Twitter Blue Tick: ଯୋଗୀ, ଶାହାରୁଖ, କୋହଲି ଓ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇଲେ ମସ୍କ
Advertisement
Article Detail0/zeeodisha/odisha1661992

Twitter Blue Tick: ଯୋଗୀ, ଶାହାରୁଖ, କୋହଲି ଓ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇଲେ ମସ୍କ

Twitter blue tick: ସିଇଓ ଏଲୋନ୍ ମସ୍କ ଏପ୍ରିଲ୍ ୨୦ ତାରିଖରେ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବା ନେଇ ଘୋଷଣା କରିଥିଲେ । ତେବେ ଆଜି ଦେଶର ବଡ଼ ବଡ଼ ସେଲିବ୍ରେଟି, କ୍ରିକେଟର ଓ ରାଜନୈତିକ ନେତାଙ୍କ ଆକାଉଣ୍ଟରୁ ଗାଏବ ହୋଇଛି ବ୍ଲୁ ଟିକ୍ । 

ସୌ(ସୋସିଆଲ ମିଡିଆ)

Twitter blue tick: ଆଜି ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇଛି ଟ୍ୱିଟର । ସିଇଓ ଏଲୋନ୍ ମସ୍କ (Elon musk) ଏପ୍ରିଲ୍ ୨୦ ତାରିଖରେ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବା ନେଇ ଘୋଷଣା କରିଥିଲେ । ତେବେ ଆଜି ଦେଶର ବଡ଼ ବଡ଼ ସେଲିବ୍ରେଟି, କ୍ରିକେଟର ଓ ରାଜନୈତିକ ନେତାଙ୍କ ଆକାଉଣ୍ଟରୁ ଗାଏବ ହୋଇଛି ବ୍ଲୁ ଟିକ୍ (Twitter blue tick) । ଟ୍ୱିଟରର ଏହି ବ୍ଲୁ ଟିକ୍ କେବଳ ସେହି ଉପଭୋକ୍ତାମାନଙ୍କ ଆକାଉଣ୍ଟରେ ଦୃଶ୍ୟମାନ ହେବ ଯେଉଁମାନେ ଟ୍ୱିଟର ବ୍ଲୁ ଟିକ୍କୁ ସବସ୍କ୍ରାଇବ କରିଛନ୍ତି। ଯେଉଁମାନେ ବ୍ଲୁ ଟିକ୍ ପ୍ଲାନ ନେଇନାହାନ୍ତି ପୂର୍ବ ଘୋଷଣା ଅନୁଯାୟୀ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବଟର ସେମାନଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇଛି ।

ସୂଚନା ଅନୁଯାୟୀ, ଦେୟ ଦେଇନଥିବାରୁ ଅଭିନେତା ଅମିତାଭ ବଚ୍ଚନ (Amitabh bachchan), ଶାହାରୁଖ ଖାନ (Shahrukh khan), ଆଲିଆ ଭଟ୍ଟ (Alia bhatt), ବିରାଟ କୋହଲି (virat kohli), ରୋହିତ ଶର୍ମା, କେ.ଏଲ୍ ରାହୁଲ (kl rahul), ଅକ୍ଷୟ କୁମାର ଓ ସଲମାନ ଖାନଙ୍କ ଭଳି ବଡ଼ ବଡ଼ ସେଲିବ୍ରେଟି ମାନଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ (Twitter blue tick) ହଟାଯାଇଛି । କେବଳ କ୍ରିକେଟର କି ଷ୍ଟାର ନୁହଁନ୍ତି, ବିଜେପି, କଂଗ୍ରେସ, ଆମ୍ ଆଦମୀ ପାର୍ଟି ଓ ଏନସିପି ସମେତ ସମସ୍ତ ରାଜନୈତିକ ଦଳର ନେତାମାନଙ୍କ  ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଯାଇଛି । ଏଥିରେ ଯୋଗୀ ଆଦିତ୍ୟନାଥ (yogi adityanath), ମାୟାବତୀ (Mayawati), ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ, ସୁପ୍ରିୟା ସୁଲେଙ୍କ ପରି ରାଜନେତାଙ୍କ ଆକାଉଣ୍ଟରୁ ‘ଭେରିଫାଏଡ଼ ବ୍ଲୁ ଟିକ୍’ (verified blue tick) ହଟାଯାଇଛି । ତେବେ ଏନେଇ ଏଲୋନ୍ ମସ୍କ (Elon musk) ସ୍ପଷ୍ଟ ଭାବରେ କହିଥିଲେ ଯେ, ଯେଉଁମାନେ ବ୍ଲୁ ଟିକ୍ ସବସ୍କ୍ରିପସନ୍ (Twitter blue tick subscription) ନେବେ ସେମାନଙ୍କୁ କେବଳ ବ୍ଲୁ ଟିକର ସୁବିଧା ପାଇପାରିବେ।

fallback

ସୂଚନାଯୋଗ୍ୟ, ସୁପରିଚିତ ବ୍ୟକ୍ତିବିଶେଷଙ୍କୁ ଠକାମୀରୁ ସୁରକ୍ଷା ଓ ମିଥ୍ୟା ସୂଚନା ନିୟନ୍ତ୍ରଣ କରିବା ଲାଗି ଏହି ବ୍ଲୁ ଟିକ୍ ବେଶ ଉପଯୋଗୀ ହେଉଥିଲା । ଖାଲି ଏତିକି ନୁହେଁ ଟ୍ୱିଟର ବ୍ୟବହାରକାରୀଙ୍କୁ ସେଲିବ୍ରେଟି, ରାଜନେତା, ଏମିତିକି କେତେକ ସଂଗଠନର ଟ୍ୱିଟର ଆକାଉଣ୍ଟ ଚିହ୍ନିବା ସହଜ ହେଉଥିଲା । ଏଥିଲାଗି ୨୦୦୯ ମସିହାରେ ବ୍ଲୁ ଟିକ୍ ମାର୍କ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା । ତେଣୁ ବ୍ଲୁ ଟିକ୍ ଥିବା ଟ୍ୱିଟର ଆକାଉଣ୍ଟ ସଠିକ୍ ବୋଲି ବ୍ୟବହାରକାରୀମାନେ ସୁନିଶ୍ଚିତ ହେଉଥିଲେ । ଏଥିଲାଗି ଟ୍ୱିଟର ପୂର୍ବରୁ କୌଣସି ଦେୟ ନେଉନଥିଲା । ତେବେ ଭାରତରେ ବ୍ଲୁ ଟିକ୍ (Twitter blue tick) ପାଇଁ ପ୍ରତି ମାସରେ ୯୦୦ ଟଙ୍କା ଓ ୱବ ପାଇଁ ୬୫୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

’ଣ ଏହି ବ୍ଲୁ ଟିକ୍

ପରାଗ ଅଗ୍ରୱାଲ (Parag agrawal) ଟ୍ୱିଟର ପରିଚାଳନା ଦାୟିତ୍ବରରେ ଥିବା ସମୟରେ କେତେକ ବର୍ଗର ବ୍ୟକ୍ତି, ସଂଗଠନ ଓ କମ୍ପାନୀକୁ ବ୍ଲୁ ଟିକ୍ ସୁବିଧା ଦିଆଯାଇଥିଲା । ଏଥିପାଇଁ ଟ୍ୱିଟର ପକ୍ଷରୁ କୌଣସି ଦେୟ ନିଆଯାଉନଥିଲା। କିନ୍ତୁ ଏଲୋନ୍ ମସ୍କ ଟ୍ୱିଟର ଦାୟିତ୍ବ ନେବା ପରେ ଟ୍ୱିଟରରେ ଅନେକ ପରିବର୍ତ୍ତନ କରିବା ଆରମ୍ଭ କରିଛନ୍ତି। ଟ୍ବଟରକୁ (Twitter) କିଣିବା ପରେ ମସ୍କ ଟ୍ୱିଟରରେ ବ୍ଲୁ ସବସ୍କ୍ରିପସନ୍ ସେବା ଆରମ୍ଭ କରିଥିଲେ, ଯେଉଁଥିରେ ଉପଭୋକ୍ତାମାନଙ୍କୁ ପ୍ରତି ମାସରେ ବ୍ଲୁ ଟିକ୍ (Twitter blue tick) ପାଇଁ ସବସ୍କ୍ରିପସନ୍ ଚାର୍ଜ ଦେବାକୁ ପଡି଼ବ।