ଏହି ବର୍ଗର ଲୋକେ ଉଠାଇ ପାରିବେ ନାହିଁ ପିଏମ କିସାନ ଯୋଜନାର ଲାଭ, ପଢନ୍ତୁ କାହିଁକି
Advertisement
Article Detail0/zeeodisha/odisha2287575

ଏହି ବର୍ଗର ଲୋକେ ଉଠାଇ ପାରିବେ ନାହିଁ ପିଏମ କିସାନ ଯୋଜନାର ଲାଭ, ପଢନ୍ତୁ କାହିଁକି

PM Kisan Samman Nidhi Yojana: ଯେଉଁ ଚାଷୀମାନେ ସରକାରୀ ଗାଇଡ଼ଲାଇନକୁ ଅନୁସରଣ କରିନାହାନ୍ତି ସେମାନେ ଏହି ତାଲିକାରେ ସାମିଲ ହୋଇ ପାରିନାହାନ୍ତି। ତେବେ ଏହି ଯୋଜନାରେ ସାମିଲ ହେବାକୁ ହେଲେ ସରକାର ଜାରି କରିଥିବା ସମସ୍ତ ଗାଇଡଲାଇନକୁ ଅନୁସରଣ କରିବାକୁ ହେବ। 

ଏହି ବର୍ଗର ଲୋକେ ଉଠାଇ ପାରିବେ ନାହିଁ ପିଏମ କିସାନ ଯୋଜନାର ଲାଭ, ପଢନ୍ତୁ କାହିଁକି

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ପ୍ରଥମ କାର୍ଯ୍ୟ ଭାବେ ଚାଷୀ ଭାଇଙ୍କୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ୧୭ତମ କିସ୍ତି ପ୍ରଦାନ କରିଛନ୍ତି। କିନ୍ତୁ ଏହି ତାଲିକାରେ କିଛି ଚାଷୀ ସାମିଲ ହୋଇପାରିନାହାନ୍ତି। ଯେଉଁ ଚାଷୀମାନେ ସରକାରୀ ଗାଇଡ଼ଲାଇନକୁ ଅନୁସରଣ କରିନାହାନ୍ତି ସେମାନେ ଏହି ତାଲିକାରେ ସାମିଲ ହୋଇ ପାରିନାହାନ୍ତି। ତେବେ ଏହି ଯୋଜନାରେ ସାମିଲ ହେବାକୁ ହେଲେ ସରକାର ଜାରି କରିଥିବା ସମସ୍ତ ଗାଇଡଲାଇନକୁ ଅନୁସରଣ କରିବାକୁ ହେବ। 

ତେବେ ଆସନ୍ତୁ ଜାଣିବା କେଉଁମାନେ ଏହି ତାଲିକାରେ ସାମିଲ ହୋଇପାରିବେ ନାହିଁ। 
ଡାକ୍ତର, ଇଞ୍ଜିନିୟର, ସିଏ ବୃତ୍ତିରେ ରହିଥିବା ବ୍ୟକ୍ତି ବିଶେଷ ଏହି ତାଲିକାରେ ସାମିଲ ହୋଇପାରିବେ ନାହିଁ। ସେହିପରି କୌଣସି ବରିଷ୍ଠ ନାଗରିକ ୧୦ ହଜାର ଟଙ୍କାରୁ ଅଧିକ ପେନସନ ପାଉଥିଲେ ମଧ୍ୟ ଏହି ତାଲିକାରେ ସାମିଲ ହୋଇପାରିବେ ନାହିଁ। ସେହିପରି ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ସଂଯୋଗ ନଥିଲେ ମଧ୍ୟ ଏହି ସୁବିଧା ମିଳିପାରିବ ନାହିଁ। ଏହା ବ୍ୟତୀତ ଯେଉଁ ଚାଷୀମାନେ ଇ-କେୱାସି ଭରିନଥିବେ ସେମାନେ ମଧ୍ୟ ଏହି ତାଲିକାରେ ସାମିଲ ହୋଇପାରିବେ ନାହିଁ। 

ଅନଲାଇନରେ କିଭଳି ଆବେଦନ କରିବେ
ପ୍ରଥମେ ପିଏମ କିସାନର ସରକାରୀ ୱେବସାଇଟ pmkisan.gov.inରେ ଫାର୍ମର କର୍ଣ୍ଣର ବିକଳ୍ପକୁ ବାଛନ୍ତୁ। ଏହା ପରେ New Farmer Registrationରେ କ୍ଲିକ କରନ୍ତୁ। ଏହା ପରେ ଆପଣଙ୍କର ଆଧାର ନମ୍ବର ମଧ୍ୟ ପ୍ରଦାନ କରନ୍ତୁ। ଏହା ପରେ କ୍ୟାପଚା ପ୍ରଦାନ କରନ୍ତୁ। ଜରୁରୀ ତଥ୍ୟ ପ୍ରଦାନ କରିବା ସହିତ ହଁରେ କ୍ଲିକ କରନ୍ତୁ। ପିଏମ କିସାନ ଆବେଦନ ପତ୍ର ୨୦୨୩କୁ ପୂରା କରିବା ସହିତ ସମସ୍ତ ତଥ୍ୟକୁ ସେଭ କରନ୍ତୁ ଏବଂ ପ୍ରିଣ୍ଟ ଆଉଟ ବାହାର କରନ୍ତୁ। 

ଦେଶର କୋଟି କୋଟି ଚାଷୀଙ୍କୁ ଦୃଷ୍ଟିରେ ରଖି ମୋଦୀ ୩.୦ ସରକାରଙ୍କ ପ୍ରଥମ ନିଷ୍ପତ୍ତି ନିଆଯାଇଛି। ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଜାରି କରିଛନ୍ତି। ଏହା ୯.୩ କୋଟି ଚାଷୀଙ୍କୁ ଉପକୃତ କରିବ। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ କୃଷକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ। କୃଷି କ୍ଷେତ୍ର ପାଇଁ ଅଧିକ କାର୍ଯ୍ୟ ଜାରି ରଖିବ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ କିସାନ ଯୋଜନା ଅଧୀନରେ ୧୬ତମ କିସ୍ତି ପାଇଁ ଟଙ୍କା ଫେବୃଆରୀ ୨୮ରେ ଦେଶର କୋଟି କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥିଲା।

ଚାଷୀଙ୍କୁ ୬ ହଜାର ଟଙ୍କାର ଆର୍ଥିକ ସହାୟତା
ଦେଶର କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ ସାମମାନ ନିଧି ଯୋଜନା ଚଳାଉଛନ୍ତି। ୨୦୧୯ ମସିହା ଫେବୃଆରୀ ୨୪ ତାରିଖରେ ପ୍ରଧାନ ମନ୍ତ୍ରୀ କିସାନ୍ ସାମନ୍ ନିଧି ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି।

Also Read- Top 10 News Today: ମୌସୁମୀ ସକ୍ରୀୟ ନେଇ ପାଣିପାଗ ବିଭାଗର ଅପଡେଟ୍, ପଢ଼ନ୍ତୁ ୧୦ଟି ବଡ଼ ଖବର