Coromandel Express Accident ବାଲେଶ୍ୱରରେ ମାଲଗଡ଼ି ଟ୍ରେନ୍ ସହିତ କରୋମାଣ୍ଡେଲ ଏକ୍ସପ୍ରେସର ଧକ୍କା । ୫୦ ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହେବାର ଆଶଙ୍କା ରହିଛି । ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱରର ବାହାନାଗା ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି ।
Trending Photos
Coromandel Express Accident: ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନରେ ଠିଆ ହୋଇଥିବା ମାଲବାହୀ ଟ୍ରେନ ଉପରେ ଚଢିଗଲା କରମଣ୍ଡଳ ଏକ୍ସପ୍ରେସ । ମାଲ୍ବାହୀ ଟ୍ରେନ ଉପରେ ଚଢ଼ିଗଲା କରମଣ୍ଡଳ ଏକ୍ସପ୍ରେସ୍ । ଏଥିରେ ୫୦ ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହେବାର ଆଶଙ୍କା ରହିଛି । ଏହାଛଡ଼ା ଅନେକ ଯାତ୍ରୀ ଚାପି ହୋଇ ରହିଛନ୍ତି । ଆଜି ସନ୍ଧ୍ୟା ପ୍ରାୟ ୭.୧୫ ମିନିଟ୍ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଷ୍ଟେସନ୍ ନିକଟରେ ଘଟିଛି ।
ବାହାନାଗା ରେଳରେ ଛିଡ଼ା ହୋଇଥିଲା ମାଲ୍ବାହୀ ଟ୍ରେନ୍। ଠିକ୍ ସେହି ସମୟରେ ହାୱାଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ମାଲ୍ବାହୀ ଟ୍ରେନ୍ ଉପରେ ଚଢ଼ି ଯାଇଥିଲା । ପ୍ରାୟ ୭ଟି ବଗି ଓଲଟି ପଡ଼ିଥିଲା । ଘନ ଅନ୍ଧକାର ଭିତରେ ଅନେକ ଯାତ୍ରୀ ଚାପି ହୋଇ ଚିତ୍କାର କରୁଛନ୍ତି । ସ୍ଥାନୀୟ ଲୋକେ ଯଥା ସମ୍ଭବ ଚେଷ୍ଟା କରି ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡ଼ିକାଲ୍ ନେଉଛନ୍ତି । ହେଲେ ବର୍ତ୍ତମାନ ରେଳ ବିଭାଗ କିମ୍ୱା ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ପାରିନାହିଁ ।
Odisha | An Express Train met with an accident near Bahanaga railway station in Balasore district. Teams have left for the spot for search and rescue operation. Collector, Balasore has also been directed to reach the spot to make all necessary arrangements and intimate the SRC if… pic.twitter.com/N4AGWQVKkX
— ANI (@ANI) June 2, 2023
ଦୂର୍ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚିବା ପାଇଁ ରାଜସ୍ବମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ରାଜସ୍ବ ମନ୍ତ୍ରୀ ଓ ଏସ ଆର ସି ଦୂର୍ଘଟଣା ସ୍ଥଳ ଅଭିମୁଖେ ଯାଇସାରିଛନ୍ତି ।
#WATCH | Coromandel Express derails near Bahanaga station in Balasore, Odisha. pic.twitter.com/9Lk2qauW9v
— ANI (@ANI) June 2, 2023
ଟ୍ରେନ୍ ଦୁର୍ଘଟଣାରେ ୧୩୨ ଆହତଙ୍କୁ ସୋରୋ CHC, ଗୋପାଳପୁର CHC, ଓ ଖନ୍ତପଡା PHC କୁ ସ୍ଥାନାନ୍ତର କରାଯାଇଥିବା ଓଡିଶା ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା କୁହାଯାଇଛି ।
Coromandel express train accident | 132 injured shifted to Soro CHC, Gopalpur CHC, and Khantapada PHC: Chief Secretary, Odisha pic.twitter.com/wlnN1YJjjw
— ANI (@ANI) June 2, 2023
ଏହି ଘଟଣାରେ ମନ୍ତ୍ରୀ ଓ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାହାନଗାର ଦୁର୍ଘଟଣାସ୍ଥଳକୁ ଯିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କୁ ମଧ୍ୟ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣାସ୍ଥଳକୁ ୩ଏନଡିଆରଏଫ୍, ୪ ଓଡ୍ରାଫ୍ ଟିମ୍ ମଧ୍ୟ ପଠାଯାଇଛି ।
ଏହା ସହ ବହୁ ସଂଖ୍ୟା ଅଗ୍ନିଶମ ବାହିନୀଙ୍କୁ ଘଟଣାସ୍ଥଳ ପଠାଯାଇଛି । ଏହାସହ ୫୦ଟି ଆମ୍ବୁଲାନ୍ସ ମୁତୟନ ରଖାଯାଇଛି । ଦୁର୍ଘଟଣାସ୍ଥଳରେ ଆସ୍କା ଲାଇଟ୍ ଲଗାଯାଇଛି ।ସ୍ବତନ୍ତ୍ର ରିଲିଫ କମିଶନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାତ୍ରା କରିଛନ୍ତି । ବାଲେଶ୍ବର ଓ କଟକ ମେଡିକାଲ କଲେଜରେ ଚିକିତ୍ସା ପାଇଁ ବ୍ୟବସ୍ତା କରାଯଇଛି । ତିନିଟି ଜିଲ୍ଲାରେ ହସ୍ପିଟାଲଗୁଡ଼ିକୁ ଚିକିତ୍ସା ଲାଗି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଆହତଙ୍କୁ ସୋର, ଗୋପାଳପୁର ଓ ଖନ୍ତାପଡ଼ା ହସ୍ପିଟାଲରେ ଭର୍ତ୍ତି କରାଯଇଛି ।
ଦୁର୍ଘଟଣାସ୍ଥଳରେ ୨୦ ଜଣ ଇଣ୍ଟର୍ଣ୍ଣ, ୨୪ ଜଣ ଡାକ୍ତରଙ୍କୁ ପଠାଯାଇଛି । ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ।