Tomato Price: ଟମାଟୋ ଦର ୧୦୦ ପାର୍, ମୁଣ୍ଡରେ ହାତ ଦେଲେଣି ଖାଉଟି..
Advertisement
Article Detail0/zeeodisha/odisha2348458

Tomato Price: ଟମାଟୋ ଦର ୧୦୦ ପାର୍, ମୁଣ୍ଡରେ ହାତ ଦେଲେଣି ଖାଉଟି..

Tomato Price: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ-ଏନସିଆରେ ଟମାଟୋ କିଲୋ (tomato) ପିଛା ୧୦୦ ଟଙ୍କା ପାର୍ କରିଛି। ଗ୍ରାହକ ବ୍ୟାପାର ବିଭାଗର ତଥ୍ୟ ଅନୁଯାୟୀ ଶନିବାର ଦିନ ଦିଲ୍ଲୀରେ ଟମାଟୋର ଖୁଚୁରା ମୂଲ୍ୟ କିଲୋଗ୍ରାମ ୯୩ ଟଙ୍କା ଥିଲା। 

Tomato Price: ଟମାଟୋ ଦର ୧୦୦ ପାର୍, ମୁଣ୍ଡରେ ହାତ ଦେଲେଣି ଖାଉଟି..

Tomato Price: ହୁ ହୁ ବଢ଼ି ଚାଲିଛି ଟମାଟୋ ଦର। ସାରା ଦେଶରେ ଟମାଟୋ ଦର (Tomato Price) ଆକାଶ ଛୁଆଁ ରହିଛି। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ-ଏନସିଆରେ ଟମାଟୋ କିଲୋ (tomato) ପିଛା ୧୦୦ ଟଙ୍କା ପାର୍ କରିଛି। ଗ୍ରାହକ ବ୍ୟାପାର ବିଭାଗର ତଥ୍ୟ ଅନୁଯାୟୀ ଶନିବାର ଦିନ ଦିଲ୍ଲୀରେ ଟମାଟୋର ଖୁଚୁରା ମୂଲ୍ୟ କିଲୋଗ୍ରାମ ୯୩ ଟଙ୍କା ଥିଲା। ସରକାରୀ ତଥ୍ୟ ଅନୁଯାୟୀ, ଜୁଲାଇ ୨୦ ରେ ସମଗ୍ର ଭାରତର ଟମାଟୋର ହାରାହାରି ମୂଲ୍ୟ କିଲୋଗ୍ରାମରେ ୭୩.୭୬ ଟଙ୍କା ଥିଲା। ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗତ କିଛି ଦିନ ଦେବ ଅତ୍ୟଧିକ ଗରମ ଓ ଅତ୍ୟଧିକ ବର୍ଷା ଟମାଟୋ ଦରରେ ମାତ୍ରାଧିକ ବୃଦ୍ଧିର ବଡ଼ କାରଣ।
 

ଆର୍ଥିକ ବର୍ଷ ୨୦୨୩-୨୪ରେ ପାଗରେ ତାଳମେଳ ରହୁନଥିବାରୁ ଫସଲ ଉତ୍ପାଦନ ଉପରେ ଏହାର ସିଧା ସଳଖ ପ୍ରଭାବ ପଡୁଛି। ଫସଲ ନଷ୍ଟ ହେବା ଏବଂ ଲଜିଷ୍ଟିକରେ ସମସ୍ୟା ଚାଲୁଥିବାରୁ ଟମାଟ(Tomato)ର ମୂଲ୍ୟରେ ବୃଦ୍ଧି ଘଟିଛି । ସେହିପରି ପିଆଜ ଚାଷ ସରିବାର କିଛିଦିନ ପୂର୍ବରୁ ଅତ୍ୟଧିକ ବର୍ଷା ଯୋଗୁଁ ମୂଲ୍ୟରେ ବୃଦ୍ଧି ଘଟିଛି । କୃଷି କ୍ଷେତ୍ରକୁ ଜଳାଶୟରେ ପାଣିର ଅସୁବିଧା, ଏବଂ ଖରାପ ପାଗ କାରଣରୁ ଫସଲ ଖରାପ ହେବାରୁ ଚାଷୀମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଛି। ଏହି କାରଣରୁ ଉତ୍ପାଦନ ଉପରେ ପ୍ରଭାବ ପଡିଛି ଏବଂ ଟମାଟୋ ମୂଲ୍ୟରେ ଅତ୍ୟଧିକ ବୃଦ୍ଧି ଘଟିଛି।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ତେବେ ସମସ୍ତଙ୍କ ଲକ୍ଷ ଯେ ସାଧାରଣ ଖାଉଟିଙ୍କ ପାଇଁ ସରକାର କିପରି ନିଷ୍ପତ୍ତି ନେଉଛନ୍ତି।