PAN-Aadhaar Link: ପ୍ୟାନ୍-ଆଧାର ସଂଯୋଗ କରିନଥିବା ବ୍ୟକ୍ତିଙ୍କ ପାଇଁ ବଢିଲା ଅସୁବିଧା; ୨୦% ବଢିଲା ଟିଡ଼ିଏସ
Advertisement
Article Detail0/zeeodisha/odisha1999117

PAN-Aadhaar Link: ପ୍ୟାନ୍-ଆଧାର ସଂଯୋଗ କରିନଥିବା ବ୍ୟକ୍ତିଙ୍କ ପାଇଁ ବଢିଲା ଅସୁବିଧା; ୨୦% ବଢିଲା ଟିଡ଼ିଏସ

PAN-Aadhaar Link Latest News: ଯେଉଁ ବ୍ୟକ୍ତି ଆଧାର କାର୍ଡ-ପ୍ୟାନ୍ କାର୍ଡ ସଂଯୋଗ କରିନାହାଁନ୍ତି ସେମାନଙ୍କୁ ସମ୍ପତ୍ତି କ୍ରୟ-ବିକ୍ରୟ ଉପରେ ଅଧିକ ଟିଡିଏସ ଦେବାକୁ ହେବ।

 PAN-Aadhaar Link: ପ୍ୟାନ୍-ଆଧାର ସଂଯୋଗ କରିନଥିବା ବ୍ୟକ୍ତିଙ୍କ ପାଇଁ ବଢିଲା ଅସୁବିଧା; ୨୦% ବଢିଲା ଟିଡ଼ିଏସ

PAN-Aadhaar Link Latest Update: ଯଦି ଆପଣ ସମ୍ପତ୍ତି କିଣିବାକୁ ଯୋଜନା କରୁଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ସମ୍ପତ୍ତି ପଞ୍ଜୀକରଣ କରିବା ପୂର୍ବରୁ ଆପଣ ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଆଧାର କାର୍ଡ-ପ୍ୟାନ୍ କାର୍ଡ ଲିଙ୍କ୍ ହୋଇଛି। ଏହା ବ୍ୟତୀତ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ଯେଉଁ ବ୍ୟକ୍ତିଙ୍କ ଠାରୁ ସମ୍ପତ୍ତି କିଣୁଛନ୍ତି ତାଙ୍କର ମଧ୍ୟ ଆଧାର କାର୍ଡ-ପ୍ୟାନ୍ କାର୍ଡ ଲିଙ୍କ୍ ହୋଇଥିବା ଆବଶ୍ୟକ। ଯଦି ପ୍ୟାନ୍-ଆଧାର ସଂଯୋଗ ହୋଇନଥାଏ, ତାହେଲେ ଆପଣଙ୍କୁ ୧% ପ୍ରତିଶତ ବଦଳରେ ସମ୍ପତ୍ତି ଉପରେ ୨୦% ଟିଡିଏସ ଦେବାକୁ ହେବ।

୫୦ ଲକ୍ଷ କିମ୍ବା ଏହା ଠାରୁ ଅଧିକ ମୂଲ୍ୟର ସମ୍ପତ୍ତି ଉପରେ ନିୟମ
ଆୟକର ଅଧିନିୟମ ଅନୁଯାୟୀ ୫୦ ଲକ୍ଷ ଟଙ୍କା କିମ୍ବା ଏହା ଠାରୁ ଅଧିକ ମୂଲ୍ୟର କୌଣସି ସମ୍ପତ୍ତି କ୍ରେତାଙ୍କୁ କେନ୍ଦ୍ର ସରକାରଙ୍କୁ ୧% ଟିଡିଏସ ଏବଂ ବିକ୍ରେତାଙ୍କୁ ମୋଟ ମୂଲ୍ୟର ୯୯ ପ୍ରତିଶତ ଦେବାକୁ ହେବ। ଆଧାର-ପ୍ୟାନ୍ ସଂଯୋଗ କରିବାର ସମୟ ସୀମା ଶେଷ ହେବାର ପ୍ରାୟ ୬ ମାସ ପରେ ଆୟକର ବିଭାଗ ୫୦ ଲକ୍ଷରୁ ଅଧିକ ମୂଲ୍ୟର ସମ୍ପତ୍ତି କ୍ରୟ କରୁଥିବା କ୍ରେତାଙ୍କୁ ନୋଟିସ୍ ପଠାଇବା ଆରମ୍ଭ କରିଛି। ଏନେଇ ଜାରି ହୋଇଥିବା ବିଜ୍ଞପ୍ତିରେ ସେମାନଙ୍କୁ କୁହାଯାଇଛିୀ  ସମ୍ପତ୍ତି କ୍ରୟ ଉପରେ ୨୦% ଟିଡ଼ିଏସ ଦେବାକୁ ହେବ।

ସମ୍ପତ୍ତି କ୍ରେତାଙ୍କ ବିକ୍ରେତାଙ୍କୁ ମିଳିଲାଣି ନୋଟିସ 
ମିଡିଆ ରିପୋର୍ଟ ଅନୁଯାୟୀ ଶହ ଶହ ସମ୍ପତ୍ତି କ୍ରେତା ଏଭଳି ନୋଟିସ ଗ୍ରହଣ କରିଛନ୍ତି। ସମ୍ପତ୍ତି ବିକ୍ରେତା ସେମାନଙ୍କ ପ୍ୟାନ୍ କାର୍ଡ଼ ଆଧାର କାର୍ଡ ସହିତ ସଂଯୋଗ କରିନାହାଁନ୍ତି। ଅଧିକାଂଶ କ୍ଷେତ୍ରରେ ସମ୍ପତ୍ତି ବିକ୍ରେତାଙ୍କ ପ୍ୟାନ୍ କାର୍ଡ କାର୍ଯ୍ୟକ୍ଷମ ହୋଇନଥିଲା। କାରଣ ସେମାନଙ୍କ ପ୍ୟାନ କାର୍ଡ଼ ଆଧାର କାର୍ଡ ସହ ଲିଙ୍କ୍ ହୋଇନଥିଲା। ଏଭଳି ପରିସ୍ଥିତିରେ ଯେଉଁ କ୍ରେତାଙ୍କ ପ୍ୟାନ୍ କାର୍ଡ କାର୍ଯ୍ୟକ୍ଷମ ନୁହେଁ ସେମାନେ ୫୦ ଲକ୍ଷରୁ ଅଧିକ ମୂଲ୍ୟର ସମ୍ପତ୍ତି କ୍ରୟ ଉପରେ ବକେୟା ଟିଡ଼ିଏସ ଦେବାକୁ କିଛି ମାସ ପରେ ନୋଟିସ୍ ଗ୍ରହଣ କରୁଛନ୍ତି।

କ'ଣ ରହିଛି ପୁରା ମାମଲା 
ଆୟକର ଅଧିନିୟମ ଧାରା ୧୩୯ ଏ ଏ ଅନୁଯାୟୀ ଆଧାର କାର୍ଡ ଆୟକର ଦାଖଲ ସହ ସଂଯୋଗ ହେବା ଆବଶ୍ୟକ। ହେଲେ ଆୟକର ବିଭାଗ ଏପରି ଅନେକ ମାମଲା ପାଇଛି ଯେଉଁଠାରେ ପ୍ୟାନ୍ କାର୍ଡ଼-ଆଧାର କାର୍ଡ଼ ଲିଙ୍କ୍ ହୋଇନାହିଁ। ଏହି କ୍ରେତାଙ୍କୁ ଆୟକର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆଧାର ଏବଂ ପ୍ୟାନ୍ କାର୍ଡ ସଂଯୋଗ କରିବାର ଶେଷ ତାରିଖ ଥିଲା ୩୧ ମାର୍ଚ୍ଚ ୨୦୨୨। ଏହି ତାରିଖ ପର୍ଯ୍ୟନ୍ତ ପ୍ୟାନ୍ ଏବଂ ଆଧାର କାର୍ଡ଼ ମାଗଣାରେ ସଂଯୋଗ କରାଯାଇ ପାରୁଥିଲା। ହେଲେ ବର୍ତ୍ତମାନ ଅଧିକ ଟିଡ଼ିଏସ ନିଆଯାଇପାରେ ଯେଉଁମାନେ ପାନ୍ କାର୍ଡ-ଆଧାର କାର୍ଡ ଲିଙ୍କ୍ କରିନାହାଁନ୍ତି। ଯଦି ଆପଣ ବର୍ତ୍ତମାନ ଆଧାର କାର୍ଡ଼-ପ୍ୟାନ କାର୍ଡ଼ ସଂଯୋଗ କରିବାକୁ ଚାହାଁନ୍ତି ତାହେଲେ ଆପଣଙ୍କୁ ୧୦୦୦ ଟଙ୍କା ବିଳମ୍ବ ଶୁଳ୍କ ଦେବାକୁ ହେବ।