Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ବିଷୟରେ ଜାଣିବା।
Trending Photos
Top 10 News Headlines Odisha
1. India Mobile Speed Ranking: ଭାରତ ବର୍ଷରେ 5G ସେବା ଆରମ୍ଭ ହେବା ପରଠାରୁ ମୋବାଇଲ୍ ଡାଉନଲୋଡ୍ ସ୍ପୀଡ ଏକ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। "Speedtest Global Index" ତାଲିକାରେ ଭାରତ ୭୨ ତମ ସ୍ଥାନରୁ ୪୭ ତମ ସ୍ଥାନକୁ ଉନ୍ନୀତ ହୋଇଛି। ବର୍ତ୍ତମାନ ଜାପାନ, ବ୍ରିଟେନ ଏବଂ ବ୍ରାଜିଲ ଭଳି ଦେଶ ଠାରୁ ଆଗରେ ରହିଛି ଭାରତ। ବ୍ରଡବ୍ୟାଣ୍ଡ ଏବଂ ମୋବାଇଲ୍ ଇଣ୍ଟରନେଟ୍ ନେଟୱାର୍କ ଗତି ବିଷୟରେ ସୂଚନା ପ୍ରଦାନ କରୁଥିବା Ookla ପକ୍ଷରୁ ଏହି ତଥ୍ୟ ଉପସ୍ଥାପନ କରଯାଇଛି।
2. Earthquake in Delhi NCR Today: ଅକ୍ଟୋବର ୩ ତାରିଖ ମଙ୍ଗଳବାର ଶକ୍ତିଶାଳୀ ଭୂକମ୍ପ ଝଟକାରେ କମ୍ପି ଉଠିଛି ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର। ଏହି ଭୂକମ୍ପ ଝଟକା ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ରିକ୍ଟର ସ୍କେଲ ଅନୁସାରେ ଏହି ଭୂକମ୍ପର ତୀବ୍ରତା ୬.୨ ରହିଥିଲା। ମଙ୍ଗଳବାର ମଧ୍ୟାନ୍ନ ୨:୫୩ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବାର ଜଣାପଡ଼ିଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ଠାରେ ରହିଥିବାର ଜଣାପଡ଼ିଛି। ଯାହାର ଗଭୀରତା ପୃଥିବୀ ପୃଷ୍ଠରୁ ୫ କିଲୋମିଟର ତଳେ ରହିଥିଲା।
3. India Canada Conflict: ଖଲିସ୍ତାନ ପ୍ରସଙ୍ଗରେ ବର୍ତ୍ତମାନ ଭାରତ-କାନାଡ଼ା ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଦିନ ଗଡ଼ିବା ସହ ବଢିଛି ଚାଲିଛି ଉଭୟ ଦେଶ ମଧ୍ୟରେ ଚାଲିଥିବା। ଏହା ମଧ୍ୟରେ କାନାଡ଼ା ସରକାରଙ୍କୁ ଚରମବାଣୀ ଶୁଣାଇଛି ଭାରତ। ଦେଶରେ ଅବସ୍ଥାପିତ ୬୨ ରାଷ୍ଟ୍ରଦୂତଙ୍କ ମଧ୍ୟରୁ କାନାଡ଼ା ୪୧ ଜଣଙ୍କୁ ଫେରାଇ ନେଉ। ଆସନ୍ତା ୧୦ ଅକ୍ଟାବର ପର୍ଯ୍ୟନ୍ତ ଏହା କରା ନଗଲେ ସେମାନଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗକୁ ପ୍ରତ୍ୟାହାର କରିନିଆଯିବ। ଖକୁହାଯାଇଛି ଯେ, ଭାରତରେ ଅବସ୍ଥାପିତ କାନାଡ଼ା ରାଷ୍ଟ୍ରଦୂତଙ୍କ ସଂଖ୍ୟାକୁ ୨୧ ମଧ୍ୟରେ ସୀମିତ ରଖିବାକୁ ଚାହୁଁଛି। ଏଣୁ ସମ୍ପୃକ୍ତ ଦେଶ ଭାରତରୁ ତାହାର ବଳକା ରାଷ୍ଟ୍ରଦୂତଙ୍କୁ ଫେରାଇ ନେଉ। କାରଣ ଭାରତର ମାତ୍ର ୨୧ ରାଷ୍ଟ୍ରଦୂତ କାନାଡ଼ାରେ ରହିଛନ୍ତି। ଉଭୟ ଦେଶ ଭିତରେ ସମାନ ସଂଖ୍ୟକ ରାଷ୍ଟ୍ରଦୂତ ରହିବା ଆବଶ୍ୟକ। ଏ ସମ୍ପର୍କରେ ଭାରତ ଆଗରୁ କାନାଡ଼ାକୁ ସୂଚନା ଦେଇଥିବା ଏହି ରିପୋର୍ଟ ମାଧ୍ୟମରେ ଉଲ୍ଲେଖ ରହିଛି।
4.HD Deve Gowda on Nitish Kumar: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧି "ଇଣ୍ଡିଆ" ମେଣ୍ଟରେ ସାମିଲ ହୋଇଥିବା ଜେଡିୟୁ ନେତା ନୀତୀଶ କୁମାରଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି ଜେଡ଼ିଏସ ଅଧ୍ୟକ୍ଷ ଏଚଡି଼ ଦେବେଗୌଡ଼ା। ଏନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା ଦାବି କରିଛନ୍ତି ଯେ ପ୍ରାୟ ୪ ମାସ ପୂର୍ବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କୁ ବିରୋଧି ମେଣ୍ଟରେ ଆସିବାକୁ ପ୍ରସ୍ତାବ ଦେଇଥିଲେ। ଜେଡ଼ିୟୁ ନେତା ନୀତୀଶ କୁମାର ଜନତା ଦଳର ପୂର୍ବତନ ଗୋଷ୍ଠୀକୁ ମିଶାଇ "ଜନତା ଫ୍ରିଡମ ଫ୍ରଣ୍ଟ" ଗଠନ କରିବାକୁ ଚାହୁଁଛନ୍ତି। ଏ ସମ୍ପର୍କରେ ତାଙ୍କୁ ଏକ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଜଣଙ୍କ ଦାବି କରିଛନ୍ତି ଯେ ସେ ଜନତା ବିହାର ମୁଖ୍ୟମନ୍ତ୍ରୀଙ୍କ ଦଳ ସହ ଯିବାକୁ ମନା କରି ଦେଇଛନ୍ତି।
5.China Mocks Taiwan Submarine Programme: ତାଇୱାନ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବୁଡ଼ାଜାହାଜ କାର୍ଯ୍ୟକ୍ରମକୁ ପରିହାସ କରିଛି ଚୀନ। ଏନେଇ ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଯେ ତାଇୱାନ ପକ୍ଷରୁ କରାଯାଉଥିବା ବୁଡ଼ାଜାହାଜ କାର୍ଯ୍ୟକ୍ରମ ଝାଡୁ ଧରି ସମଦ୍ରରେ ଜୁଆର ରୋକିବା ଭଳି କାମ କରିବା ସହ ସମାନ। କେବଳ ଏତିକି ନୁହେଁ ତାଇୱାନ ଦ୍ୱାରା ନିଆଯାଇଥିବା ଏପରି ପଦକ୍ଷେପ ଏକ ମୂର୍ଖାମୀ। ତାଇୱାନ ଯେତେ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁ କିମ୍ବା ସଂଗ୍ରହ କରୁ, ହେଲେ ଚୀନ୍ ଏକତ୍ରୀକରଣ ଅଭିଯାନ କାର୍ଯ୍ୟକାରୀ ହୋଇ ରହିବ। କେବଳ ଏତିକି ନୁହେଁ ତାଇୱାନ ସେନା କେବେ ଚୀନ୍ ସୈନ୍ୟବାହିନୀର ଉଦ୍ଦେଶ୍ୟ, ଇଚ୍ଛାଶକ୍ତି କିମ୍ବା ସାମର୍ଥ୍ୟ ସହିତ ସମାନ ହୋଇପାରିବ ନାହିଁ।
