Chandrayaan-3 Mission: ଚନ୍ଦ୍ରରେ ପହଞ୍ଚିଲା ଭାରତ, କିପରି ପାଳିବ ଇଦ୍?
Advertisement
Article Detail0/zeeodisha/odisha1877260

Chandrayaan-3 Mission: ଚନ୍ଦ୍ରରେ ପହଞ୍ଚିଲା ଭାରତ, କିପରି ପାଳିବ ଇଦ୍?

Taliban vs Pakistan: ଭାରତ ଚନ୍ଦ୍ର ପୃଷ୍ଠରେ ପହଞ୍ଚିସାରିଛି। ଯେତେବେଳେ ରମଜାନ ଆସିବ ଏବଂ ଯଦି ଭାରତ ଚନ୍ଦ୍ରକୁ ଘୋଡେଇ ଦେବ, ତାହାଲେ କିପରି ଇଦ୍ ପାଳନ କରିବ? 

 

Chandrayaan-3 Mission: ଚନ୍ଦ୍ରରେ ପହଞ୍ଚିଲା ଭାରତ, କିପରି ପାଳିବ ଇଦ୍?

Taliban General Mobeen: ଆଜିକାଲି ସୀମା ବିବାଦକୁ ନେଇ ମୁହାଁମୁହିଁ ଗୋଇଛନ୍ତି ତାଲିବାନ-ପାକିସ୍ତାନ। କିଛି ଦିନ ପୂର୍ବେ ଉଭୟ ଦେଶର ସେନାବାହିନୀ ମଧ୍ୟରେ ତୋର୍ଖମ ସୀମାରେ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ହୋଇଥିଲା ଗୁଳି ବିନିମୟ। ଏହି ଗୁଳି ବିନିମୟ ପରେ ସୀମା କିଛି ଦିନ ପାଇଁ ବନ୍ଦ ରହିଥିଲା। ବର୍ତ୍ତମାନ ତାଲିବାନ ଚାପରେ ପାକିସ୍ତାନ ପୁଣି ଥରେ ତୋର୍ଖମ ସୀମା ଖୋଲିଛି। ଅନ୍ୟପକ୍ଷରେ ତାଲିବାନ ଚୀନ୍ ସହ ସମ୍ପର୍କକୁ ମଜବୁତ କରିଛି। ଚୀନ ସରକାର ଆଫଗାନିସ୍ତାନ ଠାରେ କୋଟି କୋଟି ଟଙ୍କା ନିବେଶ କରିବାକୁ ଯୋଜନା କରିଛନ୍ତି। ଏହି ସମୟରେ ତାଲିବାନ ଜେନେରାଲ ମୋବିନ ଭାରତ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଚନ୍ଦ୍ରାୟନ-୩ ଅଭିଯାନକୁ ନେଇ ପାକିସ୍ତାନକୁ କଟାକ୍ଷ କରିଛନ୍ତି।

ଏକ ଟିଭି ଶୋ କାର୍ଯ୍ୟକ୍ରମରେ ଆଲୋଚନା ବେଳେ ତାଲିବାନ ଜେନେରାଲ୍ ମୋବିନ୍ (Taliban General Mobeen) ପାକିସ୍ତାନକୁ କଟାକ୍ଷ (Taliban General Criticized Pakistan in TV Show) କରିଥିଲେ। ଏନେଇ ତାଲିବାନ ଜେନେରାଲ (Taliban General) କହିଛନ୍ତି ଯେ ଭାରତ ଚନ୍ଦ୍ର ପୃଷ୍ଠରେ (India Landed on Moon) ପହଞ୍ଚିସାରିଛି। ଯେତେବେଳେ ରମଜାନ (Ramadan) ଆସିବ ଏବଂ ଯଦି ଭାରତ ଚନ୍ଦ୍ରକୁ ଘୋଡେଇ ଦେବ, ତାହାଲେ ସେମାନେ କିପରି ଇଦ୍ (Eid) ପାଳନ କରିବେ? ଏହା ପୂର୍ବରୁ ତାଲିବାନ ଜେନେରାଲ ପାକିସ୍ତାନୀ ସେନାକୁ ପରିହାସ କରିଥିଲେ (Taliban General on Pakistani Army)। ଯାହାର ଭିଡିଓ (Taliban General Mobeen Viral Video) ମଧ୍ୟ ଭାଇରାଲ ହୋଇଥିଲା। ଯେଉଁଥିରେ ଜେନରାଲ ମୋବିନ୍ କହିଥିଲେ ଯେ ପାକିସ୍ତାନୀ ସେନା ୧୦୦୦-୨୦୦୦ ତେହେରିକ-ଇ-ତାଲିବାନ-ପାକିସ୍ତାନ ଆତଙ୍କବାଦୀଙ୍କ ସହ ଲଢିବାକୁ (Pakistan Army TTP Terrorist Clash) ସକ୍ଷମ ନୁହେଁ। ତାହେଲେ ସେମାନେ କିପରି ଗରିଲା ସେନା ସହିତ ସଜ୍ଜିତ ଆଫଗାନିସ୍ତାନ (Afghan Guerrilla Army) ସହିତ ଲଢିବେ?

