁନମ ନିଜ ସାଇକେଲ ମାଧ୍ୟମରେ ପ୍ରାୟ ୧୨ କିଲୋମିଟର ଯିବା ଆସିବା କରୁଥିଲେ । ସାଇକେଲରେ ଯିବାର କାରଣ ହେଉଛି ତାଙ୍କ ପରିବାରରେ ଆର୍ଥିକ ସମସ୍ୟା (Financial problems) ରହିଥିଲା । ବସ ଭଡା ଦେଇ ଯିବାପାଇଁ ଟଙ୍କା ନଥିଲା । ତେଣୁ ପୁନମ ପ୍ରତିଦିନ ସକାଳ ୯ଟା ସମୟରେ ସାଇକେଲ ମାଧ୍ୟମରେ ଘରୁ ୧୨ କିମି ଦୂରରେ ଥିବା ଇମାମଗଞ୍ଜ ସ୍ଥିତ କୋଚିଂ ସେଣ୍ଟର (Coaching Centre)କୁ ଯାଉଥିଲେ ।

ପ୍ରଥମେ ଲିଖିତ ପରୀକ୍ଷା (Written Examination)ରେ ଉତ୍ତୀର୍ଣ୍ଣ ହୋଇଥିଲେ ପୁନମ । ପରେ ସେ ଇମାମଗଞ୍ଜରେ ରହୁଥିବା ଅବସରପ୍ରାପ୍ତ ସେନାବାହିନୀର ଯବାନ (Retired Army jawan) ମନଜିତ୍ କୁମାର ସିଂଙ୍କ ଠାରୁ ଶାରୀରିକ ତାଲିମ (Physical training) ନେଉଥିଲେ । ପୁନମଙ୍କ ପିତା ରାଜେଶ ଦାସ ଚେନ୍ନାଇରେ ଜଣେ ସାଧାରଣ ସୁରକ୍ଷା କର୍ମୀ (security guard) ଭାବରେ କାର୍ଯ୍ୟ କରୁଛନ୍ତି । ପୁନମଙ୍କ  ମାଆ ଗାଁରେ ଘର କାମ କରିବା ସହିତ ଚାଷ କାର୍ଯ୍ୟ ମଧ୍ୟ କରିଥାନ୍ତି । ପୁନମଙ୍କ ମାମୁଁ ନିରଞ୍ଜନ କୁମାର ଲିଖିତ ପରୀକ୍ଷା ପୂର୍ବରୁ ତାଙ୍କୁ ସବୁ ପ୍ରକାରର ସହାୟତା କରିଥିଲେ ।

ବର୍ଡର ସିକ୍ୟୁରିଟି ଫୋର୍ସ (Border Security Force)ରେ ପୁନମ ଚୟନ ହେବା ପରେ ବାପା, ମାଆଙ୍କ ସହିତ ସମ୍ପର୍କୀୟମାନେ ଖୁବ ଖୁସି ହୋଇଛନ୍ତି । ପୁନମଙ୍କୁ ଅଭିନନ୍ଦନ (Good wishes) ଜଣାଇବା ପାଇଁ ଅନେକ ଭିଡ ମଧ୍ୟ ଲାଗିଛି । ପଞ୍ଚାୟତ ଅଫିସ ପକ୍ଷରୁ ମଧ୍ୟ ପୁନମକୁ ଶୁଭେଚ୍ଛା ଦିଆଯାଇଛି । ପୁନମଙ୍କ ଏହି ସଫଳତା ପରେ ଅନ୍ୟ ଝିଅମାନେ ମଧ୍ୟ ଅନେକ ପ୍ରେରଣା ପାଇ ଆଗକୁ ବଢିବେ ବୋଲି ମତ ପ୍ରକାଶ ପାଇଛି ।  ସ୍ଥାନୀୟ ଜଣେ ବ୍ୟକ୍ତି କହିଛନ୍ତି ଯେ, ପୁନମ ଆଜି ଯାହା କରି ଦେଖାଇଛନ୍ତି ତାହା ଆମ ପାଇଁ ଗର୍ବର ବିଷୟ । ତେଣୁ ପୁନମଙ୍କ ଏହି ସଫଳତା ଦେଖି ଅନ୍ୟ ଝିଅମାନେ ମଧ୍ୟ ସେନାବାହିନୀରେ ଯୋଗ ଦେବା ପାଇଁ ଆଗ୍ରହୀ ହେବେ । 

Also Read- ଶ୍ରମିକଙ୍କ ଆକାଉଣ୍ଟକୁ ଆସିଲା ୨ଶହ କୋଟି ଟଙ୍କା, ପୋଲିସକୁ ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ

Also Read- 'jawan' Review: ଜୱାନ ଦେଖିବା ପରେ ଏମିତି ଆସିଲା ପ୍ରତିକ୍ରିୟା