Uttar Pradesh: ନମ୍ବର ପ୍ଲେଟ ଜାଗାରେ ଲେଖିଥିଲେ ଠାକୁର, ଗାଡି ଜବତ କରି ପୋଲିସ କାଟିଦେଲା ମୋଟା ଅଙ୍କର ଚାଲାଣ
Advertisement
Article Detail0/zeeodisha/odisha1534509

Uttar Pradesh: ନମ୍ବର ପ୍ଲେଟ ଜାଗାରେ ଲେଖିଥିଲେ ଠାକୁର, ଗାଡି ଜବତ କରି ପୋଲିସ କାଟିଦେଲା ମୋଟା ଅଙ୍କର ଚାଲାଣ

Uttar Pradesh News: ଗୋଟିଏ ଫର୍ଚୁନର ମାଲିକଙ୍କୁ ଗାଡ଼ି ନମ୍ବର ପ୍ଲେଟ ସହ ଶୋ-ଅଫ୍ କରିବା ମହଙ୍ଗା ପଡିଛି। ପୋଲିସ କେବଳ ସେହି ଫର୍ଚୁନର ଜବତ କରିନାହିଁ ବରଂ ୨୮,୫୦୦ ଟଙ୍କାର ଚାଲାଣ ମଧ୍ୟ କାଟିଦେଇଛି। ଉତ୍ତର ପ୍ରଦେଶ ବାରାଣାସୀ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ମାମଲା। 

Uttar Pradesh: ନମ୍ବର ପ୍ଲେଟ ଜାଗାରେ ଲେଖିଥିଲେ ଠାକୁର, ଗାଡି ଜବତ କରି ପୋଲିସ କାଟିଦେଲା ମୋଟା ଅଙ୍କର ଚାଲାଣ

Uttar Pradesh Police: ନମ୍ବର ପ୍ଲେଟ ଜାଗାରେ ଲେଖି ଦେଇଥିଲେ ଠାକୁର। ଆଉ ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାଟି ଦେଇଥିଲା ୨୮ ହଜାର ୫୦୦ ଟଙ୍କା ମୂଲ୍ୟର   
ଚାଲାଣ। ଗୋଟିଏ ଫର୍ଚୁନର ମାଲିକଙ୍କୁ ଗାଡ଼ି ନମ୍ବର ପ୍ଲେଟ ସହ ଶୋ-ଅଫ୍ କରିବା ମହଙ୍ଗା ପଡିଛି। ପୋଲିସ କେବଳ ସେହି ଫର୍ଚୁନର ଜବତ କରିନାହିଁ ବରଂ ୨୮,୫୦୦ ଟଙ୍କାର ଚାଲାଣ ମଧ୍ୟ କାଟିଦେଇଛି। 

ଉତ୍ତର ପ୍ରଦେଶ (Utar Pradesh) ବାରାଣାସୀ ଜିଲ୍ଲାରେ (Varanashi District) ଦେଖିବାକୁ ମିଳିଛି ଏଭଳି ମାମଲା। ଜିଲ୍ଲାର ଅର୍ଦଳି ବଜାର (Varanasi Ardali Bazar) ଠାରେ ରହିଛି ଏକ ପୋଲିସ୍ ପୋଷ୍ଟ। ଯେଉଁଠି ନମ୍ବର ପ୍ଲେଟ୍ ଜାଗାରେ 'ଠାକୁର' (Thakur) ଲେଖିବା କାରଣରୁ ପୋଲିସ ଏକ କଳା ରଙ୍ଗର ଫର୍ଚୁନର କାର୍ (Black Fortuner) ମଧ୍ୟ ଜବତ କରିଛି। କାର ମାଲିକ ଗାଡିର ନମ୍ବର ପ୍ଲେଟ ଜାଗାରେ ନମ୍ବର ଲେଖିବା ବଦଳରେ 'ଠାକୁର' ଲେଖି ଦେଇଥିଲେ ଏବଂ ଗାଡ଼ିର କାଚରେ ବ୍ଲାକ ଫିଲ୍ମ ମଧ୍ୟ ଲାଗିଥିଲା।

ୱାନ ଇଣ୍ଡିଆ ରିପୋର୍ଟ ଅନୁସାରେ ମଙ୍ଗଳବାର ରାତିରେ ବାରାଣାସୀ ଜିଲ୍ଲାର କ୍ୟାଣ୍ଟ ଥାନା (Varanasi Cantt Police Station) ଅନ୍ତର୍ଗତ ଅର୍ଦଳି ବଜାର ପୋଲିସ ପୋଷ୍ଟ ସାମ୍ନାରେ ଏକ କଳା ରଙ୍ଗର ଫର୍ଚୁନର କାର ପାର୍କିଂ ହୋଇଥିଲା। ଏହି ଗାଡ଼ିର ନମ୍ବର ପ୍ଲେଟ ଜାଗାରେ ଗାଡ଼ି ନମ୍ବର ଲେଖାଯିବା ବଦଳରେ 'ଠାକୁର' ଲେଖା ଯାଇଥିଲା। ଯାହାକୁ ଦେଖିବା ପରେ ଜଣେ ବ୍ୟକ୍ତି ଏହାର ଭିଡିଓ ଏବଂ ଫଟୋ ଉଠାଇ ଏହାକୁ ସୋସିଆଲ 
ମିଡିଆ ଜରିଆରେ ଭାଇରାଲ କରି ଦେଇଥିଲା। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଏହି ଫର୍ଚୁନର କାର ଜବତ କରିବା ସହ ପୋଲିସ ଏହାର ଚାଲାଣ ମଧ୍ୟ କାଟି ଦେଇଥିଲା।

ବାରାଣାସୀ ଟ୍ରାଫିକ ପୋଲିସ (Varanasi Traffic Police) ପକ୍ଷରୁ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଫର୍ଚ୍ୟୁନର୍ ଉପରେ ପୋଲିସ୍ ମୋନୋଗ୍ରାମ୍ (Police Monogram) ମଧ୍ୟ ଲଗାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ମାଲିକଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲା। ହେଲେ ଗାଡ଼ି ମାଲିକ ନ ଆସିବା ପରେ, ଫର୍ଚୁନର ଚେଚିସ ନମ୍ବର ଆଧାରରେ ୨୮,୫୦୦ ଟଙ୍କାର ଚାଲାଣ ମଧ୍ୟ କାଟି ଗାଡିକୁ ଜବତ କରି ଦେଇଥିଲା ପୋଲିସ। 

ଏହି ପ୍ରସଙ୍ଗରେ ବାରାଣାସୀ ଅତିରିକ୍ତ ଡିସିପି ଟ୍ରାଫିକ (Varanasi Additional DCP Traffic) ପକ୍ଷରୁ ଏକ ଟ୍ୱିଟ କରାଯାଇଥିଲା। ଯେଉଁଥିରେ ଲେଖା ଅଛି ଯେ, "ରଙ୍ଗବାଜୀ କା ଜବାବ କାନନ ସେ କାଶୀ ବାଦଲେଗା ବସ ସାଥ ଆପ ସାବ କା ଚାହିଏ। " ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ଲୋକ ଏହାକୁ ବହୁତ ପ୍ରଶଂସା କରିଛନ୍ତି।