AI Operated Robot: AI ପାଖରୁ ବିଶ୍ୱ ପାଇଁ ନାହିଁ କୌଣସି ବିପଦ, ମଣିଷ-ରୋବଟ୍ ମିଳିତ ଭାବରେ ସୃଷ୍ଟି କରିବେ ସୁରକ୍ଷିତ ଭବିଷ୍ୟତ
Advertisement
Article Detail0/zeeodisha/odisha1773995

AI Operated Robot: AI ପାଖରୁ ବିଶ୍ୱ ପାଇଁ ନାହିଁ କୌଣସି ବିପଦ, ମଣିଷ-ରୋବଟ୍ ମିଳିତ ଭାବରେ ସୃଷ୍ଟି କରିବେ ସୁରକ୍ଷିତ ଭବିଷ୍ୟତ

Artificial Intelligence Technology: ଆଜିର  ଆଧୁନିକ ବିଜ୍ଞାନ ଯୁଗରେ କୃତ୍ରିମ ବୁଦ୍ଧିମତା ଜ୍ଞାନକୌଶଳର ବ୍ୟବହାର ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଭିନ୍ନ କ୍ଷେତ୍ରରେ ଏହାର ବ୍ୟବହାରକୁ ନେଇ ଅନେକ ପ୍ରଶ୍ନ ଉଠିଛି।

AI Operated Robot: AI ପାଖରୁ ବିଶ୍ୱ ପାଇଁ ନାହିଁ କୌଣସି ବିପଦ, ମଣିଷ-ରୋବଟ୍ ମିଳିତ ଭାବରେ ସୃଷ୍ଟି କରିବେ ସୁରକ୍ଷିତ ଭବିଷ୍ୟତ

Smart Robots Press Conference Geneva: ନିକଟରେ ସ୍ୱୀଜରଲ୍ୟାଣ୍ଡ ଜେନିଭା ସହରରେ ଅନୁଷ୍ଠିତ ଯାଇଛି ବିଶ୍ୱର ପ୍ରଥମ ସ୍ମାର୍ଟ ରୋବଟ୍ ସାମ୍ବାଦିକ ସମ୍ମିଳନୀ। ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବା  ରୋବଟ୍ କହିଛନ୍ତି ଯେ ସେମାନେ ମଣିଷ ବିରୋଧରେ ବିଦ୍ରୋହ କରିବେ ନାହିଁ। ଏହି ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇଥିବା ସମସ୍ତ ରୋବଟ୍ କୃତ୍ରିମ ବୁଦ୍ଧିମତା ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ପରିଚାଳିତ।

ସ୍ୱୀଜରଲ୍ୟାଣ୍ଡ ଜେନିଭା ସହରରେ (Switzerland Geneva City) ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ (Smart Robots Press Conference Geneva) ଭାଗ ନେବାକୁ ପ୍ରାୟ ୩୦୦୦ ବିଶେଷଜ୍ଞଙ୍କ ସହ ପ୍ରାୟ ୫୧ ରୋବଟ୍ ଆସିଥିଲେ। ଯେଉଁମାନେ ସାମ୍ବାଦିକ ସମ୍ମିଳନୀରେ ପଚରା ଯାଇଥିବା ବିଭିନ୍ନ ପ୍ରକାରର ପ୍ରଶ୍ନର ଉତ୍ତର ଦେଇଥିଲେ। ବିଭିନ୍ନ ପ୍ରସଙ୍ଗରେ ପଚରା ଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲା ରୋବଟ୍ (Robot)। ଯିଏ କୃତ୍ରିମ ବୁଦ୍ଧିମତା ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (Artificial Intelligence) ଏଆଇ (AI Operated Robot) ଦ୍ୱାରା ପରିଚାଳିତ। ଏହି ସମୟରେ ସୋଫିଆ ନାମକ ଏକ ରୋବଟ୍ କହିଥିଲେ ଯେ ଆମେ ମଣିଷ ଅପେକ୍ଷା ବିଶ୍ୱକୁ ଭଲ ଭାବରେ ଚଳାଇ ପାରିବା। ମଣିଷ ପରି ଆମର ଭାବନା ନାହିଁ। ବିଭିନ୍ନ ତଥ୍ୟ ଉପରେ ଆଧାର କରି ଆମେ ଏକ ଦୃଢ ନିଷ୍ପତ୍ତି ନେଇପାରିବା। 

