Jakhapura Jaroli Railway Line Doubling Project: ଟାଙ୍ଗିରିଆପାଳ-ଟମକା ଦୋହରୀକରଣ କାର୍ଯ୍ୟକ୍ଷମ। ରେଳ ନିରାପତ୍ତା ଆୟୁକ୍ତ ଗତକାଲି ଦୋହରୀକରଣ ସେକ୍ସନ ନୀରିକ୍ଷଣ କରିଥିଲେ। ମୋଟ 180 କିମି ମଧ୍ୟରୁ ୧୬୫.୫ କିମି ସମ୍ପୂର୍ଣ୍ଣ ହୋଇସାରିବା ପରେ କାର୍ଯ୍ୟକ୍ଷମ ହୋଇଛି।
Trending Photos
Tangiriapal Tamaka Railway Line has been Operationalized: ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ଜଟିଳ ଯଖପୁରା-ଜାରୋଲି ଦୋହରୀକରଣ ପ୍ରକଳ୍ପର ଟାଙ୍ଗିରିଆପାଳ-ଟମକା ରେଳ ଷ୍ଟେସନ୍ ମଧ୍ୟରେ ୧୦.୫୦୬ କିଲୋମିଟର ଦୈର୍ଘ୍ୟ ରେଳ ଲାଇନ ନିର୍ମାଣ ସମ୍ପୂର୍ଣ୍ଣ ପରେ ଏହାକୁ କାର୍ଯ୍ୟକ୍ଷମ କରାଯାଇଛି।
ଗତକାଲି କୋଲକାତା ସ୍ଥିତ ଦକ୍ଷିଣ ପୂର୍ବ ସର୍କଲ ରେଳ ନିରାପତ୍ତା ଆୟୁକ୍ତ (Commissioners of Railway Safety) ଏହି ରେଳ ସେକ୍ସନ ଠାରେ ନୀରିକ୍ଷଣ କରିଥିଲେ। ନୀରିକ୍ଷଣ ସମୟରେ ସମସ୍ତ ନିରାପତ୍ତା ଦିଗକୁ ପୂଙ୍ଖାନୁପୂଙ୍ଖ ଭାବେ ଯାଞ୍ଚ କରାଯାଇଥିଲା। ଟ୍ରେନ୍ ଯାତାୟାତର ସମ୍ଭାବ୍ୟତା ମାପିବା ପାଇଁ ଏକ ସ୍ପିଡ୍ ଟ୍ରାଏଲ୍ ମଧ୍ୟ କରାଯାଇଥିଲା। ପୂର୍ବତଟ ରେଳବାଇ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ଯଖପୁରା-ଜାରୋଲି ଦୋହରୀକରଣ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରିରହିଛି। ଏହି ପ୍ରକଳ୍ପ ପାଇଁ ୯୯ ପ୍ରତିଶତରୁ ଅଧିକ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇସାରିଛି।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଓଡ଼ିଶାରେ ନିର୍ମାଣାଧିନ ପ୍ରକଳ୍ପ କାର୍ଯ୍ୟର ନିରନ୍ତର ସମୀକ୍ଷା କାରଣରୁ ଏହା ସମ୍ଭବ ହୋଇପାରିଛି। ଓଡ଼ିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ରେଳମନ୍ତ୍ରୀ ସ୍ଥାନୀୟ ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି। ଯଖପୁରା-ଜାରୋଲି ଦୋହରୀକରଣ କାର୍ଯ୍ୟ ସ୍ଥାନୀୟ ଅଞ୍ଚଳର ଅର୍ଥନୀତିକୁ ସମୃଦ୍ଧ କରିବ। ଓଡିଶାର ଲୁହାପଥର ଖଣି ଅଞ୍ଚଳ ଦେଇ ଉଭୟ ହାଓଡ଼ା-ଚେନ୍ନାଇ ଏବଂ ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳପଥ ମଧ୍ୟରେ ସହଜ ରେଳ ସଂଯୋଗ ସହିତ ଅସୁବିଧାଜନକ ଟ୍ରେନ୍ ଚଳାଚଳ ପ୍ରତିବନ୍ଧକକୁ ଏଡାଇ ଦିଆଯାଇ ପାରିବ।
Commissioner Railway Safety (CRS) inspecting the newly constructed doubling line of Tangiriapal-Tomka Railway Section, a stretch of 10.506 Kms of Jakhapura-Jaroli Doubling Project.
Speed Trial being conducted.#NayiPatriNayiRaftaar #ECoRupdate@RailMinIndia @ManojSh37875919 pic.twitter.com/lDd59c7pCN
— East Coast Railway (@EastCoastRail) November 9, 2023
ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ମନୋଜ ଶର୍ମା ରେଳପଥ ଅଧିନରେ ଚାଲୁରହିଥିବା ବିଭିନ୍ନ ପ୍ରକଳ୍ପର ଶୀଘ୍ର ସମାପ୍ତି ଉପରେ ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସମେତ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରେଳବାଇ ମହାପ୍ରବନ୍ଧକ ମନୋଜ ଶର୍ମା।