6. CM Naveen Patnaik Clarification on Shraddha Row: ବହୁଚର୍ଚ୍ଚିତ "ଶ୍ରଦ୍ଧା" ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପି ବିଧାୟକଙ୍କ ପ୍ରତିବାଦ, ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦାବି ଏବଂ ବାରମ୍ବାର ଗୃହ ମୁଲତବୀ ପରେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ବିବୃତ୍ତି ରଖିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ଶ୍ରଦ୍ଧା’ ଆଉ କେହି ନୁହନ୍ତି, ତାଙ୍କ ଫିଜିଓ ଥେରାପିଷ୍ଟ। ବାରମ୍ବାର ଗୃହ ମୁଲତବୀ ହେବା ପରେ ମଙ୍ଗଳବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଗୃହରେ ଏହି ବିବୃତ୍ତି ରଖିଛନ୍ତି। ସେ କହିଛନ୍ତି, "ଶ୍ରଦ୍ଧା ହେଉଛନ୍ତି ମୋ ଫିଜିଓ ଥେରାପିଷ୍ଟ। ମୋତେ ଶାରିରୀକ ଭାବେ ସୁସ୍ଥ ରଖିବା ଲାଗି ତାଙ୍କୁ ମୋ ଭଉଣୀ ଗୀତା ମେହେଟ୍ଟା ନିୟୋଜିତ କରିଥିଲେ। " ତାଙ୍କୁ ଭୁବନେଶ୍ୱରରେ ସରକାରୀ କ୍ୱାର୍ଟର ଆବଣ୍ଟନ କରାଯାଇଥିବା କଥାକୁ ମୁଖ୍ୟମନ୍ତ୍ରୀ ଖଣ୍ଡନ କରିବା ସହ କହିଛନ୍ତି ଯେ ଏହା ମିଛ କଥା ଏବଂ ତାଙ୍କୁ କୌଣସି କ୍ୱାର୍ଟର ଦିଆଯାଇ ନାହିଁ।
7.CAG on PM Awas Yojana in Odisha: ରାଜ୍ୟର ଯୋଗ୍ୟ ବିବେଚିତ ୮ ଲକ୍ଷ ୫୯ ହଜାର ହିତାଧିକାରୀଙ୍କୁ ସ୍ଥାୟୀ ଅପେକ୍ଷା ତାଲିକାରୁ ବାଦ୍ ଦେଇଛନ୍ତି ରାଜ୍ୟ ସରକାର। ଏପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଥିବା ଗୃହର ମଞ୍ଜୁରୀ ଅଗ୍ରାଧିକାର ଭିତ୍ତିରେ କରାଯାଇ ନଥିଲା ବୋଲି ଭାରତୀୟ ନିୟନ୍ତ୍ରକ ଏବଂ ମହାହିସାବ ସମୀକ୍ଷକ ତାଙ୍କ ରିପୋର୍ଟ ମାଧ୍ୟମରେ ଜଣାଇଛନ୍ତି। ଗତ ୨୦୨୧ ବର୍ଷରେ ଶେଷ ହୋଇଥିବା ଆର୍ଥିକ ବର୍ଷର କାରବାରକୁ ଯାଞ୍ଚ କରି ସିଏଜି ଏହି ରିପୋର୍ଟ ପ୍ରକାଶ କରିଛନ୍ତି। ଯାହା ଅକ୍ଟୋବର ୩ ତାରିଖ ମଙ୍ଗଳବାର ବିଧାନସଭାରେ ଉପସ୍ଥାପିତ ହୋଇଥିଲା। ୨୦୨୩ ବର୍ଷ ପାଇଁ ଏହା ତୃତୀୟ ପ୍ରତିବେଦନ ବୋଲି ସିଏଜି ତାଙ୍କ ରିପୋର୍ଟ ମାଧ୍ୟମରେ କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ହୋଇଥିବା ଦୁର୍ନୀତି ଅଭିଯୋଗ ପ୍ରାୟ ସତ୍ୟ ବୋଲି ଏହି ରିପୋର୍ଟ ଦର୍ଶାଉଛି।
8.Odisha Assembly Monsoon Session 2023: ବିଧାନସଭାର ମୌସୁମୀ ଅଧିବେଶନ ଦିନକ ପୂର୍ବରୁ ଶେଷ ହୋଇଛି। ମୋଟ ୮ କାର୍ଯ୍ୟ ଦିବସରୁ ୪ ସରକାରୀ କାର୍ଯ୍ୟ ଦିବସ ସହ ୭ ଦିନରେ ସରିଛି ଅଧିବେଶନ। ଏହି ଅଧିବେଶନରେ ୧୦ ବିଲ୍ ଉପସ୍ଥାପନ କରାଯିବା ସହ ୧୩ ସରକାରୀ ବିଧେୟକ ପାରିତ କରାଯାଇଛି। ଅତିରିକ୍ତ ବଜେଟ୍ ସହ ସରକାର ୪ ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଛନ୍ତି। ଅଧିବେଶନରେ ମୋଟ ୭୭୦ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଦେବାକୁ ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ ସମୟ ନିର୍ଦ୍ଧାରଣ କରାଯାଇଥିଲା। ହେଲେ ଏଥିରୁ ମାତ୍ର ୮ ପ୍ରଶ୍ନର ଉତ୍ତର ଆଲୋଚନା କରାଯାଇପାରିଥିଲା। ବିରୋଧି ଦଳର ହଟ୍ଟଗୋଳ କାରଣରୁ ବିଧାନସଭା ବାରମ୍ବାର ମୁଲତବୀ ହୋଇଥିଲା।
9. Union MInister Anurag Thakur response to BJD: ରାଜ୍ୟରେ କ୍ଷମତାସୀନ ବିଜେଡି ପକ୍ଷରୁ ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି ବିରୋଧରେ ଜନ ବିରୋଧି ଆକ୍ଷେପର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଦ ଠାକୁର। ବିଜେପିର ନେତାଙ୍କ ଠାରୁ ନେଇ କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ସମସ୍ତେ ଗରିବ କଲ୍ୟାଣ ପାଇଁ ସବୁବେଳେ ଉତ୍ସର୍ଗୀକୃତ। ବିରୋଧି ହେଉ କିମ୍ବା ଶାସକ ଦଳ କେହି କେବେ ଗରିବ କଲ୍ୟାଣକୁ ଦ୍ୱିତୀୟ ସ୍ଥାନରେ ରଖନ୍ତି ନାହିଁ। ବିଧାନସଭା ହେଉ କିମ୍ବା ରାଜ୍ୟସଭା ଅଥବା ଲୋକସଭାରେ ଆମେ ସବୁବେଳେ ଲୋକଙ୍କ ସମସ୍ୟା କଥା ଉଠାଇଛୁ। ସରକାରରେ ଥିବାବେଳେ ଗରିବ କଲ୍ୟାଣ ଯୋଜନାକୁ ଲାଗୁ କରିଛୁ। ସେଥିଲାଗି ଆଜି ୧୮ କୋଟି ୫୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିପାରିଛନ୍ତି। ବିଗତ ୭୦ ବର୍ଷ ଭିତରେ କୌଣସି ସରକାର ଏପରି କରିପାରି ନ ଥିଲେ। ଯାହାକୁ ମୋଦି ସରକାର କରି ଦେଖାଇଛନ୍ତି। ଓଡ଼ିଶା ଗସ୍ତରେ ଆସି ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।
10. Alcohol Products Ban during Flight: ବିମାନ ଯାତ୍ରା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ବାରଣ ହେବ ଆଲକୋହଲ ଯୁକ୍ତ ପର୍ଫ୍ୟୁମ୍, ମେଡିସିନ୍ ଏବଂ ମାଉଥଓ୍ୱାଶ୍ ବ୍ୟବହାର। ଏପରିକି ଯେଉଁସବୁ ବ୍ୟବହାରିକ ଦ୍ରବ୍ୟରେ ଆଲ୍କହଲ ମିଶୁଥିବ ସେସବୁକୁ ବ୍ୟବହାର କରିବାକୁ ମନା କରିପାରନ୍ତି ବେସାମରିକ ବିମାନ ଉଡ଼ାଣ ନିର୍ଦ୍ଦେଶାଳୟ। ପ୍ଲେନ ପାଇଲଟ୍ କିମ୍ବା ବିମାନ ଚାଳକ ଦଳ ସଦସ୍ୟଙ୍କୁ ଶ୍ୱାସ ଅନୁଶୀଳନ ପରୀକ୍ଷାରେ (Breathalyzer Test) ଏପରି ଦ୍ରବ୍ୟର ବ୍ୟବହାର ପଜିଟିଭ୍ ସୂଚନା ଦେଉଥିବାରୁ ଡିଜିସିଏ ଏ ସମ୍ପର୍କରେ ନୂତନ ନିୟମ ଆଣିପାରେ।