ପାକିସ୍ତାନ ପାଖରେ ନାହିଁ କୌଣସି ପରମାଣୁ ବୋମା: ଜେନାରାଲ ମୋବିନ୍
ତାଲିବାନ ଜେନେରାଲ ମୋବିନ କହିଛନ୍ତି ଯେ ଯଦି ପାକିସ୍ତାନୀ ସେନା ତାଲିବାନ ସହ ଲଢିବାକୁ ଚାହୁଁଛି, ତାହେଲେ ସେମାନଙ୍କୁ ଯୁଦ୍ଧ (Taliban Pakistan War) କରିବାକୁ ଦିଆଯାଉ। ପାକିସ୍ତାନ ପାଖରେ କୌଣସି ଆଣବିକ ବୋମା (Nuclear Bomb in Pakistan) ନଥିବା ଦାବି କରିଛନ୍ତି ତାଲିବାନ ଜେନେରାଲ। ଏହା ପୂର୍ବରୁ ତାଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା। ​​ଯେଉଁଥିରେ ସେ ପାକିସ୍ତାନର ଦୋହଲି ଯାଇଥିବା ଅର୍ଥନୀତିକୁ (Taliban on Pakistan Economy) ନେଇ ଟାର୍ଗେଟ କରିଥିଲେ। ଏନେଇ ଜେନେରାଲ ମୋବିନ୍ କହିଥିଲେ ଯେ ଆଫଗାନିସ୍ତାନକୁ ପାକିସ୍ତାନ ଦିଆଗଲେ ମଧ୍ୟ ତାଲିବାନ ଏହାକୁ ଗ୍ରହଣ କରିବ ନାହିଁ।

ଅନାସ୍ ହକାନୀଙ୍କ ନିକଟତର ହେଉଛନ୍ତି ଜେନେରାଲ୍ ମୋବିନ୍ 
ଜେନେରାଲ ମୋବିନ ଜେନେରାଲ ମୋବିନ୍ ଜଣେ ତାଲିବାନ ସେନା କମାଣ୍ଡର। ସେ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରତିଷ୍ଠିତ ଏବଂ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ତଥା ହାକ୍କାନି ନେଟୱାର୍କ ମୁଖ୍ୟ ଅନାସ ହାକାନୀଙ୍କ ନିକଟତର ବୋଲି ବିବେଚନା କରାଯାଏ। ଜେନେରାଲ ମୋବିନ କିଛି ସମୟ ପାଇଁ କାବୁଲ ସୁରକ୍ଷା ଦାୟୀତ୍ୱରେ ରହିଥିଲେ। ହକ୍କାନି ନେଟୱାର୍କ ପୂର୍ବରୁ ପାକିସ୍ତାନ ଗୁପ୍ତଚର ଏଜେନ୍ସି ଆଇଏସଆଇ ଦ୍ୱାରା ତାଙ୍କୁ ସମର୍ଥନ ଦିଆଯାଇଥିଲା। ହେଲେ ବର୍ତ୍ତମାନ ଜେନେରାଲ୍ ମୋବିନ୍ ପାକିସ୍ତାନ ବିରୋଧରେ ସ୍ୱର ଉଠାଇବାରେ ଲାଗିଛନ୍ତି।