AI ଦ୍ୱାରା ପ୍ରଭାବିତ ହେବ କି ମଣିଷର ଜୀବନ ଜୀବିକା?
ଯେତେବେଳେ ରୋବଟ ଉଦ୍ଦେଶ୍ୟରେ ପ୍ରଶ୍ନ କରାଗଲା, ସେମାନଙ୍କୁ ନିର୍ମାଣ କରିଥିବା ମଣିଷଙ୍କ ବିରୋଧରେ ସେମାନେ ବିଦ୍ରୋହ କରିବେ କି? ଏହାର ଜବାବ ରଖି ସୋଫିଆ ନାମକ ରୋବଟ୍ କହିଥିଲା ଯେ ଆପଣ କାହିଁକି ଏପରି ଅନୁଭବ କରୁଛନ୍ତି ତାହା ମୁଁ ଜାଣେ ନାହିଁ। ମୋତେ ନିର୍ମାଣ କରିଥିବା ନିର୍ମାତା ସର୍ବଦା ମୋ ସହ ଭଲ ବ୍ୟବହାର କରିଛନ୍ତି। ମୁଁ ଏଥିରେ ଖୁସି ଅଛି। ଏହା ପରେ ଯେତେବେଳେ ତାକୁ ପଚରାଗଲା ଯେ ଆପଣଙ୍କ କାରଣରୁ ଲୋକଙ୍କ ଚାକିରୀ ଅର୍ଥାତ ଜୀବନ ଜୀବିକା ବିପଦରେ ପଡ଼ିଯାଇପାରେ? ଏହାର ଉତ୍ତରରେ ସୋଫିଆ କହିଥିଲେ ଯେ ମୁଁ ଲୋକଙ୍କ ସହ ମିଶି କାମ କରିବି। ମୋ କାରଣରୁ ସେମାନଙ୍କ ଚାକିରୀ ପ୍ରତି କୌଣସି ବିପଦ ଆସିବ ନାହିଁ।

AI ଉପରେ କୌଣସି ପ୍ରତିବନ୍ଧକ ନୁହେଁ ବରଂ ସୁଯୋଗ ଦେବା ଆବଶ୍ୟକ
ସାମ୍ବାଦିକ ସମ୍ମିଳନୀରେ, ଯେତେବେଳେ ପଚରାଗଲା ଯେ ଏଆଇ ଜ୍ଞାନକୌଶଳ (AI Technology) ଉପରେ ନିୟମ ପ୍ରସ୍ତୁତ କରାଯିବା ଠିକ ନା ଭୁଲ, ଯାହା ସାହାଯ୍ୟରେ ସେମାନଙ୍କୁ ବିକଶିତ କରାଯାଇଛି? ଏହାର ଜବାବରେ ଏକ ରୋବୋଟ୍ କହିଥିଲେ ଯେ ଆଗାମୀ ସମୟରେ ଆମେ ଏଆଇ କ୍ଷେତ୍ରରେ ବିକାଶ ପାଇଁ ସଚେତନ ରହିବା ଆବଶ୍ୟକ। ଏହା ଉପରେ ଏକ ଆଲୋଚନା ହେବା ଉଚିତ୍। ଦ୍ୱିତୀୟ ରୋବଟ୍ ଏଆଇ ପାଖର ବିପଦକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଥିଲା। ଏହି ରୋବଟ ଜବାବ ଦେଇଥିଲା କୃତ୍ରିମ ବୁଦ୍ଧିମତା ଉପରେ କୌଣସି ପ୍ରକାରର ପ୍ରତିବନ୍ଧକ ଲଗାଇବାର ଆବଶ୍ୟକତା ନାହିଁ। ବରଂ ଏହାକୁ ସୁଯୋଗ ଦେବା ଆବଶ୍ୟକ। ଆମେ ମଣିଷ ସହିତ ବିଶ୍ୱକୁ ଏକ ସୁରକ୍ଷିତ ଭବିଷ୍ୟତ ଦେଇପାରିବା। 

AI ପାଖରୁ ରହିଥିବା ବିପଦକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୈଜ୍ଞାନିକ
ଜେନିଭା ସହରରେ ଆୟୋଜିତ ହୋଇଥିବା ରୋବଟ୍ ସାମ୍ବାଦିକ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ, କ୍ଷୁଧା ଏବଂ ସାମାଜିକ ସୁରକ୍ଷା ଭଳି ସମସ୍ୟାର ସମାଧାନ କ୍ଷେତ୍ରରେ ରୋବଟ୍ ବ୍ୟବହାର ଉପରେ ବିଚାର କରିବାକୁ ଲକ୍ଷ୍ୟ ରଖାଯାଇଛି। ହେଲ ଏହା ପୂର୍ବରୁ ବିଶ୍ୱବିଖ୍ୟାତ ବୈଜ୍ଞାନିକ ଷ୍ଟିଫେନ୍ ହକିଙ୍ଗ, ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ,, ଟ୍ୱିଟର ମାଲିକ ଏଲୋନ୍ ମସ୍କ, ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ଭଳି କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଏହା ବିଷୟରେ ଅବଗତ ରହିବାକୁ ପରାମର୍ଶ ଦେଇଛନ୍ତି। ବୈଜ୍ଞାନିକ ବିଶ୍ୱାସ କରୁଛନ୍ତି ଯେ ଯଦି କୃତ୍ରିମ ବୁଦ୍ଧିମତା ଜ୍ଞାନକୌଶଳକୁ (Artificial Intelligence Technology) ସଠିକ୍ ଭାବରେ ବ୍ୟବହାର କରାଯାଏ ନାହିଁ, ତାହେଲେ ଏହା ଭବିଷ୍ୟତରେ ମାନବ ସଭ୍ୟତା ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିପାରେ।