Tractor Trolly Accident: ବରଯାତ୍ରୀ ବୋଝେଇ ଗାଡ଼ି ଓଲଟି ୧୩ ଜଣଙ୍କ ମୃତ୍ୟୁ, ୩୦ରୁ ଅଧିକ ଆହତ...
Advertisement
Article Detail0/zeeodisha/odisha2275561

Tractor Trolly Accident: ବରଯାତ୍ରୀ ବୋଝେଇ ଗାଡ଼ି ଓଲଟି ୧୩ ଜଣଙ୍କ ମୃତ୍ୟୁ, ୩୦ରୁ ଅଧିକ ଆହତ...

Tractor Trolly Accident: ବିବାହର ସୁଖ ଶୋକରେ ପରିଣତ ହୋଇଛି। ତେବେ ବରଯାତ୍ରୀମାନେ ଉଦ୍ଧାର କରି ଆହତମାନଙ୍କୁ ରାଜଗଡ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏସପି ଆଦିତ୍ୟ ମିଶ୍ର ଦଳ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସର ପ୍ରାଥମିକ ଅନୁସନ୍ଧାନରେ ଏହି ଦୁର୍ଘଟଣାର କାରଣ ସାମ୍ନାକୁ ଆସିଛି। 

Tractor Trolly Accident: ବରଯାତ୍ରୀ ବୋଝେଇ ଗାଡ଼ି ଓଲଟି ୧୩ ଜଣଙ୍କ ମୃତ୍ୟୁ, ୩୦ରୁ ଅଧିକ ଆହତ...

Tractor Trolly Accident: ଗତକାଲି ଅର୍ଥାତ ରବିବାର ମଧ୍ୟପ୍ରଦେଶର ରାଜଗଡରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଟ୍ରଲି ଓଲଟି ପଡ଼ିବା ଫଳରେ ୧୩ ଜଣ ବରଯାତ୍ରୀଙ୍କର ମୃତ୍ୟୁ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି, ସେଥିମଧ୍ୟରୁ ୪ ଜଣଙ୍କୁ ଭୋପାଳ ମେଡିକାଲକୁ ରେଫର କରାଯାଇଛି। ମୃତକଙ୍କ ମଧ୍ୟରେ୪  ଜଣ ଶିଶୁ ଏବଂ ୫ ଜଣ ମହିଳା ଅଛନ୍ତି। ଏହି ବିବାହ ଶୋଭାଯାତ୍ରା ରାଜସ୍ଥାନର ଝାଲୱାଡ ଜିଲ୍ଲାର ମୋତିପରାରୁ ରାଜଗଡ ଜିଲ୍ଲାର କମଲପୁର ଗାଁ ପର୍ଯ୍ୟନ୍ତ ଏକ ଟ୍ରାକ୍ଟର ଟ୍ରଲିରେ ଆସିଥିଲା। ପିପ୍ଲୋଡି ନିକଟରେ ରାସ୍ତାରେ ଏପରି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି।

ବିବାହର ସୁଖ ଶୋକରେ ପରିଣତ ହୋଇଛି। ତେବେ ବରଯାତ୍ରୀମାନେ ଉଦ୍ଧାର କରି ଆହତମାନଙ୍କୁ ରାଜଗଡ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏସପି ଆଦିତ୍ୟ ମିଶ୍ର ଦଳ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସର ପ୍ରାଥମିକ ଅନୁସନ୍ଧାନରେ ଏହି ଦୁର୍ଘଟଣାର କାରଣ ସାମ୍ନାକୁ ଆସିଛି। ଆହତମାନେ ମଧ୍ୟ ଏହି ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ ବର୍ଣ୍ଣନା କରିଛନ୍ତି। ଦୁର୍ଘଟଣା କିପରି ଓ କାହିଁକି ଘଟିଲା ଆସନ୍ତୁ ଜାଣିବା...

ଡ୍ରାଇଭର ମଦ୍ୟପାନ କରିଥିଲେ, ଭାରସାମ୍ୟ ହରାଇ ଟ୍ରଲି ଓଲଟି ପଡିଥିଲା:

ଏହି ଦୁର୍ଘଟଣାରେ ଆହତ ମହିଳା ମମତା କହିଛନ୍ତି ଯେ ରାତି ପ୍ରାୟ ୯ଟାରେ ଟ୍ରାକ୍ଟର ଟ୍ରଲିରେ ପ୍ରାୟ ୬୦ ଜଣ ଲୋକ ଥିଲେ। ଡ୍ରାଇଭର ମଦ୍ୟପାନ କରିଥିଲା। ଗୀତର ଶବ୍ଦ ବହୁତ ଜୋରରେ ଥିଲା। ଡ୍ରାଇଭର ମଦ ପିଇ ନାଚି ନାଚି ଗାଡ଼ି ଚଲାଉଥିବା ବେଳେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ଲେଉଟି ପଡ଼ିଥିଲା।

ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରପତି ଦୁ ପ୍ରକାଶ କରିଛନ୍ତି:

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ମନ୍ତ୍ରୀ ନାରାୟଣ ସିଂ ଏବଂ କଲେକ୍ଟର ହର୍ଷ ଦୀକ୍ଷିତ ଆହତମାନଙ୍କୁ ଭେଟିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ। ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ସମସ୍ତ ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟପ୍ରଦେଶ ପୋଲିସ ସହିତ ରାଜସ୍ଥାନ ପୋଲିସ ମଧ୍ୟ ଏହି ଦୁର୍ଘଟଣାର ତଦନ୍ତ କରିବାକୁ ଘୋଷଣା କରିଛି। ଦୁର୍ଘଟଣା ଜଣା ପଡିବା ମାତ୍ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଟ୍ୱିଟ୍ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।