କଟକ ବାରବାଟୀ ଷ୍ଟାଡିଅମ ଟି ୨୦ କ୍ରିକେଟ ମ୍ୟାଚ ପାଇଁ , ନୋ ମାସ୍କ ନୋ ଏଣ୍ଟ୍ରି
Advertisement
Article Detail0/zeeodisha/odisha1215303

କଟକ ବାରବାଟୀ ଷ୍ଟାଡିଅମ ଟି ୨୦ କ୍ରିକେଟ ମ୍ୟାଚ ପାଇଁ , ନୋ ମାସ୍କ ନୋ ଏଣ୍ଟ୍ରି

T-20 Cricket At Barabati :- ବାରବାଟୀ ଷ୍ଟାଡିଅମ କ୍ରିକେଟ ମ୍ୟାଚ ଦେଖିବାକୁ ହେଲେ ମାସ୍କ ପିନ୍ଧିବାକୁ ପଡିବ, ନଚେତ ଆପଣଙ୍କୁ ଷ୍ଟାଡିଅମ ଭିତରକୁ ଯିବାକୁ ଅନୁମତି ଦିଆଯିବ ନାହିଁ l ଏଥିନେଇ କଟକ ମୁନିସିପାଲିଟି କର୍ପୋରେସନ (ସିଏମସି )କର୍ତ୍ତୃପକ୍ଷଙ୍କ ତରଫରୁ ନୋ ମାସ୍କ ନୋ ଏଣ୍ଟ୍ରିର ନିୟମ ଲାଗୁ କରିଥିବା କୁହାଯାଇଛି l ତେଣୁ  ବର୍ତ୍ତମାନ ପରିସ୍ଥିଥିରେ ଯେଉଁ ଭଳି ଭାବରେ କରୋନାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଯାହାକି ପ୍ରଶାସନ ପାଇଁ ଚିନ୍ତା କାରଣ ପାଲଟି ଯାଇଛି l 

 

କଟକ ବାରବାଟୀ ଷ୍ଟାଡିଅମ ଟି ୨୦ କ୍ରିକେଟ ମ୍ୟାଚ ପାଇଁ , ନୋ  ମାସ୍କ ନୋ ଏଣ୍ଟ୍ରି

କଟକ  ଟି ୨୦ ମ୍ୟାଚ ରବିବାର ପାଇଁ ପ୍ରଶାସନ ଲାଗାଇଲା କଟକଣା l ସୂଚନା ମୁତାବାକ ରାଜ୍ୟରେ କରୋନା ସଂଖ୍ୟା ବୃଦ୍ଧି ଯୋଗୁଁ  କଟକ ମୁନିସିପାଲିଟି କର୍ପୋରେସନ ବାରବାଟୀ ଟି 20 ମ୍ୟାଚ ପାଇଁ ନୋ ମାସ୍କ ନୋ ଏଣ୍ଟ୍ରିର ନିୟମ ଲାଗୁ କାଲା l ଆଗକୁ କରୋନାର ସ୍କଂକ୍ରମଣ  ଦେଖି ଏହିଭଳି ନିଷ୍ପତି ନିଆଯାଇଥିବା କଥା କଟକ ମୁନିସିପାଲିଟି କମିଶନର ଅନନ୍ୟା ଦାସ କହିଥିବା ସୂଚନା ମିଳିଛି l ବର୍ତ୍ତମାନ ପରିସ୍ଥଥିରେ ଦେଶରେ ମହାରାଷ୍ଟ୍ର ଭଳି ରାଜ୍ୟରେ କରୋନା କାୟା ବିସ୍ତାର କରିବାରେ ଲାଗିଛି l ଯେତେବେଳେ ବାରବାଟୀ ଷ୍ଟାଡିଅମରେ ପାଚାଶ  ହଜାର ରୁ ଉର୍ଦ୍ଧ ଲୋକାଙ୍କର ସମାଗମ ହେବ, ଏହି ଭଳି ସ୍ତିତିରେ କରୋନା ସଂକ୍ରମଣ ବଢିବାର ସମ୍ଭାବନା ଯଥେଷ୍ଟ ଆଧିକ ରହିଛି  lସୁତରାଂ ଏହି ସ୍ତିତିରେ କରୋନା ସଂକ୍ରମଣକୁ ସମ୍ପୂର୍ଣ ରୂପେ ରୋକି ନହେଲେ ମଧ୍ୟ, କିଛି ମାତ୍ରାରେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇ ପାରିବ l  ତେଣୁ ପ୍ରସାଶନର ଏହି ଭଳି ପଦକ୍ଷେପ ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ ବୋଲି ବିଶେଷଣଜ୍ଞ ମାନେ ମତ ବ୍ୟକ୍ତ କରିଛନ୍ତି l 

ଅନ୍ୟପକ୍ଷରେ ରାଜ୍ୟରେ କରୋନାର ଗ୍ରାଫ ଉପର ମୁହାଁ ହୋଇଥିବା ଓ ଆଗକୁ ଏହା ରୂପ କିପରି ହେବ ଏହା ଉପରେ କଡା ନଜର ରଖାଯାଇଥିବା କଥା ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି l ତେଣୁ ଜନଗହଳି ପୁର୍ଣ ଜାଗାରେ ଲୋକ ମାନେ ମାସ୍କ ପିନ୍ଧିବା ଅଭ୍ୟାସ ପୁଣି ଥରେ ଆରମ୍ଭ କରିବା ନିହାତି ଆବଶ୍ୟକ ବୋଲି କୁହାଯାଇଛି l ରାଜ୍ୟରେ ଆଗକୁ ପର୍ବ ପର୍ବାଣି ଆସୁଥିବାରୁ ଏଥି ନିମନ୍ତେ ସମସ୍ତେ ସଜାଗ ରହିବାକୁ ମଧ୍ୟ କୁହା ଯାଇଛି l 

ଯଦି ଆମେ ରାଜ୍ୟରେ କରୋନା ସଂକ୍ରମଣର ଶୁକ୍ରବାର ତଥ୍ୟ କଥା କହିବା, ଜଣାପଡୁଛି ଯେ ବୁଧବାର ଯେଉଁ ସଂଖ୍ୟା ଥିଲା ତାହା ଗୁରୁବାରକୁ ଦ୍ଵିଗୁଣ ବଢିଯାଇଛି l ସେହିପରି ପଡିଆଟି କଟକ ମୁନିସୀପାଲିଟିର ୯୍ ନଂବର ୱାର୍ଡ ରେ ଥିବାରୁ , ଅନୁଷ୍ଠାନର ରହୁଥିବା 50 ଜଣ ଅନ୍ତେବାସୀଙ୍କ ମଧ୍ୟରୁ ଜଣଙ୍କ ଠାରେ ଲକ୍ଷଣ ପରିଲକ୍ଷିତ ହେବା ପରେ ସିଏମସି ପକ୍ଷରୁ ଆଣ୍ଟଜେଣ୍ଟ ଟେଷ୍ଟ କରାଯାଇଥିଲା  l ଯେଉଁଥିରେ ଜଣଙ୍କର କରୋନା ପଜେଟିବ ବାହାରିଥିଲା l ଯାହାକୁ ନେଇ ପ୍ରଶାସନ ଏହି ଭଳି ନିଷ୍ପତି ନେଇଥିବା ଜଣାପଡିଛି l